fbpx

ଧୋନିଙ୍କ କମବ୍ୟାକ୍ !

ପୁଣି ଥରେ କ୍ରିକେଟ ପଡିଆକୁ ଫେରିବେ ନା ସନ୍ନ୍ୟାସ ନେବେ ଏମଏସ୍ ଧୋନି ? ଏହାକୁ ନେଇ ସମସ୍ତଙ୍କ ମନରେ ପ୍ରଶ୍ନ ଉଙ୍କି ମାରୁଛି । ଗତ ଗୁରୁବାର ଦିନ ବିସିସିଆଇ ଦ୍ୱାରା ଖେଳାଳିଙ୍କ ନାମ ଘୋଷଣା କରାଯାଇଥିଲା, ଯେଉଁଥିରେ ଧୋନିଙ୍କ ନାମ ସାମିଲ ନଥିଲା । ଏହା ପରେ ଧୋନି କ୍ରିକେଟରୁ ସନ୍ନ୍ୟାସ ନେବେ ବୋଲି ସୋସିଆଲ ମିଡିଆରେ ଖବର ଛାଇଗଲା । କିନ୍ତୁ ଏପରି କିଛି ହେବ ନାହିଁ ବୋଲି ତାଜା ମିଡିଆ ରିପୋର୍ଟ ଅନୁସାରେ କୁହାଯାଇଛି । ଏମଏସ ଧୋନି ଚଳିତ ବର୍ଷ ଅକ୍ଟୋବରରେ ହେବାକୁ ଯାଉଥିବା ଟି-୨୦ ୱାଲ୍ଡ କପରେ ଖେଳିବାକୁ ଯାଉଛନ୍ତି ବୋଲି ଏକ ଇଂରେଜ ଖବରକାଗଜ ଦାବି କରୁଛି । ରିପୋର୍ଟ ମୁତାବକ, ଏମଏସ ଧୋନି ଆଇପିଏଲ ପରେ ଟିମ୍ ଇଣ୍ଡିଆର ଚୟନ ପାଇଁ ଉପଲବ୍ଧ ରହିବେ । ଆଇପିଏଲ ପର୍ଯ୍ୟନ୍ତ ସେ ଧୋନି ଅନ୍ତରାଷ୍ଟ୍ରୀୟ କ୍ରିକେଟରୁ ସନ୍ନ୍ୟାସ ନେବେନାହିଁ । ଧୋନି ଆଇପିଏଲ ଖେଳିବା ସହ ଟି-୨୦ ୱାଲ୍ଡ କପରେ ମଧ୍ୟ ଭାଗ ନେବେ ବୋଲି କୁହାଯାଇଛି ।

Get real time updates directly on you device, subscribe now.