fbpx
BJD SKY
BJD SKY

ନଡ୍ଡାଙ୍କ ପରେ କିଏ ହେବ BJPର ପରବର୍ତ୍ତୀ ଅଧ୍ୟକ୍ଷ: ଆଗରେ ଓଡ଼ିଆ ପୁଅ ଧର୍ମେନ୍ଦ୍ରଙ୍କ ନାମ

BJD

ନୂଆଦିଲ୍ଲୀ: ଚଳିତ ମାସ ଶେଷରେ ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜଗତ ପ୍ରକାଶ ନଡ୍ଡାଙ୍କ ୩ ବର୍ଷିଆ କାର୍ଯ୍ୟକାଳ ସମାପ୍ତ ହେବ । ଏପରି ସ୍ଥିତିରେ ନଡ୍ଡାଙ୍କ କାର୍ଯ୍ୟକାଳକୁ ପୁଣି ବୃଦ୍ଧି କରାଯିବ ନା ଜଣେ ନୂଆ ଚେହେରାଙ୍କୁ ଦାୟିତ୍ୱ ଦିଆଯିବ ତାହା ଏବେ ବଡ଼ ପ୍ରଶ୍ନ । ଆସନ୍ତା ୧୬-୧୭ ତାରିଖରେ ଦିଲ୍ଲୀରେ ବିଜେପିର ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ବୈଠକ ବସିବାକୁ ଯାଉଛି । ଏହି ବୈଠକରେ ଦଳର ଶୀର୍ଷ ନେତୃତ୍ୱ କିଛି ବଡ଼ ନିଷ୍ପତ୍ତି ନେଇ ପାରନ୍ତି ।

ଚଳିତ ବର୍ଷ ୯ଟି ରାଜ୍ୟରେ ବିଧାନସଭା ନିର୍ବାଚନ ହେବ ଅଛି । ତେଣୁ ଏଭଳି ସ୍ଥିତିରେ ନଡ୍ଡାଙ୍କ କାର୍ଯ୍ୟକାଳ ବୃଦ୍ଧି କରାଯିବ ନା ଜଣେ ନୂଆ ନେତାଙ୍କୁ ଦାୟିତ୍ୱ ମିଳିବ ତାହା ଏକ ବଡ଼ ପ୍ରଶ୍ନ । ତେବେ ଯଦି ଜଣେ ନୂଆ ନେତାଙ୍କୁ ଅଧ୍ୟକ୍ଷ ପଦରେ ବସାଯାଏ, ତେବେ ଏଭଳି ସ୍ଥିତିରେ ରେସରେ ଅନେକ ନେତା ରହିଛନ୍ତି । ଏହି କ୍ରମରେ ଆଗରେ ରହିଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ତଥା ଓଡ଼ିଆ ପୁଅ ଧର୍ମେନ୍ଦ୍ର ପ୍ରଧାନ । ଧର୍ମେନ୍ଦ୍ର ବିହାର, ଉତ୍ତରପ୍ରଦେଶ, ପଶ୍ଚିମବଙ୍ଗ ପରି ଏକାଧିକ ରାଜ୍ୟରେ ନିର୍ବାଚନ ସମୟରେ ନିଜର ଦକ୍ଷତାର ପରାକାଷ୍ଠା ଦେଖାଇଛନ୍ତି । ଏଥିସହିତ ପ୍ରଧାନମନ୍ତ୍ରୀ ମୋଦୀ ମଧ୍ୟ ଧର୍ମେନ୍ଦ୍ରଙ୍କ ଉପରେ ବହୁତ ଆସ୍ଥା ପ୍ରକଟ କରିଥାନ୍ତି । ତେଣୁ ଧର୍ମେନ୍ଦ୍ରଙ୍କୁ ଜାତୀୟ କମାଣ ଦିଆଯାଇପାରେ କୁହାଯାଉଛି ।

ସେହିପରି ୨୦୨୪ ଲୋକସଭା ଓ ଓଡ଼ିଶା ବିଧାନସଭା ନିର୍ବାଚନ ପୂର୍ବରୁ ରାଜ୍ୟ ବିଜେପିର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀଙ୍କ ନାମ ମଧ୍ୟ ବିଜେପି ଘୋଷଣା କରିପାରେ ବୋଲି ଚର୍ଚ୍ଚା ହେଉଛି । ରାଜ୍ୟ ବିଜେପିରେ ଧର୍ମେନ୍ଦ୍ର ଜଣେ ଆଗଧାଡ଼ିର ନେତା ହୋଇଥିବା ବେଳେ ତାଙ୍କୁ କେଉଁ ଦାୟିତ୍ୱ ଦେଲେ ଦଳ ଫାଇଦାରେ ରହିବା ସେନେଇ ହାଇକମାଣ୍ଡ ବିଚାର କରିବେ । ତେବେ ଅଧ୍ୟ ପଦ ପାଇଁ ରାଜ୍ୟସଭା ସାଂସଦ ଭୂପେନ୍ଦ୍ର ଯାଦବଙ୍କ ନାମକୁ ନେଇ ମଧ୍ୟ ଚର୍ଚ୍ଚା ହେଉଛି । ଏଥିସହିତ ଚଳିତ ମାସ ୧୪ ତାରିଖ ପରେ କେନ୍ଦ୍ର କ୍ୟାବିନେଟରେ ମଧ୍ୟ ବଡ଼ଧରଣର ଅଦଳବଦଳ ହେବାର ସମ୍ଭାବନା ରହିଛି ।

Get real time updates directly on you device, subscribe now.