fbpx

କରେନାକୁ ଜୟ କଲେ ଭାରତର ୯୩ ବର୍ଷୀୟ ବୃଦ୍ଧ ଓ ତାଙ୍କ ୮୮ ବର୍ଷୀୟ ସ୍ତ୍ରୀ

କରେନା ଉପରେ ବିଜୟ । ୯୩ ବର୍ଷୀୟ ବୃଦ୍ଧ ଓ ତାଙ୍କ ୮୮ ବର୍ଷୀୟ ସ୍ତ୍ରୀ ମହାମାରୀ କରେନାକୁ ପରାଜିତ କରିଛନ୍ତି । ଭାରତର ଏହି ସର୍ବ ବୟୋଜେଷ୍ଠ ଦମ୍ପତ୍ତି କୁ ନେଇ ଚାରିଆଡେ ଚର୍ଚ୍ଚା । କେରଳର କୋଟ୍ଟା ନିବାସୀ ୯୩ ବର୍ଷୀୟ ଥୋମାସ ଓ ତାଙ୍କ ୮୮ ବର୍ଷୀୟ ପତ୍ନୀ ମ୍ୟାରିୟମ୍ମା ଗତ ମାର୍ଚ୍ଚ ମାସରେ ଇଟାଲୀରୁ ପେରିଥିଲେ । ସେମାନଙ୍କ ରିପୋର୍ଟ ପଜେଟିଭ ଆସିବାରୁ ସେମାନଙ୍କୁ ଗତ ୯ ତାରିଖରେ କୋଟ୍ଟା ସରାକରୀ ମେଡିକାଲ କଲେଜରେ ଭର୍ତ୍ତି କରାଯାଇଥିଲା । ଗତକାଲି ଉଭୟଙ୍କ ସ୍ଳବ୍ ରିପୋର୍ଟ ଲଗାତାର ଦ୍ୱିତୀୟଥର ପାଇଁ ନେଗେଟିଭ୍ ଆସିବାରୁ ସେମାନଙ୍କୁ ଡିସ୍ଚାର୍ଜ କରାଯାଇଛି । ଦେଶସାରା ଏହାକୁ ମେଡିକାଲ ମିରାକିଲ୍ ବୋଲି କୁହାଯାଉଛି ।

Get real time updates directly on you device, subscribe now.