fbpx

କରୋନା ସନ୍ଦିଗ୍ଧଙ୍କ ମୃତ୍ୟୁ

କଳାହାଣ୍ଡି, ୨୫ା୫(ଓଡ଼ିଶା ଭାସ୍କର): କରୋନା ସତର୍କତା ନେଇ ଦେଶ ଓ ରାଜ୍ୟ ଲକଡାଉନ ରହିଛି । ତେଣୁ ପ୍ରବାସୀ ଓଡ଼ିଆଙ୍କୁ ନିଜ ରାଜ୍ୟକୁ ସ୍ୱତନ୍ତ୍ର ଟ୍ରେନ ଓ ବସରେ ଫେରେଇ ଅଣାଯାଉଛି । ଏହାପରେ ତାଙ୍କୁ କ୍ୱାରେଣ୍ଟିନ ସେଣ୍ଟରରେ ରଖାଯାଉଛି । ଏହାରି ମଧ୍ୟରେ କଳାହାଣ୍ଡିର ଭବାନୀପାଟଣାରେ ଜଣେ ସନ୍ଦିଗ୍ଧ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । କୋଭିଡ଼ ହସ୍ପିଟାଲରେ ସନ୍ଦିଗ୍ଧ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ମୃତକ ୩୫ବର୍ଷୀୟ ଯୁବକ ତାମିଲନାଡୁ ଫେରନ୍ତା ହୋଇଥିବା ସୂଚନା ରହିଛି । ଯୁବକ ଜଣକ ସଙ୍ଗରୋଧ କେନ୍ଦ୍ରରୁ ଗୁରୁତର ଅବସ୍ଥାରେ ମେଡ଼ିକାଲରେ ଭର୍ତ୍ତି ହୋଇଥିଲେ । କିନ୍ତୁ ତାଙ୍କର କରୋନା ରିପୋର୍ଟ ଆସିନଥିବାରୁ ତାଙ୍କର କେଉଁ କାରଣରୁ ମୃତ୍ୟୁ ହୋଇଛି ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ ।

Get real time updates directly on you device, subscribe now.