fbpx

ଡାଇବେଟିଜ ରୋଗୀ ଖାଇପାରିବେ ଏହି ୫ଟି ଫଳ; ହଠାତ ବ୍ଲଡ ସୁଗାର ବଢିବାର ଆସବନି ସମସ୍ୟା

AAKASH

ମଧୁମେହ ରୋଗୀ କିଛି ଖାଇବା କିମ୍ବା ପିଇବା ପୂର୍ବରୁ ନିଶ୍ଚିତ ଭାବିଥାନ୍ତି ଯେ ଏହି ଜିନିଷ ଖାଇବା ପରେ ସେମାନଙ୍କ ରକ୍ତରେ ଶର୍କରା ସ୍ତର ବୃଦ୍ଧି ପାଇବ କି ନାହିଁ । ବିଶେଷକରି ଯେତେବେଳେ ଫଳ କଥା ଆସେ, ଏହି ରୋଗୀଙ୍କୁ ଟିକିଏ ଅଧିକ ଚିନ୍ତା କରିବାକୁ ପଡିଥାଏ କାରଣ ଫଳଗୁଡ଼ିକରେ ପ୍ରାକୃତିକ ଭାବେ ମିଠା ଅଂଶ ଅଧିକ ଥାଏ । ତେବେ ଫଳଗୁଡିକରେ ପ୍ରାକୃତିକ ମିଠା ଅଂଶ ଅଧିକ ହେଲେ ଏହା ରକ୍ତରେ ଶର୍କରା ବୃଦ୍ଧି କରିବାର କାରଣ ହୋଇଥାଏ । ଏପରି ପରିସ୍ଥିତିରେ, ମଧୁମେହ ରୋଗରେ ପିଡ଼ିତ ଥିଲେ କେଉଁ ଫଳ ଖାଇବା ଉଚିତ୍ ତାହା ଜାଣି ରଖନ୍ତୁ ।
ବେରିଜ
ମଧୁମେହ ରୋଗ ହୋଇଥିଲେ ଷ୍ଟ୍ରବେରି, ବ୍ଲୁବେରି ଏବଂ ବ୍ଲାକବେରୀ ପରି ବେରିଜ୍ ଖାଇପାରିବେ । ଏଥିରେ ଆଣ୍ଟି-ଅକ୍ସିଡାଣ୍ଟ ଭରପୂର ଥାଏ ଏବଂ ଏହା ଶରୀରରେ ଗ୍ଲୁକୋଜ ପରିମାଣ କମ୍ କରିବାରେ ସାହାଯ୍ୟ କରିଥାଏ । ଏହି ଫଳରେ ଆଣ୍ଟି-ଇନ୍ଫ୍ଲାମେଟୋରୀ ଗୁଣ, ଭିଟାମିନ୍ ସି ଏବଂ ଫାଇବର ରହିଥାଏ ଯାହା ମଧୁମେହ ରୋଗୀଙ୍କ ପାଇଁ ଲାଭଦାୟକ ହୋଇଥାଏ ।

ଜାମୁ କୋଳି
ଜାମୁ କୋଳି ଯାହାକୁ ଭାରତୀୟ ମାନେ ବ୍ଲାକ ବେରୀ କହିଥାନ୍ତି । ମଧୁମେହ ରୋଗୀମାନେ ଏହାକୁ ଖାଇପାରିବେ । ଏହି ଫଳରେ ୮୨ ପ୍ରତିଶତ ଜଳ ଥାଏ । ଏହି କାରଣରୁ, ଜାମୁ କୋଳି ଖାଇବା ଦ୍ୱାରା ରକ୍ତରେ ଶର୍କରା ସ୍ତର ବଢେନାହିଁ ।

ନାସପାତି
ମଧୁମେହ ରୋଗରେ ଭିଟାମିନ୍ ସି, ଇ ଏବଂ କେ ଭରପୂର ହୋଇଥିବା ନାସପାତିକୁ ସ୍ନାକ୍ସ ଭାବରେ ଖିଆଯାଇ ପାରିବ । ଏଥିରେ କ୍ୟାଲସିୟମ୍, ଆଇରନ୍, ପୋଟାସିୟମ୍, ମ୍ୟାଗ୍ନେସିୟମ୍ ଏବଂ ବିଟା କାରୋଟିନ୍ ମଧ୍ୟ ମିଳିଥାଏ । ଫାଇବରରେ ଭରପୂର ନାସପାତି ମଧ୍ୟ ମଧୁମେହ ପାଇଁ ଭଲ ହୋଇଥାଏ ।
ଆପଲ୍ ।
ଆପଲ୍ ବା ସେଓରେ କେବଳ ଫାଇବର ନଥାଏ ଏଥିରେ ଆଣ୍ଟି-ଅକ୍ସିଡାଣ୍ଟ ଗୁଣ ମଧ୍ୟ ଥାଏ । ଏହା ଖାଇବା ଦ୍ୱାରା ଗ୍ଲୁକୋଜ ସ୍ତରକୁ ସ୍ଥିର କରିବାରେ ସାହାଯ୍ୟ କରିଥାଏ । ରକ୍ତରେ ଶର୍କରା ନିୟନ୍ତ୍ରଣ ପାଇଁ ଖାଦ୍ୟରେ ସୀମିତ ପରିମାଣର ଆପଲ୍ ମଧ୍ୟ ସାମିଲ କରାଯାଇପାରିବ ।

କିୱି ।
ଉଚ୍ଚ ଫାଇବର ଯୁକ୍ତ କିୱି ଫଳ ରକ୍ତରେ ଶର୍କରା ବୃଦ୍ଧିରୁ ରକ୍ଷା କରିଥାଏ । ଏହାର ଗ୍ଲାଇସେମିକ୍ ଇଣ୍ଡେକ୍ସ ହେଉଛି ୪୯ ଯାହା ମଧୁମେହ ପାଇଁ ଭଲ ହୋଇଥାଏ । ଏହା ସହିତ କିୱି ଶରୀରରେ ଚିନିର ଅବଶୋଷଣକୁ ଧିର କରିବାରେ ମଧ୍ୟ ପ୍ରଭାବଶାଳୀ ହୋଇଥାଏ ।

Get real time updates directly on you device, subscribe now.