fbpx

T-20 WC; ବଦଳିବ କି Playng-11? ପାକିସ୍ତାନ ବିପକ୍ଷରେ ରୋହିତ କରିବେ ନୂଆ ରଣନୀତି, ଦେଖନ୍ତୁ ସମ୍ଭାବ୍ୟ ଟିମ୍

Advertisement

ଓଡ଼ିଶା ଭାସ୍କର: ଜୁନ୍ ୯ ତାରିଖରେ ଟି-୨୦ ବିଶ୍ୱକପରେ ହାଇ ଭୋଲଟେଜ ମ୍ୟାଚ ଖେଳାଯିବ । ଗୋଟିଏ ମଇଦାନରେ ପୁଣିଥରେ ମୁହାଁମୁହିଁ ହେବେ ଭାରତ-ପାକିସ୍ତାନ । ୬ ମାସ ପରେ ଆଉ ଏକ ବିଶ୍ୱକପରେ ଦୁଇ ଚିର ପ୍ରତିଦ୍ୱନ୍ଦୀ ମଧ୍ୟରେ କଡ଼ା ଟକ୍କର ଦେଖିବାକୁ ମିଳିବ । ଏଥିପାଇଁ ପ୍ରସ୍ତୁତ ହୋଇଛି ମଞ୍ଚ, ପ୍ରସ୍ତୁତ ହୋଇ ସାରିଛନ୍ତି ଫ୍ୟାନ୍ସ, କିନ୍ତୁ କେତେ ପ୍ରସ୍ତୁତ ଅଛି ଟିମ ଇଣ୍ଡିଆ? ପାକିସ୍ତାନକୁ ଚକମା ଦେବା ପାଇଁ ଟିମ ଇଣ୍ଡିଆ ଦଳରେ ପରିବର୍ତ୍ତନ କରିବା ନେଇ ଚର୍ଚ୍ଚା ହେଉଛି । ନୂଆ ପ୍ଲେଇଙ୍ଗ-୧୧ ସହ ପାକିସ୍ତାନକୁ ଭେଟିବାକୁ ଓହ୍ଲାଇପାରନ୍ତି ଅଧିନାୟକ ରୋହିତ ଶର୍ମା ।

ଆସନ୍ତାକାଲି ପାକିସ୍ତାନକୁ ଭେଟିବ ଟିମ ଇଣ୍ଡିଆ । ତେବେ ପ୍ରଥମ ମ୍ୟାଚରେ ଆୟରଲାଣ୍ଡକୁ ମାତ୍ ଦେଇଥିବା ରୋହିତ ସେନା ଏହି ମ୍ୟାଚ ପାଇଁ ଦଳରେ ପରିବର୍ତ୍ତନ କରିବାକୁ ଚାହିଁବ ନାହିଁ । ପ୍ରଥମ ମ୍ୟାଚ ଭଳି ଏହି ମ୍ୟାଚରେ ମଧ୍ୟ ବିରାଟ କୋହଲିଙ୍କ ସହ ପାଳି ଆରମ୍ଭ କରିପାରନ୍ତି ଅଧିନାୟକ ରୋହିତ ଶର୍ମା । ଆୟରଲାଣ୍ଡ ବିପକ୍ଷ ମ୍ୟାଚରେ ଏହି ଯୋଡ଼ି ଫେଲ ମାରିଥିଲେ ମଧ୍ୟ ପାକିସ୍ତାନ ବିପକ୍ଷରେ ଦମଦାର ଇନିଂସ ଦେକିବାକୁ ମିଳିବ ବୋଲି ଆଶା କରାଯାଉଛି । ତେବେ ବିରାଟ ଓପନିଙ୍ଗ କରିଲେ ରୋହିତ ଦଳରେ ଅଧିକ ଅଲରାଉଣ୍ଡରଙ୍କୁ ସୁଯୋଗ ଦେଇପାରନ୍ତି । ତେଣୁ କୁଳଦୀପ ଯାଦବ ଏହି ମ୍ୟାଚରେ ମଧ୍ୟ ବାଦ୍ ପଡ଼ିବାର ସମ୍ଭାବନା ଅଧିକ ରହିଛି । ତାଙ୍କ ସ୍ଥାନରେ ଅକ୍ସର ପଟେଲ ଦଳରେ ସୁଯୋଗ ପାଇପାରନ୍ତି ।

ରୋହିତ-ବିରାଟଙ୍କ ପରେ ଋଷଭ ପନ୍ତଙ୍କୁ ପୁଣିଥରେ ୩ ନମ୍ବରରେ ବ୍ୟାଟିଂ କରିବାର ସୁଯୋଗ ଦିଆଯିବ । କାରଣ ଗତ ଦୁଇଟି ମ୍ୟାଚରେ ଋଷଭ ଏହି ସ୍ଥାନରେ ଦମଦାର ପ୍ରଦର୍ଶନ କରିଛନ୍ତି । ଏହାପରେ ସୂର୍ଯ୍ୟକୁମାର ଯାଦବ, ଶିବମ ଦୁବେ, ହାର୍ଦ୍ଦିକ ପାଣ୍ଡ୍ୟା ଏବଂ ରବିନ୍ଦ୍ର ଜାଡେଜା ମଧ୍ୟକ୍ରମ ଏବଂ ଫିନିସିଙ୍ଗ ଦାୟିତ୍ୱରେ ରହିବେ । ଏହାବ୍ୟତୀତ ଅକ୍ସର ପଟେଲ ଦଳରେ ସୁଯୋଗ ପାଇଲେ ତାଙ୍କ ବ୍ୟାଟରୁ ମଧ୍ୟ କିଛି ରନ୍ ଆବଶ୍ୟକ କରିପାରେ ଟିମ ଇଣ୍ଡିଆ । ତେବେ ଏହି ପିଚ୍ ରେ ବୋଲିଂ ବିଭାଗର ଦବଦବା ରହିଥିବା ବେଳେ ବୁମରାହ, ସିରାଜ ଏବଂ ଅର୍ଶଦୀପଙ୍କ ଉପରେ ସମ୍ପୂର୍ଣ୍ଣ ଭାର ରହିବ । ଏହାସହିତ ଅଲରାଉଣ୍ଡର ହାର୍ଦ୍ଦିକ, ଜାଡେଜା, ଅକ୍ସର ମଧ୍ୟ ପ୍ରମୁଖ୍ୟ ଦାୟିତ୍ୱ ଗ୍ରହଣ କରିବେ । ଆବଶ୍ୟକ ପଡ଼ିଲେ ଶିବମ ଦୁବେ ମଧ୍ୟ କିଛି ଓଭର ବୋଲିଂ କରିବାରେ ସକ୍ଷମ ରହିଛନ୍ତି ।

ପାକିସ୍ତାନ ବିପକ୍ଷରେ ପ୍ଲେଇଙ୍ଗ-୧୧: ରୋହିତ ଶର୍ମା(ଅଧିନାୟକ), ବିରାଟ କୋହଲି, ଋଷଭ ପନ୍ତ, ସୂର୍ଯ୍ୟକୁମାର ଯାଦବ, ଶିବମ ଦୁବେ, ହାର୍ଦ୍ଦିକ ପାଣ୍ଡ୍ୟା, ରବିନ୍ଦ୍ର ଜାଡେଜା, ଅକ୍ସର ପଟେଲ, ଜଶପ୍ରୀତ ବୁମରାହ, ଅର୍ଶଦୀପ ସିଂହ ଏବଂ ମହମ୍ମଦ ସିରାଜ ।

Get real time updates directly on you device, subscribe now.