fbpx

ପର୍ଯ୍ୟଟକଙ୍କ ପାଇଁ ଖୋଲିଲା ଧଉଳି ଶାନ୍ତି ସ୍ତୁପ

ଭୁବନେଶ୍ୱର,୧୮ ।୧୦(ଓଡିଶା ଭାସ୍କର): କରୋନା ପାଇଁ ଅନେକ ପର୍ଯ୍ୟଟନ ସ୍ଥଳୀ ବନ୍ଦ ହୋଇରହିଥିବା ବେଳେ ଏବେ ସେସବୁ ଧୀରେ ଧୀରେ ଖୋଲିବାରେ ଲାଗିଛି । ଏହାରି ମଧ୍ୟରେ ଦୀର୍ଘ ୭ ମାସର ବ୍ୟବଧାନ ପରେ ଆଜି ପର୍ଯ୍ୟଟକଙ୍କ ପାଇଁ ଖୋଲିଛି ଶାନ୍ତି ସ୍ତୁପ ଧଉଳି । ରବିବାର ଦିନ ଓଡିଶା ରାଜଧାନୀଠୁ ବାହାରେ ଥିବା ଧଉଳି ପାହାଡ ଉପରେ ଥିବା ଶାନ୍ତି ସ୍ତୁପ ସର୍ବସାଧାରଣଙ୍କ ପାଇଁ ଖୋଲା ଯାଇଛି ।

ଏହାର ପରିଦର୍ଶନ ସମୟରେ ପର୍ଯ୍ୟଟକ ମାନେ ସମସ୍ତ କୋଭିଡ କଟକଣା ଅନୁସରଣ କରିବେ ବୋଲି ଅଧିକାରୀମାନେ କହିଛନ୍ତି । କରୋନା ମହାମାରୀ ହେତୁ ଗତ ମାର୍ଚ୍ଚ ମାସରୁ ଏହି ଶାନ୍ତି ସ୍ତୁପକୁ ବନ୍ଦ ରଖାଯାଇଥିଲା । ଅନ୍ୟପଟେ ସେଠାରେ ବେପାର ଆଶାରେ ବ୍ୟବସାୟୀ ମାନେ ନିଜ ନିଜ ଦୋକାନ ଖୋଲିଛନ୍ତି।

Get real time updates directly on you device, subscribe now.