fbpx

ଦିଲ୍ଲୀ ବିରୋଧରେ ଧୋନୀଙ୍କ ଧମାଲ: ମାତ୍ର ୨୧ ରନ କରି ବି ରେକର୍ଡ କଲେ କ୍ୟାପଟେନ କୁଲ ମାହି

Advertisement

ମୁମ୍ବାଇ: ଦିଲ୍ଲ କ୍ୟାପିଟାଲ୍ସ ଏବଂ ଚେନ୍ନାଇ ସୁପର କିଙ୍ଗସ ମଧ୍ୟରେ ଚାଲିଥିବା ମ୍ୟାଚ ସଂଘର୍ଷପୂର୍ଣ୍ଣ ରହିଛି । ପ୍ରଥମେ ବ୍ୟାଟିଂ କରି ଦିଲ୍ଲୀକୁ ୨୦୯ ରନର ଟାର୍ଗେଟ ଦେଇଛି ଚେନ୍ନାଇ । ଡେଭନ କନୱେଙ୍କ ଦମଦାର ପାଳି ପରେ ଛୋଟ ଏବଂ ଧୂଆଁଧାର ପାଳି ଖେଳିଛନ୍ତି କ୍ୟାପଟେନ କୁଲ ଧୋନୀ । ମାତ୍ର ୮ ବଲରେ ୨୬୨ ଷ୍ଟ୍ରାଇକ ରେଟ ୨୧ ରନର ଏକ ବିସ୍ଫୋରକ ପାଳି ଖେଳି ଦଳକୁ ୨୦୮ ରନରେ ପହଞ୍ଚାଇଛନ୍ତି । ଏହି ପାଳି ସହ ଏକ ମାଇଲଖୁଣ୍ଟ ନିଜ ନାମରେ କରିଛନ୍ତି କ୍ୟାପଟେନ କୁଲ ।

ଦିଲ୍ଲୀ କ୍ୟପିଟାଲ୍ସ ବିପକ୍ଷରେ ୨ଟି ଛକା ଏବଂ ଗୋଟିଏ ଚୌକା ସହ ଧୋନୀ ୨୧ ରନ କରିଛନ୍ତି । ଏହି ପାଳି ସହ ସେ ଅଧିନାୟକ ଭାବରେ ଟି-୨୦ରେ ୬୦୦୦ ରନ ପାର କରିଛନ୍ତି । ଦ୍ୱିତୀୟ ଖେଳାଳି ଭାବେ ଏହି ମାଇଲଖୁଣ୍ଟ ପାର କରିଛନ୍ତି ଧୋନୀ । ପୂର୍ବରୁ ଭାରତୀୟ କ୍ରିକେଟର ପୂର୍ବତନ ଅଧିନାୟକ ବିରାଟ କୋହଲି(୬୪୫୧) ଏହି ଉପଲବ୍ଧି ହାସଲ କରିଥିଲେ । ତେବେ ଧୋନୀ ଏହି ତାଲିକାରେ ଦ୍ୱିତୀୟ ସ୍ଥାନରେ ରହିଛନ୍ତି । ତାଙ୍କ ପରେ ରୋହିତ ଶର୍ମା ୪୭୬୪ ରନ କରିଥିବା ବେଳେ ୪୬୦୩ ରନ କରି ଚତୁର୍ଥ ସ୍ଥାନରେ ଅଛନ୍ତି ଆରୋନ ଫିଞ୍ଚ ।

ତେବେ IPLରେ ଧୋନୀଙ୍କ ରେକର୍ଡ ଦେଖିବାକୁ ଗଲେ ସେ ୫ହଜାରରୁ ୯୧ ରନ ଦୂରରେ ଅଛନ୍ତି ମାହି । ୨୩୧ ମ୍ୟାଚରୁ ମୋଟ ୪୯୦୯ ରନ ସଂଗ୍ରହ କରିଛନ୍ତି ଧୋନୀ । ଏହାବ୍ୟତୀତ ସେ ୨୨୬ ଟି ଛକା ମଧ୍ୟ ମାରିଛନ୍ତି ।

Get real time updates directly on you device, subscribe now.