fbpx

ସ୍ତ୍ରୀକୁ ହତ୍ୟାକରି ଥାନାରେ ପହଞ୍ଚିଲା ସ୍ୱାମୀ, କହିଲା- ‘ଚରିତ୍ରହୀନ ଥିଲା ବାବୁ’

ଆଜମଗଡ,୮ ।୪: କରୋନା ଭାଇରସ ସଂକ୍ରମଣର ମୁକାବିଲା ପାଇଁ ସାରା ଦେଣରେ ଲକ୍-ଡାଉନ୍ ଜାରି ହୋଇଛି । ଏହାରି ମଧ୍ୟରେ ୟୁପିର ଆଜମଗଡ ଜିଲ୍ଲାର ସରାୟମୀର ପୋଲିସ ଷ୍ଟେସନ ନିକଟସ୍ଥ ଅଞ୍ଚଳରୁ ଏକ ସମ୍ବେଦନଶୀଳ ଘଟଣା ସାମନାକୁ ଆସିଛି । ଜିଲ୍ଲାର ଜଣେ ବ୍ୟକ୍ତି ନିଜ ପତ୍ନଙ୍କୁ ଛୁରୀରେ ହତ୍ୟା କରିଛି । ଛୁଆମାନଙ୍କ ଚିକ୍ରାର ଶୁଣି ଲୋକମାନେ ସେଠାରେ ପହଞ୍ଚିଲା ବେଳକୁ ଆରୋପୀ ସେଠାରେ ଚାଲିଯାଇଥିଲା ।

କିନ୍ତୁ କିଛି ସମୟ ପରେ ଅଭିଯୁକ୍ତଜଣକ ପୋଲିସ ଷ୍ଟେସନରେ ପହଞ୍ଚି ନିଜ ପତ୍ନୀଙ୍କୁ ଚରିତ୍ରହୀନ କହିବା ସହ ଏନେଇ ସେ ତାଙ୍କୁ ହତ୍ୟା କରିଛି ବୋଲି କହିଥିଲା । ପୋଲିସ ଅଭିଯୁକ୍ତକୁ ଗିରଫ କରିବା ସହ ଘଟଣାର ସୂଚନା ପାଇବା ପରେ ମୃତଦେହକୁ ଉଦ୍ଧାର କରି ପୋଷ୍ଟମର୍ଟମ ପାଇଁ ପଠାଇଥିଲା ।

ତେବେ ଏହି ଘଟଣା ଖଣ୍ଡୱାରୀ ଗ୍ରାମରୁ ଆସିଛି, ଯେଉଁଠାରେ ଇରଶାଦଙ୍କ ପରିବାରରେ ସବୁକିଛି ଠିକ୍ ଚାଲିଥିଲା । ତାଙ୍କ ପରିବାରରେ ପତ୍ନୀ ଅମିନା ଓ ୭ ସନ୍ତାନ ସହ ସେ ଖୁସିରେ ରହୁଥିଲେ । ସବୁଠାରୁ ବଡ ଝିଅ ହିନାର ବିବାହ ହୋଇସାରିଥିଲା । ପଡୋଶୀଙ୍କ କହିବା ମୁତାବକ, ରବିବାର ରାତିରେ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ କୌଣସି କାରଣରୁ ଝଗଡା ଲାଗିଥିଲା । ସେଥିରେ ଅସନ୍ତୋଷ ହୋଇ ଇରଶାଦ ନିଜ ପତ୍ନୀଙ୍କୁ ଛୁରା ମାଡ କରି ଘଟଣାସ୍ଥଳରୁ ଫେରାର୍ ହୋଇଥିଲେ ।’

Get real time updates directly on you device, subscribe now.