fbpx

(Video)ଫିଲ୍ମ ‘ଧୁମ୍‌’ ଷ୍ଟାଇଲରେ ଚଳନ୍ତା ଟ୍ରକରୁ କଲେ ଚୋରୀ, ଭିଡିଓ ଭାଇରାଲ୍

Advertisement

ଓଡ଼ିଶା ଭାସ୍କର:ଆପଣ ଏ ପର୍ଯ୍ୟନ୍ତ ବହୁ ଚୋରୀ ଭିଡିଓ ଦେଖିଥିବେ । କିନ୍ତୁ ଏଠି ଆପଣଙ୍କୁ ଏପରି ଏକ ଭିଡିଓ ଦେଖାଇବାକୁ ଯାଉଛୁ ଯାହା ଦେଖିବା ପରେ ଆପଣ ଏହାକୁ ସତ ନୁହେଁ ବରଂ ଏକ ଫିଲ୍ମର ଦୃଶ୍ୟ ବୋଲି ଭାବିବେ । ପ୍ରାୟତଃ ଚୋର ଛଦ୍ମବେଶରେ କିମ୍ବା ଅଧାରାତିରେ ପାଦ ଚିପି ଚିପି କେଉଁଠୁ ଚୋରୀ କରିଥାଏ କିନ୍ତୁ ଏଠାରେ ଦୃଶ୍ୟ କିଛି ଅଲଗା । ଏଠାରେ ଦିନ ଦ୍ୱିପ୍ରହରେ ଚଳନ୍ତା ଟ୍ରକ ଉପରେ ଚଢି ଚୋର ଚୋରି କରୁଥିବାର ନଜର ଆସୁଛି । ଏହି ଚୋରର ଆକ୍ସନ ଆଗରେ ଫିଲ୍ମର ହିରୋ ବି ଫେଲ୍ ମାରିଯିବ ।

ଦିନ ଦ୍ୱିପ୍ରହରେ ଟ୍ରକ ଉପରେ ଚଢି ଚୋରି କରିବାର ଏହି ଭିଡିଓ ମଧ୍ୟପ୍ରଦେଶ ଶାଜାପୁର ଜିଲ୍ଲାର ବୋଲି କୁହାଯାଉଛି । ଏହି ଘଟଣା ଆଗ୍ରା-ମୁମ୍ବାଇ ଜାତୀୟ ରାଜପଥରେ ଘଟିଛି । ଏଠାରେ ମୋଟରସାଇକେଲରେ ବସିଥିବା ୩ ଜଣ ବଦମାସ୍‌ଙ୍କ ମଧ୍ୟରୁ ୨ ଜଣ ନିଜ ଜୀବନକୁ ବାଜି ଲଗାଇ ଏକ ଟ୍ରକ ଉପରେ ଚଢି ଯାଉଛନ୍ତି । ଏହାପରେ ଟ୍ରକର ତେରପାଲ କାଟି ଜିନିଷ ଭର୍ତ୍ତି ଏକ ବାକ୍ସକୁ ତଳକୁ ଫିଙ୍ଗୁଛନ୍ତି । ତାଙ୍କର ଅନ୍ୟ ଜଣେ ସାଙ୍ଗ ମୋଟରସାଇକେଲରେ ଟ୍ରକ ପଛେ ପଛେ ଚାଲୁଛି ।

ବାକ୍ସକୁ ତଳକୁ ପକାଇବା ପରେ ଦୁଇ ବଦମାସ ଧୀରେ ଧୀରେ ତଳକୁ ଆସୁଛନ୍ତି ଓ ଚଳନ୍ତା ଟ୍ରକରୁ ଚଳନ୍ତା ମୋଟରସାଇକେଲ ଉପରେ ବସି ଯାଉଛନ୍ତି । ଏହି ଭିଡିଓକୁ ଜଣେ କାର୍ ଯାତ୍ରୀ ତିଆରି କରିଛନ୍ତି ଯିଏ ଘଟଣା ସମୟରେ ଟ୍ରକ ପଛରେ ଆସୁଥିଲେ । ସେ ନିଜ ଫୋନ୍‌ରେ ଏହି ଘଟଣାକୁ ରେକର୍ଡ କରି ସୋସିଆଲ ମିଡିଆରେ ଭାଇରାଲ୍ କରିଛନ୍ତି ।

Get real time updates directly on you device, subscribe now.