fbpx

କନ୍ୟାକୁ ୧୫ ବେଳେ ଜ୍ୱାଇଁକୁ ୩୦, ୨ଲକ୍ଷ ଟଙ୍କା ନେଇ ମାଆ କଲା ଝିଅକୁ ବିକ୍ରି

କୋଡରମା: ଝାରଖଣ୍ଡ ରାଜ୍ୟରେ ଏକ ବାଲ୍ୟ ବିବାହ କଥା ସାମ୍ନାକୁ ଆସିଛି । ଏଠାରେ ଏକ ମହିଳାଙ୍କ ଉପରେ ଅଭିଯୋଗ ଆସିଛି ଯେ, ସେ ନିଜ ୧୫ ବର୍ଷର ନାବାଳିକା ଝିଅକୁ ଦୁଇ ଲକ୍ଷ ଟଙ୍କା ପାଇଁ ରାଜସ୍ଥାନରେ ରହୁଥିବା ଯୁବକୁ ବିକ୍ରି କରିଦେଇଛନ୍ତି । ଦୁଇ ଜଣଙ୍କ ବିବାହ ତିନି ମାସ ପୂର୍ବରୁ କରିଦେଇଛନ୍ତି । ମାମଲା ସାମ୍ନାକୁ ଆସିବା ପରେ ପୋଲିସ ବାପା ପୁଅଙ୍କୁ ହେପାଜତରେ ନେଇଛନ୍ତି । ତାଙ୍କ କହିବା ଅନୁସାରେ, ସେମାନେ ଝିଅର ମାଆକୁ ୨ଲକ୍ଷ ଟଙ୍କା ଦେଲାପରେ ଏହି ବିବାହ ହୋଇଥିଲା ।

ସୂଚନା ଅନୁଯାୟୀ, ଏହି ମାମଲା ତିଲୈୟା ଥାନା ଅଂଚଳର ଅସାନାବାଦ ଠାରେ ଘଟିଛି । ଏଠାରେ ଜଣେ ମହିଳା ନିଜ ୧୫ ବର୍ଷୀୟ ଝିଅକୁ ରାଜସ୍ଥାନର ଜଣେ ୩୦ବର୍ଷୀୟ ଯୁବକଙ୍କ ସହ ବିବାହ କରାଇଥିଲେ । ୩ମାସ ପୂର୍ବରୁ ବିବାହ କରିଥିବା ଏହି ଝିଅ ନିଜ ମାଆ ଘରକୁ ବୁଲିବାକୁ ଆସିଥିଲେ । ତେବେ ସେହି ଯୁବକ ଏବଂ ତାଙ୍କ ବାପା ସେହି ଝିଅକୁ ନେବା ପାଇଁ ସେଠାକୁ ଆସିଥିଲେ । ହେଲେ ଝିଅଟି ତାଙ୍କ ସହ ଯିବାକୁ ମନା କରିଦେଇଥିଲା । ଏହି ଘଟଣାର ସୂଚନା ସ୍ଥାନୀୟ ପୋଲିସ ପାଖେ ପହଁଚିବା ମାତ୍ରେ ଚାଇଲ୍ଡ ଲାଇନ ଏବଂ ସିଡବ୍ଲ୍ୟୁସି ୩ଟି ଟିମ ସେଠାରେ ପହଁଚିଥିଲେ ।

ଘଟଣାସ୍ଥଳରେ ପୋଲିସ ଝିଅକୁ ପଚରାଉଚରା କରିଥିଲେ, ନାବାଳିକା ଜଣକ କହିଥିଲେ ଯେ, ମୋ ବୟସ ୧୫ ବର୍ଷ, ୩ ମାସ ପୂର୍ବରୁ ତାଙ୍କୁ ରାଜସ୍ଥାନର ଜଣେ ୩୦ବର୍ଷୀୟ ଯୁବକଙ୍କ ସହ ଜୋର-ଜବରଦସ୍ତ ବିବାହ କରାଯାଇଥିଲା । ସେ ବିବାହ ପାଇଁ ମନା କରିବା ସତ୍ତେ୍ୱ ତାଙ୍କୁ ମାରପିଟ ହୋଇଥିଲା । ତେବେ ସେଠାରେ ମଧ୍ୟ ସେହି ଯୁବକ ଜଣକଙ୍କ ତାଙ୍କୁ ବାଡିଆ ବାଡି କରନ୍ତି । ଶେଷକୁ ସେହି ନାବାଳିକା ଜଣକ କହିଥିଲେ ଯେ, ତାଙ୍କ ମାଆ ଏବଂ ପିଇସି ମିଶି ମୋର ବିବାହ କରାଇଥିଲେ । ବର୍ତ୍ତମାନ ପୋଲିସ ଏହି ମାମଲାର ତଦନ୍ତ ଚଳାଇଛି ।

Get real time updates directly on you device, subscribe now.