fbpx
BJD
BJD SKY
BJD SKY

ପଦକ ବିଜୟ ଜାରି: ଟେବୁଲ ଟେନିସରେ ଭାରତକୁ ସ୍ୱର୍ଣ୍ଣ, ଭାରୋତ୍ତୋଳନରେ ବିକାଶ ଜିତିଲେ ରୌପ୍ୟ

BJD

ବର୍ମିଂଘମରେ ଜାରି କମନୱେଲଥ ଗେମ୍ସ ୨୦୨୨ ର ପଞ୍ଚମ ଦିନରେ ମଙ୍ଗଳବାର ଭାରତୀୟ ଟିମ୍ ଲନ୍ ବଲ୍ ରେ ସ୍ୱର୍ଣ୍ଣ ପଦକ ଜିତି ଇତିହାସ ରଚିଛନ୍ତି । ଭାରତୀୟ ଟିମ୍ ଫାଇନାଲରେ ଦକ୍ଷିଣ ଆଫ୍ରିକାକୁ ହରାଇ ୧୭-୧୦ ରେ ହରାଇ ସ୍ୱର୍ଣ୍ଣ ପଦକ ଜିତିଥିଲେ ।

ଏହାରି ମଧ୍ୟରେ ପୁଣି ମଙ୍ଗଳବାର ଭାରତର ଟେବୁଲ ଟେନିସ ଟିମ୍ ସ୍ୱର୍ଣ୍ଣ ପଦକ ଜିତିଛନ୍ତି । ଟେବୁଲ ଟେନିସ୍ ରେ ଭାରତକୁ କମନୱେଲଥ ଗେମ୍ସରେ ୧୧ ତମ ମେଡାଲ ମିଳିଛି । ପୁରୁଷ ଟିମ୍ ଫାଇନାଲ ରେ ସିଙ୍ଗାପୁରକୁ ୩-୧ ରେ ହରାଇ ସ୍ୱର୍ଣ୍ଣ ପଦକ ହାତେଇଛି । କମନୱେଲଥ୍ ଗେମ୍ସ ୨୦୨୨ ରେ ଭାରତର ଏହା ପଞ୍ଚମ ସ୍ୱର୍ଣ୍ଣ ପଦକ ।

ସେହିପରି ଭାରତ ପାଇଁ ୧୨ ତମ ପଦକ ବିକାଶ ଠାକୁର ଜିତିଛନ୍ତି । ବିକାଶ ୯୬ କେଜି ବର୍ଗରେ ରୌପ୍ୟ ପଦକ ଜିତିଛନ୍ତି । ସ୍ନାଚ ରାଉଣ୍ଡରେ ୧୫୫ ଏବଂ କ୍ଲିନ୍ ଆଣ୍ଡ୍  ଜର୍ମରେ ୧୯୧ କେଜି ମୋଟ ୩୪୬ କେଜି ଉଠାଇ ରୌପ୍ୟ ଜିତିଛନ୍ତି ।

ଏହି ଭଳି ଭାରତକୁ କମନୱେଲଥ ଗେମ୍ସ ୨୦୨୨ ରେ ଏପର୍ଯ୍ୟନ୍ତ ୫ ସ୍ୱର୍ଣ୍ଣ, ୪ ରୌପ୍ୟ ଏବଂ ୩ ବ୍ରୋଞ୍ଜ ମେଡାଲ ମିଳିଛି ।

Get real time updates directly on you device, subscribe now.