fbpx

କଣ ଫ୍ୟାମିଲି ମ୍ୟାନ୍ ୨ର ବୋଲ୍ଡ ସିନ୍ ହେଲା ସମାନ୍ଥା ଓ ନାଗାଙ୍କ ଛାଡ଼ପତ୍ରର କାରଣ?

ମୁମ୍ବାଇ: ସାଉଥ୍ ଫିଲ୍ମ ଷ୍ଟାର୍ ନାଗା ଚୈତନ୍ୟଙ୍କର ଗୋଟିଏ ଭିଡିଓ ଏବେ ସୋସିଆଲ୍ ମିଡିଆରେ ଖୁବ୍ ଭାଇରାଲ୍ ହେଉଛି । ନାଗା ଚୈତନ୍ୟଙ୍କ ଏହି ଭିଡିଓକୁ ତାଙ୍କର ଜଣେ ଫ୍ୟାନ୍ ସୋସିଆଲ୍ ମିଡିଆରେ ସେୟାର୍ କରିଛନ୍ତି । ଏଥିରେ ନାଗା ନିଜର ଛାଡ଼ପତ୍ରକୁ ନେଇ କଥା ହୋଇଛନ୍ତି । ଭିଡିଓରେ ନାଗା, “ଯିଏ ବି ପରିବାରକୁ ଦୁଃଖ ପହଞ୍ଚାଇବାକୁ ଚେଷ୍ଟା କରିବ, ତାକୁ ବରଦାସ୍ତ କରାଯିବ ନାହିଁ” ବୋଲି କହୁଥିବା ଦେଖିବାକୁ ମିଳିଛି । ଏହାକୁ ନେଇ ଏବେ ୟୁଜର୍ସ ମାନେ ନାଗାଙ୍କର ବ୍ୟକ୍ତିଗତ ଜୀବନ ସହ ଯୋଡ଼ି ନାନା କମେଣ୍ଟ କରିଥିବା ଦେଖିବାକୁ ମିଳିଛି ।

ଭିଡିଓଟି ନାଗାଙ୍କର ଏକ ଇଣ୍ଟରଭିୟୁର ଏକ ଅଂଶ । ସେ ଏଥିରେ କହୁଥିବା ଦେଖିବାକୁ ମିଳିଛନ୍ତି ଯେ, ମୁଁ ସବୁ ପ୍ରକାରର ଭୁମିକା ନିଭାଇ ପାରିବି । ହେଲେ କୌଣସି ଭୁମିକା ପାଇଁ ମୋ ପରିବାରର ପ୍ରତିଷ୍ଠା ଉପରେ ଖରାପ ପ୍ରଭାବ ନ ପଡ଼ିବା ଦରକାର । ମୁଁ ସେପରି ଭୁମିକାକୁ ସ୍ୱୀକାର କରିବି ନାହିଁ, ଯେଉଁଥିରେ ମୋ ପରିବାରର ସଦସ୍ୟଙ୍କୁ ଲଜ୍ଜା ଉଠାଇବାକୁ ପଡ଼ିବ ।

ତେବେ ୟୁଜର୍ସ ମାନେ ଏହି ଭିଡିଓକୁ ତାଙ୍କ ପତ୍ନୀ ସମାନ୍ଥାଙ୍କ ସହିତ ହୋଇଥିବା ଛାଡ଼ପତ୍ର ସହିତ ଯୋଡ଼ିବାରେ ଲାଗିଛନ୍ତି । କିଛି ୟୁଜର୍ସ କମେଣ୍ଟ ମାଧ୍ୟମରେ ନାଗାଙ୍କ ଛାଡ଼ପତ୍ର ନିଷ୍ପତ୍ତିକୁ ଠିକ୍ ବୋଲି ଦର୍ଶାଇଛନ୍ତି । ସେହିପରି ନାଗା ଇଣ୍ଟରଭିୟୁରେ କହିଥିବା ଏହି କଥା ସମାନ୍ଥାଙ୍କ ଉଦ୍ଦେଶ୍ୟରେ କହୁଥିବା ୟୁଜର ମାନେ ଅନୁମାନ କରିଛନ୍ତି ।

ଆପଣ ମାନେ ଜାଣିଥିବେ ଯେ, ସମାନ୍ଥା ଫ୍ୟାମିଲି ମ୍ୟାନ୍ ୨ ମାଧ୍ୟମରେ ନିଜର ପ୍ରଥମ ହିନ୍ଦୀ ଡିଜିଟାଲ ଡେବ୍ୟୁ କରିଥିଲେ । ଏହି ସିରିଜ୍ ରେ ନିଜର ନେଗେଟିଭ୍ ରୋଲ୍ ଓ ବୋଲ୍ଡ ସିନ୍ କାରଣରୁ ଅନେକ ପ୍ରଶଂସା ସାଉଁଟିଥିଲେ ସମାନ୍ଥା । ଅନ୍ୟପଟେ ତାଙ୍କ ବୋଲ୍ଡ ଲୁକ୍ କୁ ନେଇ ଅନେକ ପ୍ରଶ୍ନ ଉଠାଇଛନ୍ତି । କୁହାଯାଉଛି ଯେ, ଏହି ସିରିଜ୍ ରେ ଥିବା କିଛି ବୋଲ୍ଡ ସିନ୍ ପାଇଁ ସମାନ୍ଥା ଓ ନାଗାଙ୍କ ଛାଡ଼ପତ୍ର ହୋଇଥିଲା ।

Get real time updates directly on you device, subscribe now.