fbpx
BJD SKY
BJD SKY

ଓଡ଼ିଶାରେ ଆରମ୍ଭ ହେବ ‘Digital Crop Survey’: ରାଜ୍ୟର କିଛି ଜିଲ୍ଲାରେ ପ୍ରଥମେ କରାଯିବ ଫସଲର ସର୍ଭେ

BJD

ନୂଆଦିଲ୍ଲୀ: ଡିଜିଟାଲ ଫସଲ ସର୍ବେକ୍ଷଣ ଆରମ୍ଭ କରିବା ପାଇଁ କେନ୍ଦ୍ର ସରକାର ଗତ ମେ ମାସରେ ୬ଟି ରାଜ୍ୟ ସହିତ ବୁଝାମଣା କରିଥିଲେ । ସେହି ରାଜ୍ୟଗୁଡ଼ିକ ମଧ୍ୟରେ ଓଡ଼ିଶା, ଆସାମ, ଗୁଜରାଟ, ମଧ୍ୟପ୍ରଦେଶ, ରାଜସ୍ଥାନ ଓ ଉତ୍ତରପ୍ରଦେଶକୁ ସାମିଲ କରାଯାଇଥିଲା । ଡିଜିଟାଲ ଫସଲ ସର୍ବେକ୍ଷଣ ଯୋଜନାର କାର୍ଯ୍ୟକାରିତା ନେଇ ରାଜ୍ୟ ସରକାରଙ୍କ ସହିତ ଆଲୋଚନା ପାଇଁ ଆୟୋଜିତ ହୋଇଥିବା କର୍ମଶାଳାରେ କେନ୍ଦ୍ର ସରକାର ରାଜ୍ୟମାନଙ୍କ ସହିତ ହସ୍ତାକ୍ଷର କରିଥିଲେ ।

ବିଭିନ୍ନ ରାଜ୍ୟରେ ଡିଜିଟାଲ ଫସଲ ସର୍ବେକ୍ଷଣ ଆରମ୍ଭ କରିବା ସହିତ ଆଗକୁ ବଢ଼ିବା ଲକ୍ଷ୍ୟରେ ଓଡ଼ିଶା ସମେତ ୬ଟି ରାଜ୍ୟ ସହିତ କେନ୍ଦ୍ର ସରକାର ଏହି ବୁଝାମଣା କରିଥିଲେ । କେନ୍ଦ୍ର ସରକାରଙ୍କ ଏଗ୍ରିଷ୍ଟକ ବା ଇଣ୍ଡିଆ ଡିଜିଟାଲ ଇକୋସିଷ୍ଟମ ଫର ଏଗ୍ରିକଲଚର (ଆଇଡିଇଏ)ର ଏକ ଅଂଶ ଭାବେ ଗତ ୨୦୨୦ ମସିହା ପରଠାରୁ ଡିଜିଟାଲ କ୍ରପ ସର୍ଭେ ଏହା କାର୍ଯ୍ୟ କରି ଆସୁଛି ।

ତେବେ ସୂଚନା ମୁତାବକ, ରାଜ୍ୟରେ ଖୁବଶୀଘ୍ର ଡିଜିଟାଲ କ୍ରପ ସର୍ଭେ କାର୍ଯ୍ୟ ଆରମ୍ଭ କରାଯିବ । ଚାଷ ହେଉଥିବା ବିଭିନ୍ନ ଫସଲର ସର୍ଭେ ଡିଜିଟାଲ ମୋଡ଼ରେ କରାଯିବ । ପ୍ରଥମେ ରାଜ୍ୟର ନୟାଗଡ଼, ନୂଆପଡ଼ା, ଦେବଗଡ଼, ଭଦ୍ରକରେ ଏହି ସର୍ଭେ କରାଯିବ ବୋଲି ଜଣାପଡ଼ିଛି । ଏହି କାର୍ଯ୍ୟକ୍ରମକୁ ସଫଳତାର ସହିତ କାର୍ଯ୍ୟକାରୀ କରିବା ପାଇଁ ଜିଲ୍ଲା ଓ ବ୍ଲକ ସ୍ତରରେ କୃଷି, ରାଜସ୍ୱ ବିଭାଗର କର୍ମଚାରୀଙ୍କୁ ପର୍ଯ୍ୟାୟ ଭାବେ ପ୍ରଶିକ୍ଷଣ ଦିଆଯିବା ନେଇ ବ୍ୟବସ୍ଥା କରାଯାଇଛି । କୃଷି ଓ କୃଷକ ସଶକ୍ତିକରଣ ବିଭାଗ ସଚିବ ଏ ବାବଦରେ ବିସ୍ତୃତ ତଥ୍ୟ ପ୍ରଦାନ କରିଛନ୍ତି ।

Get real time updates directly on you device, subscribe now.