fbpx

ODI WC-2023 ରେ ପ୍ରଥମ ଶତକ ଅର୍ଜନ କଲେ ଧୋନୀଙ୍କ ସାଥୀ: ଡିଭନ କନୱେ ରଚିଲେ ରେକର୍ଡ

Advertisement

ନୂଆଦିଲ୍ଲୀ: ଇଂଲଣ୍ଡ ବିପକ୍ଷ ପ୍ରଥମ ମ୍ୟାଚରେ ଦମଦାର ଶତକ ହାସଲ କରିଛନ୍ତି ନ୍ୟୁଜିଲାଣ୍ଡର ଷ୍ଟାର ବ୍ୟାଟର ଡିଭନ୍ କନୱେ । ଇଂଲଣ୍ଡର ୨୮୩ ରନ ଲକ୍ଷ୍ୟକୁ ପିଛା କରି କନୱେ ଏହି ଶତକ ହାସଲ କରିଛନ୍ତି । ଏହାସହିତ ଦଳକୁ ବିଜୟ ଦିଗରେ ଆଗେଇ ନେଇଛନ୍ତି କନୱେ । ତାଙ୍କ ସହିତ ସାଥୀ ଖେଳାଳି ରଚିନ୍ ରବିନ୍ଦ୍ର ମଧ୍ୟ ଏକ ଦ୍ରୁତ ଶତକର ଅଧିକାରୀ ପାଲଟିଛନ୍ତି । ଉଭୟଙ୍କ ଶତକରେ ନ୍ୟୁଜିଲାଣ୍ଡ ବର୍ତ୍ତମାନ ସୁଦ୍ଧା ୨୭ ଓଭରରୁ ଗୋଟିଏ ୱିକେଟ ହରାଇ ୨୦୦ ରନ୍ ପାର୍ କରିଛି ।

ପ୍ରଥମେ ବ୍ୟାଟିଂ କରି ନ୍ୟୁଜିଲାଣ୍ଡକୁ ୨୮୩ ରନର ଟାର୍ଗେଟ ଦେଇଥିଲା ଇଂଲଣ୍ଡ । ତେବେ ଏହାର ପିଛା କରି ଦଳ ପକ୍ଷରୁ ପାଳି ଆରମ୍ଭ କରିଥିଲେ ଡିଭନ କନୱେ ଏବଂ ୱିଲ ୟଙ୍ଗ । କିନ୍ତୁ ଦ୍ୱିତୀୟ ଓଭରର ପ୍ରଥମ ବଲରେ ହିଁ ନ୍ୟୁଜିଲାଣ୍ଡ ୱିଲ ୟଙ୍ଗଙ୍କୁ ଶସ୍ତାରେ ହରାଇଛି । ତେବେ ଏହାପରେ ଅଧିନାୟକ ଟମ୍ ଲାଥମ ଅଦ୍ଭୁତ ନିଷ୍ପତ୍ତିରେ ରଚିନ୍ ରବିନ୍ଦ୍ରଙ୍କୁ ପଠାଇଥିଲେ । ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲା । କିନ୍ତୁ ରଚନ୍ ଲାଥମଙ୍କ ଆଶା ଓ ଭରସାକୁ ଠିକ୍ ବୋଲି ସାବ୍ୟସ୍ତ କରିଛନ୍ତି । ସେପଟେ ଡିଭନ୍ କନୱେ ଇଂଲଣ୍ଡର ଷ୍ଟାର ବୋଲରଙ୍କୁ ଧରାଶାୟୀ କରିଛନ୍ତି । ମାତ୍ର ୮୩ ବଲରେ ୨ଟି ଛକା ଏବଂ ୧୩ଟି ଚୌକା ସହ ସେ ଚଳିତ ବିଶ୍ୱକପର ପ୍ରଥମ ଶତକ ଅର୍ଜନ କରିଛନ୍ତି । ତାଙ୍କ ପୂର୍ବରୁ ଜୋ ରୁଟ ଶତକ ଆଡ଼କୁ ଆଗେଇ ପାଖାପାଖି ପହଞ୍ଚିଥିଲେ ମଧ୍ୟ ସଫଳ ହୋଇ ନଥିଲେ ।

ତେବେ କନୱେଙ୍କ ସହ ଅନ୍ୟ ପକ୍ଷରେ ରଚିନ୍ ରବିନ୍ଦ୍ର ମଧ୍ୟ ଏକ ବିସ୍ଫୋରକ ଇନିଂସ ଖେଳିଛନ୍ତି । କନୱେଙ୍କ ସାଥ୍ ଦେବା ସହ ସେ ମଧ୍ୟ ନିଜ ଶତକ ହାସଲ କରି ନେଇଛନ୍ତି । ମାତ୍ର ୮୨ ବଲରେ ୯ଟି ଚୌକା ଏବଂ ୪ଟି ଛକା ସହ ସେ ,ହି ଉପଲବ୍ଧି ହାସଲ କରିଛନ୍ତି । ଲାଥମଙ୍କ ଏପରି ଏକ ଆଶ୍ଚର୍ଯ୍ୟଜନକ ନିଷ୍ପତ୍ତି ଆଜି ବିଶ୍ୱକପରେ ନ୍ୟୁଜିଲାଣ୍ଡକୁ ଖୁବ ସହାୟକ ହୋଇଛି । ତେବେ ବିଶ୍ୱକପର ପ୍ରଥମ ମ୍ୟାଚରେ ଉଭୟ ଖେଳାଳି ଶତକ ହାସଲ କରି ଗତ ବିଶ୍ୱକପ ଫାଇନାଲର ପ୍ରତିଶୋଧ ନେଇଛନ୍ତି ।

Get real time updates directly on you device, subscribe now.