fbpx

(Big News) ୟୁକ୍ରେନ ଉପରେ ରୁଷିଆର ଡ୍ରୋନ ୱାର : ୬ ବର୍ଷର ଶିଶୁ ସମେତ ୪୯ ମୃତ

ଓଡିଶା ଭାସ୍କର: ଶକ୍ତି ପଦର୍ଶନ କରିବାକୁ ଯାଇ ଏବେ ୟୁକ୍ରେନକୁ ଖଣ୍ଡ ବିଖଣ୍ଡିତ କରିବାରେ ଲାଗିଛି ରୁଷିଆ। ଗୁରୁବାର ୟୁକ୍ରେନର ଅନେକ ଅଞ୍ଚଳ ଉପରେ ରୁଷ ଡ୍ରୋନ ଆକ୍ରମଣ କରିଥିଲା। ତେବେ ଏହି ଆକ୍ରମଣରେ ୬ ବର୍ଷର ଶିଶୁ ସମେତ ଅତି କମରେ ୪୯ ଜଣଙ୍କର ମୃତ୍ୟୁ ଘଟିଛି। ୟୁକ୍ରେନ ଅଧିକାରୀମାନେ ଏହି ସୂଚନା ଦେଇଛନ୍ତି।

ସୂଚନା ଥାଉକି, ଶାନ୍ତିର ଆଲୋଚନାକୁ ଏଡାଇ ୟୁକ୍ରେନ ଉପରେ ଲଗାତାର ଆକ୍ରମଣ କରିଚାଲିଛି ରୁଷ । ଯଦି ଏହାର ତୁରନ୍ତ ସମାଧାନ ନ ବାହାରିବ ତାହାହେଲେ ଉଭୟ ଦେଶ ମଧ୍ୟରେ ଆହୁରି ଭୟଙ୍କର ଯୁଦ୍ଧ ପରିସ୍ଥିତି ଉପୁଜିପାରେ । ତେବେ ରୁଷର ଆକ୍ରମଣ ରୂପ ଦେଖିଲେ ଲାଗୁଛି ଯେ, ବୋଧ ହୁଏ ୟୁକ୍ରେନ ଦେଶ ଖୁବଶୀଘ୍ର ସମ୍ପୂର୍ଣ୍ଣ ଧ୍ୱଂସ ହୋଇଯିବ । ୟୁକ୍ରେନ ଅପେକ୍ଷା ରୁଷର ପଲ୍ଲା ଭାରି ରହିଥିବା ବେଳେ ଶକ୍ତି ପଦର୍ଶନ କରିବାକୁ ଯାଇ ଏବେ ୟୁକ୍ରେନକୁ ଖଣ୍ଡ ବିଖଣ୍ଡିତ କରିବାରେ ଲାଗିଛି ରୁଷ ।

Get real time updates directly on you device, subscribe now.