fbpx

ଅଗ୍ନିକୁ ସାକ୍ଷୀ ରଖି ସାତ ଜନ୍ମର ସାଥୀ ହେଲେ ଦୁଇ ଦିବ୍ୟାଙ୍ଗ

ଏକ ନିଆରା ବାହାଘର: ଦୁଇ ଦିବ୍ୟାଙ୍ଗ ହେଲେ ପତିପତ୍ନୀ

ବାଲେଶ୍ୱର: ପଣ୍ଡିତ ମନ୍ତ୍ର ପଢୁଛନ୍ତି, ବେଦୀରେ ବସିଛନ୍ତି ବର କନ୍ୟା, ଦୁହେଁ ଦୁହିଁକୁ ବିବାହ କରି ବେସ୍ ଖୁସି ମଧ୍ୟ ଅଛନ୍ତି । ସାତ ଜନ୍ମକୁ କଥା ଦେଇ ଦୁଇଜଣ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । ସାଧାରଣ ବାହାଘର ହୋଇଥିଲେ ହୁଏତ ଏହି ସୂଚନା ଦେବାର  କିଛି ଆବଶ୍ୟକ ନଥିଲା । କିନ୍ତୁ ଏହି ବାହାଘର ଅତ୍ୟନ୍ତ ସ୍ୱତନ୍ତ୍ର,  କାହିଁକି ନା’ ଏଠି ଦୁହେଁ ବର କନ୍ୟା ଦିବ୍ୟାଙ୍ଗ ଅଟନ୍ତି । ଆଉ ବୈଦିକ ରୀତନୀତିରେ ବାହାଘର ହୋଇଛି ସେମାନଙ୍କର ।

ବାଲେଶ୍ୱର ଖଇରା ବ୍ଲକ ଅଚ୍ୟୁତିପୁର ପଞ୍ଚାୟତ ବାସିନ୍ଧିପୁର ଠାରେ ହୋଇଛି ଏହି ନିଆରା ବାହାଘର । ଗ୍ରାମର ଭାଗବତ ବେହେରାଙ୍କ ପୁଅ ସରୋଜ ବେହେରା ବିବାହ କରିଛନ୍ତି ବଲାଙ୍ଗୀର ଜିଲ୍ଳାର ବଗମୁଣ୍ଡା ଗ୍ରାମର ପୁରେନ୍ଦ୍ର ରଣାଙ୍କ ଝିଅ ରାଇମତି ରଣାଙ୍କୁ । ଦୁଇ ଜଣ ଦିବ୍ୟାଙ୍ଗ ଅଟନ୍ତି, ଜନ୍ମରୁ ହରାଇଛନ୍ତି ଦୃଷ୍ଟିଶକ୍ତି ।

ସରୋଜ  ଯେତେବେଳେ କଟକ ରେଭେନ୍ସା ଜୁନିୟର କଲେଜରେ ପାଠ ପଢୁଥିଲେ । ସେହି ସମୟରେ ପୁରେନ୍ଦ୍ର ରଣାଙ୍କ ଝିଅ ରାଇମତି ରଣା କଟକ ଆର ଡି ଓମେନ୍ସ କଲେଜରେ ପଢୁଥିଲେ ଏବଂ ଉଭୟ ଏକ କାର୍ଯ୍ୟକ୍ରମରେ ଭେଟ ହୋଇଥିଲେ । ପରେ ଦୁହେଁ ଦୁହିଁଙ୍କୁ ଭଲ ପାଇବସିଥିଲେ, ଏ ଘଟଣା ଉଭୟ ପରିବାର ଜାଣିବା ପରେ ଉଭୟଙ୍କର ବିବାହ କରାଇଛନ୍ତି । ଗତକାଲି ରାଇମତିଙ୍କୁ ଧରି ତାଙ୍କ ମାଆ କୁମାରୀ ରଣା ବାସିନ୍ଧିପୁରରେ ପହଞ୍ଚିବା ପରେ ଆଜି ଶିରିପୁରସ୍ଥିତ ମା ବଉଳାଶୁଣୀ ମନ୍ଦିରରେ ଉଭୟଙ୍କର ବିବାହ କରାଯାଇଥିଲା । ଏହି ବିବାହରେ ଉଭୟ ପରିବାର ଖୁସିଥିବା କହିଛନ୍ତି  ।

Get real time updates directly on you device, subscribe now.