fbpx

କେନ୍ଦ୍ର ରେଳମନ୍ତ୍ରୀଙ୍କୁ ଚିଠି ଲେଖିଲେ ଧର୍ମେନ୍ଦ୍ର

ନୂଆଦିଲ୍ଲୀ,୮ ।୯: କେନ୍ଦ୍ର ରେଳମନ୍ତ୍ରୀ ପୀୟୂଷ ଗୋୟଲଙ୍କୁ ଚିଠି ଲେଖିଛନ୍ତି କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ପ୍ରବାସୀ ଓଡିଆଙ୍କ ଜୀବନଜୀବିକା ପାଇଁ ପୁର୍ନବାର ‘ଶ୍ରମିକ ସ୍ପେଶାଲ ଟେନ୍’ ଚଳାଚଳ କରିବା ପାଇଁ ଧର୍ମେନ୍ଦ୍ର ଚିଠିରେ ଅନୁରୋଧ କରିଛନ୍ତି । ସେ ଉଲ୍ଲେଖ କରିଛନ୍ତି ଯେ, ‘ଓଡିଶାରୁ ଅନ୍ୟ ରାଜ୍ୟକୁ ଟ୍ରେନ୍ ଚଳାଚଳ କରାଯାଉ । ଗୁଜୁରାଟ, କର୍ଣ୍ଣାଟକ, ମହାରାଷ୍ଟ୍ରକୁ ଟ୍ରେନ୍ ଚଳାଚଳ କରାଯାଉ । ଟ୍ରେନ୍ ଚାଲିଲେ ଶ୍ରମିକ କାର୍ଯ୍ୟକ୍ଷେତ୍ରକୁ ଯାଇପାରିବେ । ମୌସୁମୀ ପରିସ୍ଥିତି ଓ ସଡକ ପଥରେ ଦୂରବାଟ ଯାତ୍ରା କରିବା ନିରାପଦ ନୁହେଁ ।’

Get real time updates directly on you device, subscribe now.