fbpx
BJD
BJD SKY
BJD SKY

(Video) ଅଶାନ୍ତ ସମୁଦ୍ରରେ ଭୟଙ୍କର ଲହଡ଼ି, ହଠାତ୍ ନୌକାରୁ ତଳକୁ ଖସି ପଡ଼ିଲେ ଧୀବରମାନେ

BJD

ନୂଆଦିଲ୍ଲୀ: ମାଡ଼ି ଆସୁଛି ସମୁଦ୍ରର ଉତ୍ତାଳ ତରଙ୍ଗ । ଏହା ମଧ୍ୟରେ ସଂଘର୍ଷ କରୁଛି ଏକ ନୌକା । ମାତ୍ର ଏକ କ’ଣ । ହଠାତ୍ ଭୟଙ୍କର ଲହଡ଼ି ମାଡ଼ରେ ଡଙ୍ଗାଟି ସମ୍ପୂର୍ଣ୍ଣ ଭାବେ ନଇଁ ପଡ଼ୁଛି । ଆଉ ଏଇ ସମୟରେ ନୌକାରେ ଥିବା ୪ ଜଣ ଧୀବର ସମୁଦ୍ର ପାଣିରେ ପଡ଼ିଯାଉଛନ୍ତି । ଏହି ଦୃଶ୍ୟକୁ ଦେଖିଲେ ଭୟରେ ଛାତି ଥରି ଉଠୁଛି । ଏନେଇ ଏକ ଭିଡିଓ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି ।

ଛାତି ଥରାଇଦେବା ଭଳି ଏଭଳି ଏକ ଭୟଙ୍କର ଘଟଣା ଘଟିଛି କେରଳର କୋଲଲମ ଜିଲ୍ଲାରେ । ପ୍ରବଳ ବର୍ଷାରେ ସମୁଦ୍ର ଏବେ ଅଶାନ୍ତ ରହିଥିବା ବେଳେ ଏହି ସମୟରେ ସମୁଦ୍ର ମଧ୍ୟକୁ ମାଛ ମାରିବାକୁ ଯାଇଥିଲେ ଧୀବରମାନେ । ତେବେ ଭାଗ୍ୟ ଖରାପ । ଅଶାନ୍ତ ସମୁଦ୍ରର ଭୟଙ୍କର ଲହଡ଼ି ମଧ୍ୟରେ ଫସି ଯାଇଥିଲା ଏହି ନୌକାଟି । ଲହଡ଼ିର ଆଘାତରେ ଡଙ୍ଗାଟି ନଇଁ ପଡ଼ିଥିବା ବେଳେ ହଠାତ୍ ଡଙ୍ଗାରୁ ବାହାରକୁ ଛିଟିକି ପଡ଼ିଥିଲେ ୪ ଜଣ ଧୀବର ।

କେରଳର ନୀନ୍ଦକାରା ଅଞ୍ଚଳରେ ଘଟିଥିବା ଏହି ଦୃଶ୍ୟକୁ ଯିଏ ବି ଦେଖିବ ଆଦୌ ସହ୍ୟ କରି ପାରିବ ନାହିଁ । ସମୁଦ୍ରର ଅଶାନ୍ତ ଲହଡ଼ିର ମାଡ଼ରେ ଡଙ୍ଗାଟି ଗୋଟିଏ କଡ଼କୁ ନଇଁ ପଡ଼ିଥିବା ବେଳେ ହଠାତ୍ ଧୀବରମାନେ ମଧ୍ୟ ସମୁଦ୍ରର ଅକାତ କାତ ପାଣି ମଧ୍ୟକୁ ଖସି ପଡ଼ିଥିଲେ । ଗତକାଲି ସମାନ ଘଟଣା କେରଳର ଦୁଇଟି ସ୍ଥାନରେ  ଘଟିଥିଲା । ଈଶ୍ୱରଙ୍କ କୃପାରୁ ୪ ଜଣ ଧୀବରଙ୍କୁ ଉଦ୍ଧାର କରାଯାଇଥିବା ବେଳେ ୩ ଜଣ ପହଁରି ପହଁରି କୂଳକୁ ଆସିଥିଲେ । ପରେ ସେମାନଙ୍କୁ ସାଥୀ ଧୀବରମାନେ ଉଦ୍ଧାର କରିଥିଲେ । ସାଧାରଣ ଭାବେ ସମୁଦ୍ର ଅଶାନ୍ତ ଥିବାବେଳେ ଭିତରକୁ ନ ଯିବା ପାଇଁ ପାଣିପାଗ ବିଭାଗ ପକ୍ଷରୁ ସତର୍କ କରାଯାଇଥାଏ ।

Get real time updates directly on you device, subscribe now.