fbpx
BSKY
BJD MC SKY
BJD YOUTH SKY

ସମସ୍ତ ରଙ୍ଗର ରହିଛି ଭିନ୍ନ ଭିନ୍ନ ମହତ୍ତ୍ୱ ଓ ବେନିଫିଟ୍, ଆସନ୍ତୁ ଜାଣିବା ସେ ବିଷୟରେ

ମନ୍ଦ ଉପରେ ଭଲର ବିଜୟ ଭାବେ ହୋଲି ଉତ୍ସବ ପାଳନ କରାଯାଇଥାଏ । ହୋଲିରେ ଲୋକମାନେ ନୀଳ, ଲାଲ, ହଳଦିଆ, ଧଳା, ଗୁଲାବୀ ଆଦି ବିଭିନ୍ନ ପ୍ରକାର ରଙ୍ଗର ଅବିର ପରସ୍ପରକୁ ଲଗାଇଥାନ୍ତି । ରଙ୍ଗ ଆମର ଜୀବନରେ ବହୁତ ମହତ୍ତ୍ୱ ରଖିଥାଏ । ହୋଲିରେ ଆମେ ଖେଳୁଥିବା ପ୍ରତ୍ୟେକ ରଙ୍ଗର ମହତ୍ତ୍ୱ ଓ ଜ୍ୟୋତିଷୀୟ ବେନିଫିଟ୍ ରହିଥାଏ । ଆସନ୍ତୁ ଜାଣିବା ପ୍ରତ୍ୟେକ ରଙ୍ଗର ମହତ୍ତ୍ୱ ବିଷୟରେ ।

ନୀଳ ରଙ୍ଗ: ଏହି ରଙ୍ଗକୁ ଶାନ୍ତି, ସମ୍ପନ୍ନତା, ପ୍ରକୃତି ଓ ଜୀବନର ପ୍ରତୀକ ରୂପେ ଗ୍ରହଣ କରାଯାଏ । କୁହାଯାଏ ନୀଳରଙ୍ଗ ମନର ଉଦବେଗକୁ ଦୂର କରିଥାଏ । ଏହି ରଙ୍ଗ ମନକୁ ଶାନ୍ତି ପ୍ରଦାନ କରିଥାଏ ।

ଲାଲ ରଙ୍ଗ: ଲାଲ ରଙ୍ଗର ପ୍ରୟୋଗ କରି ଶୁଭ କାର୍ଯ୍ୟ ଆରମ୍ଭ କରାଯାଇଥାଏ । ଲାଲ ରଙ୍ଗକୁ ଉତ୍ସାହ, ଜୋଶ, ବିକାଶର ରଙ୍ଗ ଭାବେ ଗ୍ରହଣ କରାଯାଏ । ଏହା ଆପଣଙ୍କ ଅନ୍ତର୍ନିହିତ ଉର୍ଜାକୁ ବିକଶିତ କରିଥାଏ ।

ହଳଦିଆ: ହଳଦିଆ ରଙ୍ଗ ଜୀବନରେ ଖୁସି, ପ୍ରସନ୍ନତା, ସାମର୍ଥ୍ୟ ଭରି ଦେଇଥାଏ । ହଳଦିଆ ରଙ୍ଗକୁ ଆଧ୍ୟାତ୍ମିକ ଭାବେ ଗ୍ରହଣ କରାଯାଇଥାଏ । ହୋଲିରେ ଭଗବାନଙ୍କ ପ୍ରତିମାଗୁଡ଼ିକରେ ହଳଦିଆ ରଙ୍ଗ ଲଗା ଯାଇଥାଏ । ଏହା ଯଶ, ଆରୋଗ୍ୟ ଓ ବୈଭବ ଆଣିଦେଇଥାଏ ।

ଧଳା ରଙ୍ଗ: ଧଳା ରଙ୍ଗକୁ ଶାନ୍ତି ଓ ଶୁଦ୍ଧତାର ପ୍ରତୀକ ଭାବେ ଗ୍ରହଣ କରାଯାଏ । ଏହା ଅଶାନ୍ତ ମନକୁ ଶାନ୍ତି ପ୍ରଦାନ କରିଥାଏ । ଏହା ଜୀବନରେ ସକାରାତ୍ମକ ନେଇ ଆସେ ଓ ମସ୍ତିଷ୍କକୁ ତାତ୍ତ୍ୱିକ ପ୍ରଦାନ କରେ । ଅତ୍ୟଧିକ କ୍ରୋଧୀ ସ୍ୱଭାବର ଲୋକଙ୍କ ପାଇଁ ଏହି ରଙ୍ଗ ବହୁତ ଶୁଭ ସାବ୍ୟସ୍ତ ହୋଇଥାଏ ।

ଗୁଲାବୀ ରଙ୍ଗ: ଗୁଲାବୀ ରଙ୍ଗ ଦେଖିବାକୁ ବହୁତ ଆକର୍ଷଣୀୟ ଲାଗେ । ଏହା ହେଉଛି ପ୍ରେମର ରଙ୍ଗ ଓ ଏହା ମନକୁ ଶୀତଳତା ପ୍ରଦାନ କରିଥାଏ । ଏହି ରଙ୍ଗ ଭଗବାନ ଶ୍ରୀକୃଷ୍ଣ ଓ ରାଧାରାଣୀଙ୍କୁ ବହୁତ ପସନ୍ଦ ଆସିଥାଏ ।

Get real time updates directly on you device, subscribe now.