fbpx

ସାକ୍ଷୀ କାମୁଡିଲେ ଧୋନୀଙ୍କ ଆଙ୍ଗୁଠି ,ଫଟୋ ଭାଇରାଲ

ଭୁବନେଶ୍ୱର :୨୦ । ୪(ଓଡିଶା ଭାସ୍କର):ଲକ ଡାଉନ ପାଇଁ ଏବେ କ୍ରିକେଟ ଖେଳ ବନ୍ଦ । କ୍ରିକେଟର ବି ଘରେ ରହି ସମୟ ବିତାଉଛନ୍ତି । ଏହି ସମୟରେ ବିଶ୍ୱର ନାମିଦାମୀ କ୍ରିକେଟର ସୋସିଆଲ ମିଡିଆର ଜବରଦସ୍ତ ବ୍ୟବହାର କରୁଛନ୍ତି ।ଫ୍ୟାନ ବି ଏଗୁଡିକୁ ବେଶ ଲାଇକ କରୁଛନ୍ତି । ଏବେ ମହେନ୍ଦ୍ର ସିଂ ଧୋନୀ ଓ ତାଙ୍କପତ୍ନୀ ସାକ୍ଷୀ ଧୋନୀଙ୍କ ଏମିତି ଏକ ରୋମାଣ୍ଟିକ ଫଟୋ ଭାଇରାଲ ହୋଇଛି । ଫଟୋରେ ଧୋନୀ ବେଡ ଉପରେ ଶୋଇ ମୋବାଇଲ ଦେଖୁଛନ୍ତି । ତାଙ୍କ ପାଦ ରହିଛି ସାକ୍ଷୀଙ୍କ କୋଳରେ । ସାକ୍ଷୀ ଧୋନୀଙ୍କ ପାଦ ଆଙ୍ଗୁଠିକୁ କାମୁଡୁଥିବା ଫଟୋ ଉଠାଇ ନିଜ ଇନଷ୍ଟ୍ରାଗ୍ରାମ ରେ ଅପଲୋଡ କରିଛନ୍ତି । ଫଟୋ ଅପଲୋଡ ହେବାର କିଛି ମିନିଟ ଭିତରେ ଏହାକୁ ଦେଢ଼ଲକ୍ଷରୁ ଅଧିକ ଲାଇକ ମିଳିଛି ।

Get real time updates directly on you device, subscribe now.