fbpx

ଅଧିକ ସମୟ ଶୋଉଥିବା ଯୁବବର୍ଗଙ୍କୁ ରହିଛି ଡାଇବେଟିସ୍ ଓ ଷ୍ଟ୍ରୋକର ଆଶଙ୍କା- ଅଧ୍ୟୟନ

ନୂଆଦିଲ୍ଲୀ: ଛୋଟ ବେଳରୁ ହିଁ ପିଲମାନଙ୍କୁ ଶିଖାଯାଇଥାଏ ଯେ, ସକାଳୁ ଶୀଘ୍ର ଉଠିବା ଦ୍ୱାରା ଦରକାର ଓ ରାତିରେ ଜଲଦି ଶୋଇବା ଦରକାର । ଫଳରେ ଉଭୟ ସ୍ୱାସ୍ଥ୍ୟ ଓ ମସ୍ତିସ୍କରେ ଉନ୍ନତି ଓ ଫୁର୍ତ୍ତିପଣ ଆସିଥାଏ । ଛୋଟ ବେଳରୁ ଶିଖାଯାଇଥିବା ଏହି କଥାକୁ ଏବେ ବିଜ୍ଞାନ ମଧ୍ୟ ମୋହର ଲଗାଇଛି । ଏବେ ଏକ ନୂତନ ଷ୍ଟଡିରେ ଦାବି କରାଯାଇଛି ଯେ, ଯେଉଁ କିଶୋର/କିଶୋରୀ ମାନେ ରାତିରେ ବିଳମ୍ବରେ ଶୋଇଥାନ୍ତି ସେମାନଙ୍କୁ ମଧୁମେହ ବା ଡାଇବେଟିସ୍ ଓ ଅନେକ ପ୍ରକାର ସ୍ୱାସ୍ଥ୍ୟ ସମସ୍ୟାର ଆଶଙ୍କା ରହିଛି । କାରଣ ସେମାନେ ଥକିଯାଇଥିବା ସମୟରେ ଅଧିକ ସୁଗର୍ ସେବନ କରିଥାନ୍ତି ।

ଏହି ଅଧ୍ୟୟନ ବ୍ରିଘମ୍ ୟଙ୍ଗ୍୍ ୟୁନିଭର୍ସିଟି ପକ୍ଷରୁ କରାଯାଇଥିଲା । ଏଥିରେ କିଶୋରମାନଙ୍କର ସପ୍ତାହକର ଖାଦ୍ୟପେୟ ଉପରେ ବିଶ୍ଲେଷଣ କରିଥିଲେ । ଏଥିପାଇଁ ପୂରା ଏକ ସପ୍ତାହରେ ରାତିରେ ୬.୫ ଘଣ୍ଟା ଶୋଇବା ଓ ଆଉ ଏକ ସପ୍ତାହରେ ୯.୫ ଘଣ୍ଟା ଶୋଇବା ଏବଂ ଉଠିବା ପରେ କଣ ଖାଉଛନ୍ତି ତାକୁ ନେଇ ମନିଟରିଂ କରାଯାଇଥିଲା । ଦୁଇଟି ଯାକ ସପ୍ତାହରେ ବିଶେଷଜ୍ଞ ମାନେ ସମାନ କ୍ୟାଲୋରୀରେ ସେବନ କରାଯାଉଥିବା ଜାଣିବାକୁ ପାଇଥିଲେ । କିଶୋର ମାନେ ଫଳ ଓ ପନିପରିବା କମ୍ ଖାଇଛନ୍ତି ଓ ଶର୍କରା ଅଧିକ ଥିବା ଖାଦ୍ୟ ଅଧିକ ଖାଇଥିବା ଜଣାପଡ଼ିଥିଲା ।

ରିସର୍ଚ୍ଚ ମୁତାବକ, ଥକି ଯାଇଥିବା କିଶୋର/କିଶୋରୀ ମାନେ ପାଖାପାଖି ୧୨ ଗ୍ରାମ ଶର୍କରା ଅଧିକ ଖାଇଛନ୍ତି । ଅଧ୍ୟୟନକାରୀ ମାନେ କହିଛନ୍ତି ଯେ, ଏତେ ପରିମାଣରେ ଶର୍କରା ପେଟକୁ ଯିବା ଦ୍ୱାରା ଶରୀରର ଉନ୍ନତିରେ ବାଧା ସୃଷ୍ଟି ହେବ ଏବଂ ମୋଟାପଣ ବୃଦ୍ଧି ପାଇବ । ଏତଦବ୍ୟତୀତ ଇମ୍ୟୁନିଟିରେ ଅନିୟମିତତା ଦେଖାଦେବ । ଆଜିକା ସମୟରେ କିଶୋର ମାନଙ୍କ ଓଜନ ବଢ଼ିବାର ଏହା ହେଉଛି ବଡ଼ କାରଣ । ଶର୍କରା ଯୁକ୍ତ ଖାଦ୍ୟ ଖାଇବା ଦ୍ୱାରା କିଶୋର/କିଶୋରୀଙ୍କ ଓଜନ ବୃଦ୍ଧିପାଉଛି ଓ ଇମ୍ୟୁନିଟି ମଧ୍ୟ ଦୁର୍ବଳ ହେଉଛି । ଫଳରେ ହାର୍ଟ ଆଟାକ୍, ଷ୍ଟ୍ରୋକ୍, ଡାଇବେଟିସ୍ ଓ ବ୍ଲଡ୍ ପ୍ରେସର୍ ଭଳି ସମସ୍ୟା ଦେଖାଦେଉଛି ।

 

Get real time updates directly on you device, subscribe now.