fbpx

ବଡ ଅପଡେଟ- ଧୋନୀ ନୁହେଁ, ଏହି ଖେଳାଳି ହେବେ ଚେନ୍ନାଇର ନୂଆ ଅଧିନାୟକ!

ନୂଆଦିଲ୍ଲୀ: ଆଇପିଏଲ ୨୦୨୩ରେ ନିଜ ଲୟକୁ ଫେରିଛି ଚେନ୍ନାଇ ସୁପର କିଙ୍ଗସ । ଲକ୍ଷେ୍ନø, ମୁମ୍ବାଇ ଏବଂ ବାଙ୍ଗାଲୋରକୁ ମାତ୍ ଦେବା ପରେ ଆଜି ସନରାଇଜର୍ସ ହାଇଦ୍ରାବାଦକୁ ଭେଟିବ ଧୋନୀବାହିନୀ । କିନ୍ତୁ ଏହି ହାଇଡ୍ରାମା ମ୍ୟାଚ ପୂର୍ବରୁ ଚେନ୍ନାଇର ଫ୍ୟାନ୍ସମାନଙ୍କୁ ଲାଗିପାରେ ଝଟକା । କାରଣ ମ୍ୟାଚର କିଛି ସମୟ ପୂର୍ବରୁ ଅଧିନାୟକ ଧୋନୀଙ୍କୁ ନେଇ ଏକ ବଡ ଅପଡେଟ ଆସିଛି । ବର୍ତ୍ତମାନ ଧୋନୀଙ୍କ ପରିବର୍ତ୍ତେ ନୂଆ ଅଧିନାୟକଙ୍କୁ ମିଳିପାରେ ଗୁରୁଦାୟିତ୍ୱ । ଅନ୍ୟ ଜଣେ ଖେଳାଳି ଧୋନୀଙ୍କ ସ୍ଥାନରେ ଅଧିନାୟକ ପଦ ସମ୍ଭାଳିପାରନ୍ତି ।

Fleming's Dhoni injury update after viral video from GT-CSK tie sends  shockwaves | Cricket - Hindustan Times

ଆଇପିଏଲ-୨୦୨୩ ଆରମ୍ଭରୁ ଚେନ୍ନାଇ ସୁପର କିଙ୍ଗସର ଅଧିନାୟକ ଏମ.ଏସ ଧୋନୀ ଆହତ ସମସ୍ୟା ଦେଇ ଗତି କରୁଛନ୍ତି । ଏହାପରେ ମଧ୍ୟ ପ୍ରତ୍ୟେକ ମ୍ୟାଚରେ ସେ ୱିକେଟ କିପିଙ୍ଗ କରିବା ସହ ଦମଦାର ବ୍ୟାଟିଂ କରିଛନ୍ତି । ତେବେ ହାଇଦ୍ରାବାଦ ବିପକ୍ଷ ମ୍ୟାଚ ପୂର୍ବରୁ ତାଙ୍କୁ ନେଇ ଏକ ବଡ ଅପଡେଟ ସାମନାକୁ ଆସିଛି । ଏହି ମ୍ୟାଚରେ ଅଧିନାୟକ ଧୋନୀ ବିଶ୍ରାମ ନେଇପାରନ୍ତି । ଆଣ୍ଠୁରେ ଆଘାତ ଯୋଗୁଁ ଯନ୍ତ୍ରଣାରୁ ମୁକ୍ତି ପାଇବା ପାଇଁ ଧୋନୀ ଏହି ମ୍ୟାଚରେ କ୍ୟାପଟେନ କୁଲ ଆରାମ କରି ନୂଆ ଅଧିନାୟକଙ୍କୁ ଦାୟିତ୍ୱ ହସ୍ତାନ୍ତର କରିପାରନ୍ତି ବୋଲି କୁହାଯାଉଛି । ତେବେ ଏହି ଅଧିନାୟକ ଦୌଡରେ ଅନେକ ବରିଷ୍ଠ ଖେଳାଳିଙ୍କ ନାଁ ସାମିଲ ରହିଥିବା ବେଳେ ବେନ୍ ଷ୍ଟୋକ୍ସଙ୍କ ନାଁ ସବୁଠୁ ଆଗରେ ରହିଛି ।

MS Dhoni And Ben Stokes Both Injured CSK in Tension Who Will Captain in IPL  2023 Moeen Ali Option | एमएस धोनी ओर बेन स्टोक्स दोनों चोटिल! CSK के सामने  खड़ा हुआ

ଧୋନୀଙ୍କ ଆହତ ସମସ୍ୟା ଯୋଗୁଁ ଯନ୍ତ୍ରଣା ଅଦିକ ରହିଥିବା ଦେଖିବାକୁ ମିଳିଛି । ତେଣୁ ତାଙ୍କ ସ୍ଥାନରେ ଷ୍ଟାର ଅଲରାଉଣ୍ଡର ବେନ ଷ୍ଟୋକ୍ସଙ୍କୁ ଦଳର ନେତୃତ୍ୱ ଦିଆଯାଇପାରେ । ଆହତ ସମସ୍ୟା ଯୋଗୁଁ ଗତ ୩ଟି ମ୍ୟାଚରେ ଷ୍ଟୋକ୍ସ ଦଳରୁ ବାଦ୍ ପଡିଥିଲେ । ତେବେ ବର୍ତ୍ତମାନ ସେ ସମ୍ପୂର୍ଣ୍ଣ ସୁସ୍ଥ ହୋଇସାରିଥିବା ବେଳେ ଆଜି ପ୍ଲେଇଙ୍ଗ-୧୧ ତାଙ୍କୁ ସୁଯୋଗ ମିଳିପାରେ । ଏହାସହିତ ନେତୃତ୍ୱ ପଦ ମଧ୍ୟ ନେଇପାରନ୍ତି ବେନ ଷ୍ଟୋକ୍ସ । ତାଙ୍କ ନିକଟରେ ନେତୃତ୍ୱ ନେବାର ଅଭିଜ୍ଞତା ମଧ୍ୟ ରହିଛି । ତେଣୁ ଧୋନୀଙ୍କ ଅବସର ପରେ ବେନ୍ ଷ୍ଟୋକ୍ସ ତାଙ୍କୁ ଉତ୍ତରାଧିକାରୀ ଭାବରେ ଚେନ୍ନାଇର ନୂଆ ଅଧିନାୟକ ହୋଇପାରନ୍ତି ।

Get real time updates directly on you device, subscribe now.