fbpx

ବୁଧ ପ୍ରଦୋଷ ବ୍ରତ ଆଜି: ୧୦ଟି ଭୁଲ୍ ଜମା କରନ୍ତୁନି, ପଡ଼ିପାରେ ମହାଦେବଙ୍କ କୋପଦୃଷ୍ଟି

ଆଜି ହେଉଛି ବର୍ଷର ପ୍ରଥମ ବୁଧ ପ୍ରଦୋଷ ବ୍ରତ । ଏହି ଦିବସରେ ଭଗବାନ ଶିବଙ୍କୁ ପୂଜା କରାଯାଇଥାଏ । ସନ୍ଧ୍ୟା ସମୟରେ ସୂର୍ଯ୍ୟାସ୍ତ ପୂର୍ବରୁ ଓ ପରେ ପ୍ରଦୋଷ ବ୍ରତ ପୂଜା କରାଯାଇଥାଏ । ପ୍ରଥା ଅନୁସାରେ, ଯେଉଁ ଭକ୍ତମାନେ ପ୍ରଦୋଷ ବ୍ରତ ପୂରା ଶ୍ରଦ୍ଧାର ସହିତ କରିଥାନ୍ତି, ସେମାନଙ୍କର ସମସ୍ତ ମନସ୍କାମନା ପୂର୍ଣ୍ଣ ହୋଇଥାଏ । ତେବେ ଏହି ପବିତ୍ର ବ୍ରତ ଅବସରରେ ଭକ୍ତମାନଙ୍କୁ ୧୦ଟି ଭୁଲ୍ କଦାପି କରିବା ଅନୁଚିତ । କାରଣ ଏହାଦ୍ୱାରା ମହାଦେବଙ୍କ କୋପଦୃଷ୍ଟି ପଡ଼ିପାରେ ।

ଚଳିତ ଥର କୃଷ୍ଣ ପକ୍ଷ ତ୍ରୟୋଦଶୀ ତିଥିରେ ପ୍ରଦୋଷ ବ୍ରତ ପଡ଼ୁଛି । ଏହି ବ୍ରତ ସୂର୍ଯ୍ୟାସ୍ତର ୪୫ ମିନିଟ ପୂର୍ବରୁ ଓ ୪୫ ମିନିଟ ପରେ କରାଯାଏ । ଚଳିତ ଥର ଏହା ବୁଧବାରରେ ପଡ଼ୁଥିବାରୁ ଏହାକୁ ବୁଧ ପ୍ରଦୋଷ ବ୍ରତ କୁହାଯାଉଛି । ହିନ୍ଦୁ ପଞ୍ଚାଙ୍ଗ ଅନୁସାରେ, ଚଳିତ ବର୍ଷର ପ୍ରଥମ ପ୍ରଦୋଷ ବ୍ରତ ପୌଷ ମାସର ତ୍ରୟୋଦଶୀ ତିଥିରେ ରଖାଯିବ । ଏହାର ଶୁଭାରମ୍ଭ ଜାନୁଆରୀ ମାସ ୩ ତାରିଖ ରାତି ୧୦ଟା ୧ ମିନିଟରେ ହୋଇସାରିଛି ଓ ଏହାର ସମାପନ ୪ ତାରିଖ ଅର୍ଥାତ ଆଜି ରାତି ୧୧.୫୦ରେ ହେବ ।

୧- ଯେଉଁମାନେ ସୋମ ପ୍ରଦୋଷ ବ୍ରତ କରୁଛନ୍ତି ସେମାନେ ନିଜର ଘର ସହିତ ମନ୍ଦିରର ପୂଜା ପୂର୍ବରୁ ସଫାସୁତୁରା କରିବା ଦରକାର । ୨- ଏହି ଦିନ ଭୁଲରେ ବି ଲଢ଼ାଇ-ଝଗଡ଼ା କରନ୍ତୁ ନାହିଁ । ୩- ବ୍ରତଧାରୀମାନେ ଅନ୍ୟ ପାଇଁ ଖରାପ ଭାବନା ମନରେ ରଖନ୍ତୁ ନାହିଁ । ୪- ଆଜିର ଦିନରେ ତାମସିକମ ଭୋଜନ ସେବନ କରନ୍ତୁ ନାହିଁ । ରସୁଣ, ପିଆଜକୁ ଆଭଏଡ୍ କରନ୍ତୁ । ୫- ଏହି ଦିନ ଭୁଲରେ ବି ମଦ, ମାଂସ ସେବନ କରନ୍ତୁ ନାହିଁ । ୬- ବ୍ରତ ଦିନ ସକାଳୁ ଅଧିକ ସମୟ ପର୍ଯ୍ୟନ୍ତ ଶୁଅନ୍ତୁ ନାହିଁ । ଅଧିକ ସମୟ ଧରି ଶିବଙ୍କ ଆରାଧନା କରିବା ଦରକାର । ୭- ବ୍ରତ ରଖୁଥିବା ଲୋକମାନେ ଆଜି ଚୋରି, ମିଥ୍ୟା ଓ ହିଂସାଠାରୁ ଦୂରେଇ ରୁହନ୍ତୁ । ୮- ମହିଳାମାନଙ୍କୁ ବ୍ରତ ଦିନ ଶିବଲିଙ୍ଗ ଛୁଇଁବା ଅନୁଚିତ । ଏପରି କଲେ ମାତା ପାର୍ବତୀ ନାରାଜ ହୋଇଯାଇଥାନ୍ତି । ୯-ବ୍ରତ ଦିନ ଶିବଙ୍କୁ ତୁଳସୀ ପତ୍ର, କେତକୀ ଫୁଲ, କୁମକୁମ, ନଡ଼ିଆର ଜଳ ଚଢ଼ାଇବା ଅନୁଚିତ । ୧୦- ବ୍ରତ ଦିନ ଭୁଲରେ ବି କଳା କପଡ଼ା ପିନ୍ଧନ୍ତୁ ନାହିଁ । କାରଣ କଳା ରଙ୍ଗକୁ ଅଶୁଭ ଭାବେ ଗ୍ରହଣ କରାଯାଏ । ଏହି ଦିନ ଲାଲ ବା ହଳଦିଆ ରଙ୍ଗର କପଡ଼ା ପିନ୍ଧିବା ଉଚିତ ।

Get real time updates directly on you device, subscribe now.