fbpx

ଧୋନୀଙ୍କ ପାଇଁ ଖୁବ ସ୍ପେଶାଲ ହେବ ବାଙ୍ଗାଲୋର ବିପକ୍ଷ ଆଜିର ମ୍ୟାଚ: ଗୋଟିଏ ନୁହେଁ ୩ଟି ରେକର୍ଡ କରିବେ ମାହି

Advertisement

ମୁମ୍ବାଇ: ଇଣ୍ଡିଆନ ପ୍ରିମିୟର ଲିଗରେ ପୁଣିଥରେ ଅଧିନାୟକ ଭାବରେ ଦାୟିତ୍ୱ ନେଇଛନ୍ତି କ୍ୟାପଟେନ କୁଲ ମାହି । ଚଳିତ ସିଜନରେ ଚେନ୍ନାଇର ଦଶମ ମ୍ୟାଚ ରୋୟଲ ଚାଲେଞ୍ଜର୍ସ ବାଙ୍ଗାଲୋର ବିପକ୍ଷରେ ଖେଳାଯିବାକୁ ରହିଛି । ତେବେ ଏହି ମ୍ୟାଚରେ ଧୋନୀ ଗୋଟିଏ କି ଦୁଇଟି ନୁହେଁ ତିନୋଟି ରେକର୍ଡ ନିଜ ନାମରେ କରିପାରନ୍ତି । ଟସ ପକାଇବା ମାତ୍ରେ ହିଁ ଧୋନୀ ପ୍ରଥମ ରେକର୍ଡକୁ ନିଜ ନାମରେ କରିନେବେ ।

IPL 2022: Will MS Dhoni Part Ways With CSK Next Year? Chennai Skipper Gives Cryptic Reply

ଆଜି ଚେନ୍ନାଇ ସୁପର କିଙ୍ଗସ ପାଇଁ ୨୦୦ତମ ମ୍ୟାଚ ଖେଳିବେ କ୍ୟାପଟେନ କୁଲ ମାହି । ଓଚଖ କ୍ୟାରିୟରରେ ମୋଟ ୨୨୯ ମ୍ୟାଚ ଖେଳିଥିଲେ ବି ସିଏସକେ ପାଇଁ ଏହା ହେବ ତାଙ୍କର ୨୦୦ତମ ମ୍ୟାଚ । ୨୦୧୬ ଏବଂ ୨୦୧୭ରେ ଚେନ୍ନାଇ ୨ ବର୍ଷ ପାଇଁ ବ୍ୟାନ ହୋଇଥିବା ବେଳେ ରାଇଜିଂ ପୁଣେ ସୁପର ଜିଆଣ୍ଟସ ପାଇଁ ଖେଳିଥିଲେ ଏମ ଏସ ଧୋନୀ । ଆଜିର ମ୍ୟାଚ ସହ ଚେନ୍ନାଇ ପାଇଁ ସବୁଠୁ ଅଧିକ ମ୍ୟାଚ ଖେଳିଥିବା ଖେଳାଳି ମଧ୍ୟ ଧୋନୀ ହିଁ ରହିବେ ।

MS Dhoni to play in IPL 2022? CSK skipper drops BIG hint – check out | Cricket News | Zee News

ଅଧିନାୟକ ଭାବରେ ମଧ୍ୟ ଏକ ବଡ ଉପଲବ୍ଧି ହାସଲ କରିପାରନ୍ତି ମାହି । ଦଳର କ୍ୟାପଟେନ ଭାବରେ ୬୦୦୦ ରନରୁ ସେ ମାତ୍ର ୬ ରନ ଦୂରରେ ରହିଛନ୍ତି । ଏପର୍ଯ୍ୟନ୍ତ ଧୋନୀ ମୋଟ ୫୯୯୪ ରନ ସଂଗ୍ରହ କରି ସାରିଛନ୍ତି । ଆଜିର ମ୍ୟାଚରେ ୬ ରନ କରିବା କ୍ଷଣି ଏହି ରେକର୍ଡକୁ ମଧ୍ୟ ସେ ନିଜ ନାମରେ କରି ନେବେ । ତେବେ ଏହି ରେକର୍ଡ ଏବେ ବିରାଟ କୋହଲିଙ୍କ ନାମରେ ରହିଛି । ବାଙ୍ଗାଲୋରର ଅଧିନାୟକ ଭାବରେ ସେ ୬୪୫୧ ରନ କରିଛନ୍ତି ।

Dhoni innings in vain as CSK lose IPL opener - Rediff Cricket

ଏହାବ୍ୟତୀତ ବାଙ୍ଗାଲୋର ବିପକ୍ଷରେ ମଧ୍ୟ ଏକ ରେକର୍ଡ ତାଙ୍କ ଅପେକ୍ଷାରେ ରହିଛି । ଆଜି ମ୍ୟାଚରେ ୪ଟି ଛକା ମାରିଲେ ସେ ଆଉ ଏକ ରେକର୍ଡର ଅଧିକାରୀ ହୋଇ ପାରିବେ । ଇତିହାସରେ ଆରସିବି ବିପକ୍ଷରେ ସବୁଠୁ ଅଧିକ ଛକା ମାରିବା ରେକର୍ଡ ଧୋନୀଙ୍କ ନାମରେ ରହିଛି । ଧୋନୀ ଏପର୍ଯ୍ୟନ୍ତ ବାଙ୍ଗାଲୋର ଦଳର ବୋଲରମାନଙ୍କୁୁ ୪୬ଟି ଛକା ମାରି ସାରିଛନ୍ତି । ତେବେ ଆଉ ୪ଟି ଛକା ମାରିଲେ ଛକାର ଅର୍ଦ୍ଧଶତକ ହାସଲ କରି ଆଉ ଏକ ରେକର୍ଡ ସୃଷ୍ଟି କରିବେ କ୍ୟାପଟେନ କୁଲ ମାହି ।

IPL 2018: Highlights: Royal Challengers Bangalore vs Chennai Super Kings: Dhoni spurs CSK to win - myKhel

Get real time updates directly on you device, subscribe now.