fbpx
BSKY
BJD SHG SKY
BJD YOUTH SKY

ଡାଇବେଟିସ୍ ଡାଏଟ୍: ଭୁଲ୍ ଅଟା ଖାଇବା ଦ୍ୱାରା ବଢିପାରେ ଡାଇବେଟିସ୍‌, ଜାଣନ୍ତୁ କେଉଁ ଅଟାରୁ ପ୍ରସ୍ତୁତ ରୁଟି ଉପକାରୀ

ନୂଆଦିଲ୍ଲୀ: ରୁଟି ହେଉଛି ଭାରତୀୟଙ୍କ ଖାଇବା ଥାଳିର ଏକ ଅବିଚ୍ଛେଦ୍ୟ ଅଂଶ। ବିଶେଷକରି ଉତ୍ତର ଏବଂ ମଧ୍ୟ ଭାରତୀୟଙ୍କ ଦୈନନ୍ଦିନ ଖାଦ୍ୟରେ ରୁଟି ଅନ୍ତର୍ଭୁକ୍ତ। ରୁଟି ସାଧାରଣତଃ ଗହମ ମଇଦା କିମ୍ବା ଅଟାରୁ ପ୍ରସ୍ତୁତ ହୋଇଥାଏ। ଗହମ ରୁଟି ମଧୁମେହ ରୋଗୀଙ୍କ ପାଇଁ କ୍ଷତି ଘଟାଇପାରେ। ଯେତେବେଳେ ଆମେ ମଧୁମେହରେ ସଠିକ୍ ଖାଦ୍ୟ ଏବଂ ପାନୀୟ ବିଷୟରେ କଥାବାର୍ତ୍ତା କରୁ, ସେତେବେଳେ ପ୍ରାୟତ ଆମର ଧ୍ୟାନ ରୁଟି ଆଡକୁ ଯାଏ ନାହିଁ। ଆମେ କେବଳ ଫଳ ଏବଂ ପନିପରିବା ବିଷୟରେ ଆଲୋଚନା କରୁ। କିନ୍ତୁ ଯଦି ଆପଣ ଜଣେ ମଧୁମେହ ରୋଗୀ, ତେବେ ସଠିକ୍ ଅଟା ରୁଟି ଖାଇବା ମଧ୍ୟ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ମଧୁମେହ ରୋଗରେ କେଉଁ ଅଟା ରୁଟି ଖାଇବା ଉଚିତ୍ ଆସନ୍ତୁ ଜାଣିବା।

ଓଟସ୍ ପ୍ରସ୍ତୁତ ରୁଟି ଲାଭଦାୟକ ଅଟେ।
ଗହମ ରୁଟିରେ କାର୍ବୋହାଇଡ୍ରେଟ୍ର ପରିମାଣ ଅଧିକ ରହିଥାଏ। ଅଧିକ କାର୍ବୋହାଇଡ୍ରେଟ୍ ଗ୍ରହଣ କରିବା ମଧୁମେହ ରୋଗୀଙ୍କ ପାଇଁ ଆଦୌଲାଭଦାୟକ ନୁହେଁ। ଯଦି ଆପଣ ଜଣେ ମଧୁମେହ ରୋଗୀ ତେବେ ଆପଣ ଗହମ ମଇଦା ବଦଳରେ ଓଟସ୍ ରୁଟି ଖାଇବା ଉଚିତ୍।

ଓଟସ୍ କାହିଁକି ସର୍ବୋତ୍ତମ।
ଓଟସ୍‌ରେ କ୍ୟାଲୋରୀ ପରିମାଣ ବହୁତ କମ୍ ଅଟେ। ଓଟସ୍‌ରେ ପୋଷକ ତତ୍ତ୍ୱ ଏବଂ ଫାଇବରରେ ଭରପୂର ମାତ୍ରାରେ ମଧୁମେହ ରୋଗୀଙ୍କ ପାଇଁ ଲାଭଦାୟକ। ଓଟସ୍‌ରେ ହଜମ ହେବା ପରେ ଆରାମରେ ଗ୍ଲୁକୋଜ ମୁକ୍ତ କରିଥାଏ, ଯେଉଁ କାରଣରୁ ରକ୍ତରେ ଚିନି ସ୍ତର ହଠାତ୍ ବଢେ ନାହିଁ। ଗହମ ଅପେକ୍ଷା ଓଟସ୍‌ରେ କମ୍ କାର୍ବୋହାଇଡ୍ରେଟ୍ ଥାଏ, ଯାହା ମଧୁମେହ ସମେତ ଅନେକ ରୋଗରେ ଉପକାରୀ ଅଟେ।

ଓଟସ୍ କିପରି ପ୍ରସ୍ତୁତ କରିବେ।
କିଛି ଲୋକଙ୍କୁ ଆରମ୍ଭରେ ଓଟସ୍ ଖାଇବାରେ ଅସୁବିଧା ହୁଏ। କିନ୍ତୁ ଆପଣ ଗୋଟିଏ ନୁହେଁ ବରଂ ଅନେକ ଉପାୟରେ ଓଟସ୍ ଖାଇପାରିବେ। ଓଟସ୍ ରୁଟି ବ୍ୟତୀତ ମସଲାଯୁକ୍ତ ଖେଚୁଡ଼ି ମଧ୍ୟ ତିଆରି କରାଯାଇପାରେ। କ୍ଷୀରରେ ମିଶାଇ ଓଟସ୍ ମଧ୍ୟ ଖାଇ ପାରିବେ। ଓଟସ୍ ରୁଟିକୁ ସ୍ୱାଦିଷ୍ଟ କରିବା ପାଇଁ ଚୁର୍ନ ହୋଇଥିବା ଓଟସ୍‌ରେ ଲୁଣ, ଜିରା ଏବଂ ପିଆଜ ମିଶାଇ ରୁଟି ପ୍ରସ୍ତୁତ କରାଯାଇପାରେ।

Get real time updates directly on you device, subscribe now.