fbpx

‘Dhoom’ ସିନେମା ଷ୍ଟାଇଲରେ ବାଇକ ଷ୍ଟଣ୍ଟ: Girl Friendକୁ ଧରି ରାଜରାସ୍ତାରେ ଯୁବକଙ୍କ ଉତ୍ପାତ

Advertisement

ନୂଆଦିଲ୍ଲୀ: କୋଟାରେ ସୁପର ବାଇକରେ ଷ୍ଟଣ୍ଟ ମାମଲା ଏବେ ବୃଦ୍ଧି ପାଇବାରେ ଲାଗିଛି । ଯୁବପିଢୀଙ୍କୁ ଘାରିଛି ବାଇକ ରେସିଂ ନିଶା । ଏବେ ଠିକ ସେହିଭଳି ଏକ ଖବର ସାମନାକୁ ଆସିଛି । ଜଣେ ଯୁବତୀଙ୍କୁ ପଛରେ ବସାଇ ଯୁବକ ଜଣକ ବାଇକ ଷ୍ଟଣ୍ଟ କରୁଥିବାର ଏକ ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେଉଛି । ପାୱାର ବାଇରେ ଗାର୍ଲଫ୍ରେଣ୍ଡକୁ ବସାଇ ବିପଦପୂର୍ଣ୍ଣ ଷ୍ଟଣ୍ଟ କରୁଥିବା ବେଳେ ଏହି ଭିଡିଓକୁ ନେଇ ଅନେକ ୟୁଜର ସୋସିଆଲ ମିଡିଆରେ ଆଲୋଚନା କରୁଛନ୍ତି । ରାସ୍ତାରେ ଯୁବକର ଗାଡ଼ି ଘସି ହୋଇ ସେଥିରୁ ନିଆଁ ବାହାରୁଥିବାର ଏହି ଭିଡିସରେ ଦେଖାଯାଇଛି । ପୋଲିସ ଏହି ମାମଲାର ତଦନ୍ତ ଆରମ୍ଭ କରି ଯୁବକକୁ ଖୋଜିବାରେ ଲାଗିଛି ।

ସୂଚନା ଅନୁସାରେ, ଏହି ଭାଇରାଲ ଭିଡିଓ କୋଟା ସହରର କିଶୋର ସାଗର, ପାଲ୍ ଅଞ୍ଚଳର ବୋଲି ଜାଣିବାକୁ ମିଳିଛି । ଏହି ଭିଡିଓରେ ଜଣେ ଯୁବକ ହାଇ ସ୍ପିଡରେ ବାଇକ ଚଳାଉଥିବାର ନଜର ଆସୁଛି । ବାଇକ ପଛରେ ଜଣେ ଯୁବତୀ ବସିଥିବା ବେଳେ ଯୁବକ ବାଇକରେ ଖତରନାକ ଷ୍ଟଣ୍ଟ କରିବାରେ ଲାଗିଛି । ରାସ୍ତାରେ ଯାଉଥିବା ଅନ୍ୟ ଗାଡ଼ି ସବୁକୁ ଖୁବ ଭୟଙ୍କର ଷ୍ଟାଇଲରେ ଅତିକ୍ରମ କରିବା ସହ ଲୋକଙ୍କୁ ଭୟଭୀତ କରାଇ ଦେଇଛି ଏହି ଯୁବକ । ଏହାବ୍ୟତୀତ ବେଳେବେଳେ ଗାଡ଼ିର ବ୍ରେକ ଲଗାଇ ରାସ୍ତାରେ ବିପଦପୂର୍ଣ୍ଣ ଷ୍ଟଣ୍ଟ ଜାରି ରଖିଛି । ଏହାପରେ ଖୁବ ସ୍ପିଡରେ ଆକାଶବାଣୀ ରୋଡ ଅଭିମୁଖେ ଯାଉଥିବା ମଧ୍ୟ ଦେଖାଯାଇଛି ।

ଯୁବକର ଏପରି ବେପରୁଆ ଗାଡ଼ି ଚାଳନା ଦେଖି ଅନେକ ଡ୍ରାଇଭର ଚମକି ପଡ଼ିଥିବା ବେଳେ ସେ ନିଜ ଜୀବନ ସହିତ ଅନ୍ୟ ଲୋକମାନଙ୍କ ଜୀବନ ପ୍ରତି ମଧ୍ୟ ବିପଦ ହୋଇପଡ଼ିଥିଲା । କିଛି ସମୟରେ ବାଇକର ତଳ ଅଂଶ ରାସ୍ତାରେ ଘସି ହେବା ଫଳରେ ସେଠାରୁ ନିଆଁ ବାହାରୁଥିବା ମଧ୍ୟ ଭିଡିଓେରେ ଦେଖାଯାଉଛି । ଭିଡିଓଟି କେବେକାର ତାହା ସ୍ପଷ୍ଟ ହୋଇ ନଥିଲେ ମଧ୍ୟ ବାଇକ ନମ୍ବରରୁ ପୋଲିସ ଯୁବକକୁ ଚିହ୍ନଟ କରିଛି । ବର୍ତ୍ତମାନ ଏହି ଅଭିଯୋଗରେ ଯୁବକକୁ ଗିରଫ କରିବା ପାଇଁ ଖୋଜାଖୋଜି କରୁଛି ପୋଲିସ । ତେବେ କୋଚିଂ ସିଟି କୋଟାରେ ଏହି ଘଟଣା ପ୍ରଥମ ନୁହେଁ, ଅନେକ ସମୟରେ ଏଭଳି ଘଟଣାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି ।

Get real time updates directly on you device, subscribe now.