fbpx

ମର୍ମନ୍ତୁଦ ସିରିଜ ସଡ଼କ ଦୁର୍ଘଟଣା, ୪ଆହତ

ବାଲୁଗାଁ, ୨୦ା୪(ଓଡ଼ିଶା ଭାସ୍କର): ଜାତୀୟ ରାଜପଥ ୧୬ରେ ଏକ ଅଭାବନୀୟ ଘଟଣା ଘଟିଯାଇଛି । ସେଠାରେ ଏକ ମର୍ମନ୍ତୁଦ ସିରିଜ ସଡ଼କ ଦୁର୍ଘଟଣା ଘଟିଛି । ଏକ ତେଲ ଟ୍ୟାଙ୍କର ଟ୍ରକଟି ଭୁବନେଶ୍ୱରରୁ ବ୍ରହ୍ମପୁର ଅଭିମୁଖେ ଯାଉଥିବା ବେଳେ ବାଲୁଗାଁ ନିକଟସ୍ଥ ଆଇ.ଏନ.ଏସ ଚିଲିକା ଛକରେ ଗୋଟିଏ କାର ଏବଂ ୫ଟି ଅଟୋକୁ ଧକ୍କା ଦେବା ସହ ଭାରସାମ୍ୟ ମଧ୍ୟ ହରାଇଥିଲା । ଦୁର୍ଘଟଣା ହେବା ପରେ ଟ୍ରକ ଡ୍ରାଇଭର ଫେରାର ହୋଇଯାଇଥିବା ସୂଚନା ମିଳିଛି । ଏହି ଦୁର୍ଘଟଣାରେ ୪ଜଣ ଗୁରୁତର ଭାବେ ଆହତ ହୋଇ ବାଲୁଗାଁ ସ୍ଥିତ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି । ଆହତ ହୋଇଥିବା ୪ଜଣଙ୍କ ମଧ୍ୟରୁ ୨ଜଣ କାରରେ ଯାଉଥିବା ଗଞ୍ଜାମ ଜିଲ୍ଲା ସ୍ଥିତ ସୋରଡ଼ାର ହୋଇଥିବା ବେଳେ ଅଟୋରେ ଯାଉଥିବା ଅନ୍ୟ ଦୁଇଜଣ ସ୍ଥାନୀୟ ଅଞ୍ଚଳର ବୋଲି ଜଣାପଡ଼ିଛି ।

Get real time updates directly on you device, subscribe now.