fbpx
BSKY SKY
BSKY SKY

ଥାନାରେ ପୋଲିସ ଉପରକୁ ପଥରମାଡ, ବିପଦରେ ଥିଲା ପୋଲିସ କର୍ମୀଙ୍କ ଜୀବନ

BSKY

ରାଜସ୍ଥାନ : ରାଜସ୍ଥାନର ରାଜସମନ୍ଦ ହୋଇଥିବା ଦୁଇ ପକ୍ଷ ବିବାଦରେ ବହୁମାତ୍ରାରେ ଲାଠି ଚାର୍ଜ ହୋଇଥିଲା । ଏହି ମାମଲା କୁକର ଖେଡା ଗାଁରେ ହୋଇଛି । ଏଠାରେ ଦୁଇ ଗୋଷ୍ଟି ମଧ୍ୟରେ ହୋଇଥିବା ଲଢେଇରେ ପ୍ରେମ ସିଂ ନାମକ ଜଣେ ବ୍ୟକ୍ତି ଗମ୍ଭୀର ଭାବରେ ଆହତ ହୋଇଥିଲେ । ଯାହା ଫଳରେ ତାଙ୍କ ହସ୍ପିଟାଲ ନେବା ବାଟରେ ତାଙ୍କର ମୃତ୍ୟୁ ହୋଇଥିଲା । ଏହା ପରେ ତାଙ୍କ ପରିବାର ଲୋକ ଶବକୁ ନେଇ ଥାନରେ ପହଞ୍ଚିଥିଲେ । ଏହାପରେ ତାଙ୍କ ପରିବାର ଲୋକ ସେଠାରେ ବିକ୍ଷୋଭ କରିଥିଲେ । ଆରୋପିକୁ ଗିରଫ କରିବା ପାଇଁ ଦାବି କରିଥିଲେ । ପରିବାର ଲୋକଙ୍କ ଦାବି ଥିଲା ଯେଉଁ ପର୍ଯ୍ୟନ୍ତ ଅପରାଧିକୁ ଗିରଫ କରା ନ ଯିବସେ ପର୍ଯ୍ୟନ୍ତ ଥାନା ସାମ୍ନାରୁ ଶବ ହଟା ଯିବ ନାହିଁ ।

ଏହା ପରେ ଥାନା ଅଧିକାରୀ ମୃତକଙ୍କ ପରିବାର ଲୋକ ଏବଂ ଗ୍ରାମବାସୀଙ୍କୁ ବୁଝାଉଥିଲେ । ଏହା ମଧ୍ୟରେ ହଠାତ ପଥର ଫିଙ୍ଗା ଫିଙ୍ଗି ଆରମ୍ଭ ହୋଇଥିଲା । ଏହି ଘଟଣାରେ ଅନେକ ପୋଲିସ କର୍ମଚାରୀଙ୍କୁ ଆଘାତ ମଧ୍ୟ ଲାଗିଥିଲା । ଏହା ପରେ ପୋଲିସ ସମସ୍ତଙ୍କୁ ବୁଝାଇ ଘଟଣାକୁ ଶାନ୍ତ କରିଥିଲା । ଏବଂ କିଛି ଲୋକଙ୍କୁ ଗିରଫ ମଧ୍ୟ କରିଥିଲେ । ତେବେ ଏହି ଘଟଣା ପ୍ରଥମ ଥର ହୋଇ ନାହିଁ । ଏହା ପୂର୍ବରୁ ମଧ୍ୟ ବିହାରରେ ଏହି ପରି ଘଟଣା ସାମ୍ନାକୁ ଆସିଥିଲା ।

Get real time updates directly on you device, subscribe now.