fbpx

ଜିସିଟିସି ଉର୍ଜା ସୁରକ୍ଷା ସମ୍ମିଳନୀରେ ଉଦ୍‌ବୋଧନ ଦେଇ କଣ କହିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଜାଣନ୍ତୁ

ଭୁବନେଶ୍ୱର, ୨୯/୯(ଓଡିଶା ଭାସ୍କର): ଜିସିଟିସି ଉର୍ଜା ସୁରକ୍ଷା ସମ୍ମିଳନୀରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଉଦ୍‌ବୋଧନ ଦେଇଛନ୍ତି। ଉର୍ଜା ସୁରକ୍ଷା ସ୍ଥାପତ୍ୟର ବିକାଶରେ ଆତ୍ମନିର୍ଭର ଭାରତର ବଡ଼ ଭୂମିକା ରହିଛି ବୋଲି ସେ କହିଛନ୍ତି । ୧୪ ହଜାର କୋଟି ବ୍ୟୟରେ ୧୨ଟି ଟୁଜି ଜୈବ ବିଶୋଧନାଗାର ପ୍ରତିଷ୍ଠା ହେବ । ଏହାସହ ୨୦୩୦ ସୁଦ୍ଧା ୫ ହଜାର ସିବିଜି ପ୍ଲାଣ୍ଟ ପ୍ରତିଷ୍ଠା କରିବାକୁ ଲକ୍ଷ୍ୟ ରଖାଯାଇଛି। ୨୦୩୦ ସୁଦ୍ଧା ସବୁ ରେଳ ଲାଇନକୁ ଶତପ୍ରତିଶତ ବିଦ୍ୟୁତିକରଣ ଯୋଜନା କରାଯିବ । ଷ୍ଟ୍ରାଟେଜିକ୍ ପେଟ୍ରୋଲିୟମ ଭଣ୍ଡାରକୁ ବିକଶିତ କରିବାକୁ ବିଦେଶୀ କମ୍ପାନୀଙ୍କୁ ନିମନ୍ତ୍ରଣ କରାଯିବ ବୋଲି ସେ କହିଛନ୍ତି।

Get real time updates directly on you device, subscribe now.