fbpx
BSKY SKY
BSKY SKY

ମହାଦେବ ଆପ ସ୍କାମ ମାମଲାରେ ବର୍ତ୍ତମାନ ଇଡି ସାମ୍ନାରେ ହାଜର ହେବେ ନାହିଁ ରଣବୀର କପୁର, ମାଗିଲେ କିଛି ଦିନ ସମୟ

BSKY

ନୂଆଦିଲ୍ଲୀ : ମହାଦେବ ଅନଲାଇନ ବୁକିଙ୍ଗ ବେଟିଙ୍ଗ ଆପର ଏକ ମାମଲାରେ ବୁଧବାର ଦିନ ଅଭିନେତା ରଣବୀର କପୁରଙ୍କୁ ସମନ ଜାରି କରାଯାଇଥିଲା । ପବର୍ତ୍ତନ ନିର୍ଦ୍ଦେଶାଳୟ ସମନରେ ୬ ଅକ୍ଟୋବରକୁ ରଣବୀରଙ୍କୁ ହାଜର ହେବାକୁ କହିଥିଲେ । କିନ୍ତୁ ଏବେ ଖବର ସାମ୍ନାକୁ ଆସିଛି ରଣବୀର ଇଡିରେ ହାଜର ହେବାକୁ ମନା କରିଛନ୍ତି । ଅଭିନେତା ହାଜର ହେବା ପାଇଁ କିଛି ଦିନ ସମୟ ମାଗିଛନ୍ତି । ବେଟିଙ୍ଗ ଆପରେ ଜଡିତ ହୋଇ ଟଙ୍କା ହେରଫେର ମାମଲାରେ ରଣବୀର କପୁର ହାଜର ହେବା ପାଇଁ ସମୟ ମାଗିଛନ୍ତି । ତେବେ ରଣବୀର ହାଜର ହେବା ପାଇଁ ୨ ସପ୍ତାହ ସମୟ ମାଗିଛନ୍ତି ।

ତେବେ ରଣବୀର କପୁର ମହାଦେବ ଅନଲାଇନ ବେଟିଙ୍ଗ ଆପ ମାମଲାରେ ଆରୋପି ସୌରଭ କପୁର ଚନ୍ଦ୍ରାକରଙ୍କ ବିବାହ ଉତ୍ସବରେ ସାମିଲ ହୋଇଥିଲେ । ଏଥି ପାଇଁ ତାଙ୍କୁ ଇଡି ସମନ ଜାରି କରିଥିଲେ । ଏହା ଛଡା ରଣବୀର କପୁର ଏହି ଆପର ପ୍ରମୋସନ କରୁଥିବା ଖବର ମଧ୍ୟ ସାମ୍ନାକୁ ଆସିଥିଲା । ଏହି ଅନଲାଇନ ଜୁଆ ଖେଳର ପର୍ଦାଫାସ କରିଛି ଇଡି । ଏହା ସହିତ କୋଲକାତା, ଭୋପାଳ, ମୁମ୍ବାଇ ସହିତ ଦେଶର ବିଭିନ୍ନ ସହରରେ ଯାଞ୍ଚ କରିବା ପରେ ୪୧୭ କୋଟି ଟଙ୍କା ସମ୍ପତି ଜବତ କରିଛି ଇଡି ।

Get real time updates directly on you device, subscribe now.