fbpx

ବଡ଼ ଖବର; ୬ ଟଙ୍କା ଶସ୍ତା ହେଲା ପେଟ୍ରୋଲ ଦର: ନିର୍ବାଚନ ପୂର୍ବରୁ ଗାଡି ଚାଳକଙ୍କୁ ମିଳିଲା ଆଶ୍ୱସ୍ତି, Video

AAKASH

ଓଡ଼ିଶା ଭାସ୍କର: ଆଜି ଦେଶର ବିଭିନ୍ନ ଆସନ ପାଇଁ ଚାଲିଛି ଭାଗ୍ୟ ପରୀକ୍ଷା । ରାଜଧାନୀ ଦିଲ୍ଲୀ ସମେତ ପଶ୍ଚିମବଙ୍ଗ ଏବଂ ଓଡ଼ିଶାରେ ମଧ୍ୟ ମତଦାନ ଜାରି ରହିଛି । ତେବେ ନିର୍ବାଚନର ଏହି ଗୁରୁତ୍ୱପୂର୍ଣ୍ଣ ଷଷ୍ଠ ପର୍ଯ୍ୟାୟ ଆରମ୍ଭ ହେବା ପୂର୍ବରୁ ଗାଡ଼ିଚାଳକମାନଙ୍କୁ ମିଳିଛି ଏକ ବଡ଼ ଆଶ୍ୱସ୍ତି । ସକାଳୁ ସକାଳୁ ସାରା ଦେଶରେ ପେଟ୍ରୋଲ ଏବଂ ଡିଜେଲର ନୂଆ ମୂଲ୍ୟ ପ୍ରକାଶ ପାଇଛି । ଦେଶରେ ଇନ୍ଧନ ମୂଲ୍ୟ ଅନ୍ତର୍ଜାତୀୟ ଅଶୋଧିତ ତୈଳ ମୂଲ୍ୟ ଆଧାରରେ ସ୍ଥିର ହୋଇଛି । ରାଜ୍ୟ ସରକାର ନିଜ ସ୍ତରରେ ପେଟ୍ରୋଲ ଏବଂ ଡିଜେଲ ଉପରେ ଭାଟ୍ ଏବଂ ଅନ୍ୟାନ୍ୟ ଟିକସ ଲାଗୁ କରନ୍ତି, ଯେଉଁ କାରଣରୁ ସେମାନଙ୍କର ମୂଲ୍ୟ ମଧ୍ୟ ଦେଶରେ ଭିନ୍ନ ଭିନ୍ନ ହୋଇଥାଏ ।

ଦେଶରେ ପ୍ରତିଦିନ ସକାଳ ୬ଟାରେ ସରକାରୀ ତୈଳ ମାର୍କେଟିଂ କମ୍ପାନୀଗୁଡ଼ିକ ପେଟ୍ରୋଲ ଏବଂ ଡିଜେଲର ନୂଆ ମୂଲ୍ୟ ଲାଗୁ କରନ୍ତି । ଅଶୋଧିତ ତୈଳର ଆନ୍ତର୍ଜାତୀୟ ମୂଲ୍ୟ ଅନୁଯାୟୀ, ଭାରତରେ ଇନ୍ଧନର ମୂଲ୍ୟ ସ୍ଥିର ହୋଇଛି । ତେବେ ଆସନ୍ତୁ ଜାଣିବା ଭୁବନେଶ୍ୱରରୁ ନେଇ ଦିଲ୍ଲୀରେ କେତେ ରହିଛି ପେଟ୍ରୋଲ ଓ ଡିଜେଲ ମୂଲ୍ୟ…

ରାଜଧାନୀ ଦିଲ୍ଲୀରେ ପେଟ୍ରୋଲ ମୂଲ୍ୟ ଲିଟର ପ୍ରତି ୯୪.୭୨ ଟଙ୍କା ରହିଥିବା ବେଳେ ଡିଜେଲ ମୂଲ୍ୟ ୮୭.୬୨ ଟଙ୍କା ରହିଛି । ଅନ୍ୟ ସହର ଗୁଡିକରେ ଦାମରେ ମଧ୍ୟ ପରିବର୍ତ୍ତନ ଦେଖିବାକୁ ମିଳିଛି । ମୁମ୍ବାଇରେ ପେଟ୍ରୋଲ ୧୦୪.୨୧ ଟଙ୍କା ରହିଥିବା ବେଳେ ଡିଜେଲର ମୂଲ୍ୟ ରହିଛି ୯୨.୧୫ ଟଙ୍କା । କଲିକତାରେ ଆଜି ପେଟ୍ରୋଲ ୧୦୩.୯୪ ଟଙ୍କା ଏବଂ ଡିଜେଲ ଲିଟର ପିଛା ୯୦.୭୬ ଟଙ୍କା ରହିଛି । ଚେନ୍ନାଇରେ ପେଟ୍ରୋଲ ଲିଟର ପିଛା ୧୦୦.୭୫ ଟଙ୍କା ରହିଥିବା ବେଳେ ଡିଜେଲ ରହିଛି ୯୨.୩୪ ଟଙ୍କା ରହିଛି । ଅନ୍ୟତମ ପ୍ରମୁଖ ସହର ବେଙ୍ଗଲୁରୁରେ ଆଜି ପେଟ୍ରୋଲ ୯୯.୮୪ ଟଙ୍କା ଓ ଡିଜେଲ ଲିଟର ପ୍ରତି ରହିଛି ୮୫.୯୩ ଟଙ୍କା । ସେହିପରି ଭୁବନେଶ୍ୱରରେ ପେଟ୍ରୋଲ ଲିଟର ପ୍ରତି ୧୦୨.୬୧ ଟଙ୍କା ରହିଥିବା ବେଳେ ଡିଜେଲ ମୂଲ୍ୟ ରହିଛି ୯୪.୧୩ ଟଙ୍କା ରହିଛି ।

ବିଭିନ୍ନ ପ୍ରକାରର ଟିକସ ହେତୁ ଦେଶର ଅଧିକାଂଶ ସ୍ଥାନରେ ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ମଧ୍ୟ ଭିନ୍ନ ଅଟେ । ଆପଣ ଅନଲାଇନରେ କିମ୍ବା SMS ମାଧ୍ୟମରେ ଘରେ ବସି ନୂଆ ଇନ୍ଧନ ମୂଲ୍ୟ ଯାଞ୍ଚ କରିପାରିବେ । ତୈଳ କମ୍ପାନୀର ଅଫିସିଆଲ୍ ୱେବସାଇଟ୍ ପରିଦର୍ଶନ କରି ଆପଣ ନିଜ ସହରରେ ପେଟ୍ରୋଲ ଏବଂ ଡିଜେଲର ହାର ଦେଖିପାରିବେ । ଯଦି ଆପଣ ଚାହାଁନ୍ତି, ଆପଣ ଫୋନ୍ ମାଧ୍ୟମରେ ଏକ ମେସେଜ୍ ପଠାଇ ମୂଲ୍ୟ ମଧ୍ୟ ଜାଣିପାରିବେ । କେବଳ ଏଥିପାଇଁ ତୁମ ସହରର ପିନ୍ କୋଡ୍ ଲେଖିବାକୁ ପଡିବ ।

 

Get real time updates directly on you device, subscribe now.