fbpx

ଧନତେରାସରେ ବଦଳିବ ୫ ରାଶିର ଭାଗ୍ୟ: ଶନିଦେବଙ୍କ ଗତିରେ ହେବ ପରିବର୍ତ୍ତନ

ଆସନ୍ତା ଅକ୍ଟୋବର ୨୩ ଅର୍ଥାତ ଧନତେରାସରେ ଶନିଙ୍କ ଗତିରେ ହେଉଛି ପରିବର୍ତ୍ତନ । ତେଣୁ ଧନତେରାସ ଦିନରେ ଗ୍ରହମାନଙ୍କର ସ୍ଥିତି ମହତ୍ତ୍ୱପୂର୍ଣ୍ଣ ବୋଲି ବିଚାର କରାଯାଏ । ଗ୍ରହମାନଙ୍କର ଗତି ପରିବର୍ତ୍ତନର ପ୍ରଭାବ ସମସ୍ତ ରାଶିରେ ଦେଖିବାକୁ ମିଳିବ । ତେବେ ଶନିଦେବଙ୍କ କୃପାରୁ କିଛି ରାଶିର ବ୍ୟକ୍ତିମାନଙ୍କ ଉପରେ ଏହାର ବିଶେଷ ପ୍ରଭାବ ପଡିବ । ଏହି ରାଶିର ବ୍ୟକ୍ତିମାନେ ଆର୍ଥିକ ଉନ୍ନତି ପାଇବା ସହ ଅନ୍ୟାନ୍ୟ କ୍ଷେତ୍ରରେ ମଧ୍ୟ ଉନ୍ନତି ପାଇପାରନ୍ତି । ତେବେ ଆସନ୍ତୁ ଜାଣିବା ଏହି ରାଶିର ବ୍ୟକ୍ତିମାନଙ୍କ ବିଷୟରେ…

ମେଷ: ମେଷ ରାଶିର ବ୍ୟକ୍ତିମାନଙ୍କ ପାଇଁ ଶନିଙ୍କର ଏହି ପରିବର୍ତ୍ତନ ଖୁବ ଲାଭଦାୟକ ହୋଇଥାଏ । ଧନତେରାସରେ ଶନିଦେବ ନିଜ ସ୍ଥାନ ପରିବର୍ତ୍ତନ କଲେ ମେଷ ରାଶିର ବ୍ୟକ୍ତିମାନଙ୍କ ବ୍ୟବସାୟରେ ଉନ୍ନତି ହୋଇପାରେ । ଏହାସହ ଚାକିରୀ କରୁଥିବା ଲୋକଙ୍କ ପାଇଁ ପ୍ରଗତିର ଲକ୍ଷଣ ଅଛି ।

ସିଂହ: ସିଂହ ରାଶିର ବ୍ୟକ୍ତିବିଶେଷମାନଙ୍କ ପାଇଁ ମଧ୍ୟ ଖୁସିର ସମ୍ଭାର ନେଇ ଆସୁଛି ଧନତେରାସ । ଶନିଗ୍ରହଙ୍କ ପରିବର୍ତ୍ତନ ହେବା ଦ୍ୱାରା କ୍ୟାରିୟରରେ ନୂଆ ଅବସର ପ୍ରାପ୍ତି ହେବ । ତେବେ ଏହି ଦିନମାନଙ୍କରେ ନିଜ ଖର୍ଚ୍ଚ ଉପରେ ନିୟନ୍ତ୍ରଣ ରଖିବାକୁ ଚେଷ୍ଟା କରନ୍ତୁ ।

ତୁଳା: ଧନତେରାସରେ ତୁଳା ରାଶିର ବ୍ୟକ୍ତିମାନଙ୍କ ପାଇଁ ଶୁଭ ସମାଚାର ମିଳିପାରେ । ଶନିଙ୍କ କୃପାରୁ ଆପଣଙ୍କୁ ଆକସ୍ମିକ ଧନଲାଭର ସୁଯୋଗ ମଧ୍ୟ ମିଳିପାରେ । ତେବେ ଏହି ଦିନ ଆପଣଙ୍କ ପାଇଁ ସୁନା କିଣିବା ଲାଭଦାୟକ ହୋଇପାରେ ।

ବିଛା: ବିଛା ରାଶିର ବ୍ୟକ୍ତିଙ୍କ ପାଇଁ ଶନିଦେବଙ୍କ ଗତି ପରିବର୍ତ୍ତନ ଖୁବ ଶୁଭ ହୋଇପାରେ । ଏହି ସମୟରେ ଆପଣଙ୍କୁ ବାହନ ସୁଖ ପ୍ରପ୍ତି ହୋଇପାରେ । ଆୟରେ ବୃଦ୍ଧି ହେବା ସହ ସମ୍ପର୍କରେ ସୁଦୃଢ ହୋଇପାରିବ । ଭାଇ-ଭଉଣୀଙ୍କ ସହଯୋଗ ମିଳିବ ଏବଂ ବ୍ୟବସାୟ ସମ୍ବନ୍ଧୀୟ ଯୋଜନା ଆଦି ସଫଳ ହେବ ।

Get real time updates directly on you device, subscribe now.