fbpx

ହସ୍ପିଟାଲରେ ଭର୍ତ୍ତିହେଲେ ଅଭିନେତା ଦିଲ୍ଲୀପ କୁମାର

ମୁମ୍ବାଇ: ହିନ୍ଦୀ ଫିଲ୍ମ ଜଗତର ଭେଟରାନ ଅଭିନେତା ଦିଲ୍ଲୀପ କୁମାରଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ନିଃଶ୍ୱାସ ନେବାରେ କଷ୍ଟ ଅନୁଭବ କରିବାରୁ ଦିଲ୍ଲୀପଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ଜଣାପଡ଼ିଛି । ସ୍ୱାସ୍ଥ୍ୟଜନିତ କାରଣରୁ ଗତମାସରେ ସେ ହିନ୍ଦୁଜା ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । କିଛି ଦିନ ପରେ ସମସ୍ତ ରିପୋର୍ଟ ଆସିବା ପରେ ସେ ହସ୍ପିଟାଲରୁ ସୁସ୍ଥ ହୋଇ ଘରକୁ ଫେରିଥିଲେ । ତେବେ ରୁଟିନ୍ ଚେକଅପ୍ କରିବା ନିମନ୍ତେ ସେ ହସ୍ପିଟାଲ ଯାଇଥିବା ନେଇ ତାଙ୍କ ପତ୍ନୀ ସାୟରା ବାନୋ ସୂଚନା ଦେଇଥିଲେ ।

ବର୍ତ୍ତମାନ ଦିଲ୍ଲୀପ ୯୮ ବର୍ଷ ବୟସରେ ଉପନୀତ ହୋଇସାରି ଥିବାରୁ କରୋନାକୁ ନେଇ ସେ ଖୁବ୍ ସତର୍କତା ଅବଲମ୍ବନ କରୁଛନ୍ତି । କୋଭିଡ୍ କାରଣରୁ ସେ ତାଙ୍କର ଜନ୍ମଦିନ ପାଳନ କରିନଥିଲେ । ଗତବର୍ଷ କରୋନାରେ ଦିଲ୍ଲୀପ ନିଜର ଦୁଇ ଭାଇଙ୍କୁ ହରାଇଥିଲେ ।

Get real time updates directly on you device, subscribe now.