fbpx

Victory Memorial! ୱାନଖେଡେ ଷ୍ଟାଡିୟମରେ ଧୋନୀଙ୍କୁ ସ୍ପେଶାଲ ସରପ୍ରାଇଜ: ବିଶ୍ୱକପ ଛକା ସହ କନେକ୍ସନ

ନୂଆଦିଲ୍ଲୀ: ୨୦୧୧ ଦିନିକିଆ ବିଶ୍ୱକପ ଫାଇନାଲ ମ୍ୟାଚକୁ କୌଣସି ଭାରତୀୟ ଭୁଲି ପାରିବେ ନାହିଁ । ନା କେହି ଭୁଲି ପାରିବେ ଅଦିନାୟକ ଧୋନୀଭ୍କର ସେହି ଐତିହାସିକ ବିଶାଳ ଛକାକୁ । ଆଜି ବି ପ୍ରତ୍ୟେକ ଭାରତୀୟଙ୍କ ମନରେ ସେହି ଛକା ସ୍ୱତନ୍ତ୍ର ସ୍ଥାନ ହାସଲ କରି ରହିଛି । ତେବେ ଏଭଳି ଏକ ଐତିହାସିକ ଛକାକୁ ୱାନଖେଡେ ଷ୍ଟାଡିୟମ ମଧ୍ୟ ସମ୍ମାନ ଦେବା ପାଇଁ ନିଷ୍ପତ୍ତି ନେଇଛି । ସେହି ମୁହୂର୍ତ୍ତ ଏବଂ ଶଟ୍ କୁ ସ୍ମରଣୀୟ କରିବା ପାଇଁ ଏକ ବଡ ପଦକ୍ଷେପ ନେଇଛି ମୁମ୍ବାଇ କ୍ରିକେଟ ଆସୋସିଏସନ ।

ଶେଷ ୧୧ ବଲରେ ଭାରତକୁ ବିଶ୍ୱକପ ବିଜୟ ପାଇଁ ୪ ରନର ଆବଶ୍ୟକ ରହିଥିଲା । ଏହି ସମୟରେ କୁଲଶେଖରାଙ୍କ ବଲରେ ଏକ ବିଶାଳ ଛକା ଲଗାଇଥିଲେ ଅଧିନାୟକ ମହେନ୍ଦ୍ର ସିଂହ ଧୋନୀ । ଏହାସହିତ ୨୮ ବର୍ଷ ପରେ ଭାରତ ବିଶ୍ୱବିଜୟୀ ହୋଇଥିଲା । ତେବେ ଧୋନୀଙ୍କ ଏହି ଛକାରେ ବଲ ଯେଉଁ ସ୍ଥାନରେ ପଡିଥିଲା ସେହି ସ୍ଥାନର ରୂପରେଖ ବଦଳାଇଛି ଏମସିଏ । ଏହି ଷ୍ଟାଣ୍ଡସର ୫ଟି ସିଟକୁ ସବୁଦିନ ପାଇଁ ରିଟାୟାର କରିବାକୁ ନିଷ୍ପତ୍ତି ନେଇଛି ସଂଘ । ଏହାକୁ ‘ୱାର୍ଲଡକପ୍ ଭିକ୍ଟ୍ରି ମେମୋରିଆଲ’ ପ୍ରସ୍ତୁତ କରାଯିବାର ନିଷ୍ପତ୍ତି ନିଆଯାଇଛି । ବଲ ପଡିଥିବା ଷ୍ଟାଣ୍ଡର ୫ଟି ସିଟ ହଟାଇ ଦିଆଯାଇଛି । ଏହାବ୍ୟତୀତ ଏହି ସ୍ପଟକୁ ଏମ.ଏସ ଦୋନୀଙ୍କ ଉପସ୍ତିତିରେ ଏମସିଏ ତରଫରୁ ସମ୍ମାନିତ କରାଯାଇଛି ।

ଦୋନୀ ଏବଂ ତାଙ୍କର ସେହି ଐତିହାସିକ ଛକାକୁ ସମ୍ମାନ ଦେଇ ପ୍ରସ୍ତୁତ କରାଯାଉଛି ଏହି ଭିକ୍ଟ୍ରି ମେମୋରିଆଲ । ବିଶ୍ୱରେ ଅନେକ କ୍ରିକେଟ ଖେଳାଳିଙ୍କ ନାମରେ ଷ୍ଟାଡିୟମରେ ଷ୍ଟାଣ୍ଟସ ନାମିତ କରାଯାଇଛି, କିନ୍ତୁ ପ୍ରଥମ ଖେଳାଳି ଭାବରେ ଧୋନୀଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଛି । ଏହା ପୂର୍ବରୁ କୌଣସି ଭାରତୀୟ ଖେଳାଳିଙ୍କ ନାମରେ ଭିକ୍ଟ୍ରି ମେମୋରିଆଲ ପ୍ରସ୍ତୁତ କରାଯାଇ ନାହିଁ । ତେବେ ନ୍ୟୁଜିଲାଣ୍ଡର ଅଲରାଉଣ୍ଡର ଗ୍ରାଣ୍ଟ ଏଲିୟଟଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଥିଲା । ୨୦୧୫ ବିଶ୍ୱକପ ସେମି ଫାଇନାଲ ମ୍ୟାଚରେ ଛକା ମାରି ଦଳକୁ ଫାଇନାଲ ଟିକେଟ ଦେଇଥିବା ଏଲିୟଟଙ୍କ ନାମରେ ଏକ ଭିକ୍ଟ୍ରି ମେମୋରିଆଲ ପ୍ରସ୍ତୁତ କରାଯାଇଛି ।

Get real time updates directly on you device, subscribe now.