fbpx

ମୃତ ଋଷୀୟ ନାଗରିକଙ୍କ ପୋଷ୍ଟ ମର୍ଟମ ଆଜି: ରିପୋର୍ଟ କହିବ ମୃତ୍ୟୁ ପଛର କାରଣ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ମୃତ ଋଷୀୟ ନାଗରିକ ଚିଫ୍ ଇଞ୍ଜିନିୟର ମିଲ୍ ୟାକୁବ ସର୍ଜଇଙ୍କର ଆଜି ହେବ ପୋର୍ଟ ମର୍ଟମ । ଗତ ୨ ତାରିଖ ବିଳମ୍ବିତ ରାତ୍ରିରେ ପାରାଦୀପ ପୋର୍ଟର ଆଙ୍କରେଜରେ ତାଙ୍କର ମୃତ୍ୟୁ ଘଟିଥିବା ବେଳେ ମୃତ୍ୟୁର କାରଣ ସ୍ପଷ୍ଟ ହୋଇନଥିଲା । ତେବେ ଆଜି ଶବ ବ୍ୟବଚ୍ଛେଦ କରାଯିବ ଓ ରିପୋର୍ଟ ଆସିବା ପରେ ଏ ବାବଦରେ ଅଧିକ ତଥ୍ୟ ସାମ୍ନାକୁ ଆସିପାରେ ।

ତେବେ ଏହା ମଧ୍ୟରେ ଆଜି ୟାକୁବଙ୍କ ମୃତଦେହ ପାରାଦୀପ ବନ୍ଦର କର୍ତ୍ତୃପକ୍ଷ ଚିକିତ୍ସାଳରେ ପହଞ୍ଚିଛି । ଆଜିର ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ତାଙ୍କର ମୃତ୍ୟୁ ପଛର କାରଣ ସ୍ପଷ୍ଟ ହୋଇପାରେ । ଏହା ପୂର୍ବରୁ ମଧ୍ୟ ଦୁଇଜଣ ଋଷୀୟ ନାଗରିକଙ୍କ ମୃତ୍ୟୁ ଘଟିଥିବାରୁ ପୁଣି ଜଣେ ଋଷୀୟ ନାଗରିକଙ୍କ ମୃତ୍ୟୁକୁ ନେଇ ଦ୍ୱନ୍ଦ୍ୱ ବଢ଼ୁଛି । ସୂଚନାଯୋଗ୍ୟ ଯେ, କିଛିଦିନ ତଳେ ଦୁଇଜଣ ଋଷୀୟ ନାଗରିକଙ୍କ ମୃତଦେହ ରହସ୍ୟଜନକ ଭାବେ ମିଳିଥିଲା । ଉକ୍ତ ଘଟଣାର ତଦନ୍ତ ଏବେ ବି ଜାରି ରହିଛି । ତାହା ହତ୍ୟା ନା ଆତ୍ମହତ୍ୟା ତାହା ଏବେ ବି ଚର୍ଚ୍ଚାରେ ରହିଛି ।

ୟାକୁବ ଏମ.ଭି. ଅଲଦାନାହା ନାମକ ଋଷୀୟ ଜାହାଜରେ ମୁଖ୍ୟ ଯନ୍ତ୍ରୀ ଭାବେ କାର୍ଯ୍ୟରତ ଥିଲେ । ଗତ ୨ ତାରିଖରେ ଏହି ଜାହାଜଟି ପାରାଦୀପ ବନ୍ଦରର ଆଙ୍କରେଜରେ ଲାଗିଥିଲା । ତେବେ ବିଳମ୍ବିତ ରାତି ୪ଟା ୧୫ ସମୟରେ ମୁଖ୍ୟ ଯନ୍ତ୍ରୀ ୟାକୁବ ଗୁରୁତର ଥିବା ନେଇ ବନ୍ଦରକୁ ବାର୍ତ୍ତା ଦିଆଯାଇଥିଲା । ଏହାପରେ ଡକ୍ ବୋଟ୍ ସହାୟତାରେ ଏକ ଡାକ୍ତରୀ ଟିମ୍ ଯାଇ ୟାକୁବଙ୍କ ଚିକିତ୍ସା କରିଥିଲେ । ମାତ୍ର ଡାକ୍ତରମାନେ ତାଙ୍କୁ ମୃତ ଘୋଷଣା କରିଥିଲେ । ଏ ବାବଦରେ ଋଷୀୟ ଦୂତାବାସକୁ ଅବଗତ କରାଯାଇଥିଲା ।

Get real time updates directly on you device, subscribe now.