fbpx

Diabetes ରୋଗୀ ଏହି ପାଞ୍ଚଟି ଖାଦ୍ୟ ଛାଡ଼ି ଦିଅନ୍ତୁ: ନଚେତ୍ ହୃଦରୋଗ, ଷ୍ଟ୍ରୋକ, ହାଇ ବ୍ଲଡ୍ ପ୍ରେସର ବୃଦ୍ଧି ପାଇବ

ଡାଇବେଟିସ ରୋଗୀମାନେ ଗମ୍ଭୀର ସ୍ଥିତିରୁ ରକ୍ଷା ପାଇବା ପାଇଁ ନିଜର ବ୍ଲଡ ଶୁଗରକୁ କଣ୍ଟ୍ରୋଲ କରିବା ନିହାତି ଜରୁରୀ । ହାଇ ବ୍ଲଡ୍ ଶୁଗର କାରଣରୁ ହୃଦ ରୋଗ, ଷ୍ଟ୍ରୋକ ଆଶଙ୍କା ବଢ଼ିଯାଇଥାଏ । ଏଥିପାଇଁ ଆପଣଙ୍କୁ ନିଜ ଡାଇଟକୁ ଅଧିକ ଶକ୍ତିଶାଳୀ ଓ ସନ୍ତୁଳିତ କରିବା ଉପରେ ଧ୍ୟାନ ଦେବାକୁ ପଡ଼ିବ । କେବଳ ପାଞ୍ଚ ପ୍ରକାରର ଖାଦ୍ୟଠାରୁ ଦୂରେଇ ରହି ଆପଣ ଏହି ବୀମାରିରୁ ସହଜରେ ମୁକ୍ତି ପାଇ ପାରିବେ ।

ଡାଇବେଟିସ ରୋଗୀମାନେ ସମସ୍ତ ପ୍ରକାରର ମିଠା ଖାଦ୍ୟ ଯେପରିକି ମିଠାଈ, କେକ, କୁକିଜ, କ୍ୟାଣ୍ଡି, ଚକୋଲେଟଠାରୁ ଦୂରେଇ ରହିବା ଆବଶ୍ୟକ । ଯେଉଁ ଖାଦ୍ୟରେ ଚିନି ଥାଏ ତାହା ଖାଇବା ଦ୍ୱାରା ମୋଟାପା ବଢ଼ିଯାଇଥାଏ ଓ ଏହାଦ୍ୱାରା ହାଇ ବ୍ଲଡ ଶୁଗର ସମସ୍ୟା ବଢ଼ିଥାଏ । ମାତ୍ରାଧିକ ଚିନି ସେବନ ଦ୍ୱାରା ହାଇ ବ୍ଲଡ୍ ପ୍ରେସର, ସୁଜନ ଓ ଫ୍ୟାଟି ଲିଭର ସମସ୍ୟା ସୃଷ୍ଟି କରିଥାଏ । ନିଜ ଡାଇଟରୁ ଟ୍ରାନ୍ସ ଫ୍ୟାଟସ ଖାଦ୍ୟକୁ ଦୂରେଇ ରଖନ୍ତୁ କାରଣ ଏହା ବ୍ଲଡ ଶୁଗର ସ୍ତର ବଢ଼ାଇଥାଏ । ବିଫ, ପୋଲଟ୍ରି ପ୍ରଡକ୍ଟସ, ନଡ଼ିଆ, ପାମ ଅଏଲ, ଚିପ୍ସ, କୁକିଜ, ପେଷ୍ଟ୍ରି ଆଦିରେ ଭରପୁର ମାତ୍ରାରେ ସାଚ୍ୟୁରେଟେଡ ଫ୍ୟାଟ ରହିଥାଏ ।

ଡିବା ବନ୍ଦ ଖାଦ୍ୟ ଅଧିକ ଦିନ ପର୍ଯ୍ୟନ୍ତ ରହିବା ପାଇଁ ସେଥିରେ ସୋଡିୟମ ଓ ବିଭିନ୍ନ ପ୍ରକାରର ପ୍ରିଜର୍ଭେଟିଭ ମିଶ୍ରଣ କରାଯାଇଥାଏ । ତାହା ଡାଇବେଟିସ ରୋଗୀଙ୍କର କ୍ଷତି କରିଥାଏ । ଅଧିକାଂଶ ଲୋକ ସକାଳ ଜଳଖିଆରେ କର୍ଣ୍ଣ ଫ୍ଲେକ୍ସ ଖାଇଥାନ୍ତି । ଡାଇବେଟିସ ରୋଗୀଙ୍କ ପାଇଁ ଏହା ଏକ ଅନ ହେଲଦୀ ଖାଦ୍ୟ । ସକାଳୁ ଦଳିଆ ଖାଇବା ମଧ୍ୟ ଆପଣଙ୍କ ପାଇଁ ଠିକ୍ ନୁହେଁ । ଜଳଖିଆ ପାଇଁ ଫଳ ହେଉଛି ଏକ ଉତ୍ତମ ବିକଳ୍ପ । ଅଞ୍ଜିର, ଅଙ୍ଗୁର, ଆମ୍ବ, ଚେରି, କଦଳୀରେ ଚିନିର ମାତ୍ରା ଅଧିକ ଥାଏ । ଯଦି ଆପଣ ଡାଇବେଟିସ ରୋଗୀ ତେବେ ଆପଣ ଜାମୁନ, ନାଶପାତି, ସେଓ ଖାଇ ପାରିବେ । ରୋଗୀମାନେ ପ୍ରତ୍ୟେକ ଜିନିଷ ସୀମିତ ମାତ୍ରାରେ ସେବନ କରିବା ଜରୁରୀ ।

Get real time updates directly on you device, subscribe now.