fbpx
BJD SKY
BJD SKY

ଏସବୁ ଖାଇବା ଦ୍ଵାରା ନିୟନ୍ତ୍ରଣକୁ ଆସିଥାଏ ଡାଇବେଟିସ

BJD

ସାରା ବିଶ୍ୱରେ ମଧୁମେହ ରୋଗୀଙ୍କ ସଂଖ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି। ଏହାକୁ ନିୟନ୍ତ୍ରଣ କରିବା ପାଇଁ ରୋଗୀକୁ ଅନେକ କିଛି କରିବାକୁ ପଡ଼ିଥାଏ। କେତେବେଳେ ଖାଦ୍ୟପେୟରେ କଟକଣା ତ କେତେବେଳେ ଇନ୍‌ସୁଲିନ୍‌ ନେବାକୁ ପଡ଼ିଥାଏ। ତେବେ ଏପରି କିଛି ଜିନିଷ ରହିଛି, ଯାହାକୁ ମଧୁମେହ ରୋଗୀ ଖାଇବା ଜରୁରୀ। ଅନ୍ୟପକ୍ଷେ ଏହି ଜିନିଷ ମଧୁମେହକୁ ନିୟନ୍ତ୍ରଣ କରିଥାଏ। ତେବେ ଜାଣନ୍ତୁ ସେ ସବୁ ବିଷୟରେ…

ଗାଜର: ଶୀତଦିନେ ଗାଜର ଅଧିକ ପରିମାଣରେ ମିଳିଥାଏ। ଏହି ଦିନଗୁଡିକରେ ଗାଜର ଜୁସ୍‌ ଓ ଗାଜରରେ ପ୍ରସ୍ତୁତ ହାଲ୍‌ଓ୍ବା(ବିନା ଚିନି) ମଧୁମେହ ରୋଗୀ ଖାଇବା ଫଳରେ ଏହା ରକ୍ତରେ ସୁଗାର ମାତ୍ରା କମ୍‌ କରାଇଥାଏ।

ଡାଳଚିନି: ଏହା ପାଚନତନ୍ତ୍ରକୁ ଶକ୍ତ କରିବା ସହ ରକ୍ତରେ ଶର୍କରା ମାତ୍ରାକୁ ମଧ୍ୟ କମାଇଥାଏ।

କମଳା: ଆମେରିକା ଡାଇବେଟିଜ୍‌ ଆସେସ୍‌ମେଣ୍ଟ ଅନୁଯାୟୀ ଲେମ୍ବୁ, କମଳା ଆଦି ଫଳ ଖାଇଲେ ରକ୍ତରେ ଶର୍କରା ପରିମାଣ କମ୍‌ ହୋଇଥାଏ। ଫଳରେ ମଧୁମେହ ନିୟନ୍ତ୍ରିତ ହୋଇଥାଏ।

ପିଜୁଳି: ପ୍ରାୟ ସବୁ ମାସରେ ଏହା ବଜାରରେ ମିଳୁଥିବା ବେଳେ ଲୋକେ ଏହାକୁ ଶୀତଦିନେ ଅଧିକ ଖାଇବାକୁ ପସନ୍ଦ କରିଥାନ୍ତି। ଏହା ମଧୁମେହ ନିୟନ୍ତ୍ରଣ କରିଥାଏ।

Get real time updates directly on you device, subscribe now.