fbpx

(Video) ମୋତେ ମ୍ୟାରେଜ କରିବାକୁ କଥା ଦେଇଥିଲେ ଦିନେଶ, ତେଣୁ ମୁଁ ତାଙ୍କ ସହ ଶାରୀରିକ ସମ୍ପର୍କ ରଖିଥିଲି: ଦୀପିକା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ବ୍ରହ୍ମପୁର ବଡ଼ବଜାର ଦେଶୀ ବେହେରା ସାହିରେ ଘଟିଥିବା ଦମ୍ପତିଙ୍କ ବିବାଦ ଉପରୁ ସମାଧାନର ବାଟ ବାହାରି ପାରିନାହିଁ । ଆଜକୁ ୧୦ ଦିନ ଧରି ନିଜର ଅଧିକାର ପାଇବା ଦାବିରେ ଧାରଣାରେ ବସି ରହିଛନ୍ତି କେ.ଦୀପିକା । ଅନ୍ୟପକ୍ଷରେ ତାଙ୍କର ପ୍ରେମିକ ଦିନେଶଙ୍କର ଦେଖା ଦର୍ଶନ ନାହିଁ । ତେବେ ଦିନେଶ ବିବାହ କରିବେ ବୋଲି ଦୀପିକାଙ୍କୁ କଥା ଦେଇଥିଲେ । ତେଣୁ ଦୀପିକା ତାଙ୍କ ସହ ସ୍ୱାମୀ-ସ୍ତ୍ରୀ ପରି ଶାରୀରିକ ସମ୍ପର୍କ ରକ୍ଷା କରିଥିଲେ ।

ଦୀପିକାଙ୍କ ଏକବର୍ଷର ଛୁଆର ବାପା କିଏ ହେବ? କାହା ପରିଚୟ ନେଇ ସେ ସମାଜରେ ବଞ୍ଚିବେ? ଏପରି ଅନେକ ସମସ୍ୟା ରହିଛି । ଅନ୍ୟ ଦମ୍ପତିମାନେ ରାସ୍ତାରେ ଯାଉଥିବା ବେଳେ ସେ ନିଜକୁ ବହୁତ ଏକୁଟିଆ ଅନୁଭବ କରୁଛନ୍ତି । ଏଭଳି ଅନେକ ଦୁଃଖ ବଖାଣିଛନ୍ତି ଦୀପିକା । ଏହା ମଧ୍ୟରେ ସ୍ଥାନୀୟ ବିଧାୟକ ଦୀପିକାଙ୍କୁ ଭେଟି ତାଙ୍କ ସମସ୍ୟାର ସମାଧାନ କରିବେ ବୋଲି କଥା ଦେଇଥିବା ଦୀପିକା କହିଛନ୍ତି ।

ସୂଚନାଯୋଗ୍ୟ ଯେ, ଦୀପିକା-ଦିନେଶଙ୍କ ମଧ୍ୟରେ ପ୍ରଥମେ ପ୍ରେମ ସମ୍ପର୍କ ଆରମ୍ଭ ହୋଇଥିଲା । ମାତ୍ର ତାହା ପରବର୍ତ୍ତୀ ସମୟରେ ଧୋକ୍କାବାଜୀରେ ପରିଣତ ହୋଇଥିଲା । ଦୁହିଁଙ୍କର ସମସ୍ୟା ନେଇ ହାଇକୋର୍ଟରେ ମାମଲା ବିଚାରାଧୀନ ଚାଲିଥିବା ବେଳେ ଦିନେଶ ଅନ୍ୟ ଜଣେ ଯୁବତୀଙ୍କୁ ବିବାହ କରୁଥିବା ଦୀପିକା ଖବର ପାଇଥିଲେ । ତେଣୁ ସେ ସ୍ତ୍ରୀର ହକ୍ ପାଇବା ଓ ନିଜ ଛୁଆର ପରିଚୟ ଦାବିରେ ଦିନେଶଙ୍କ ଘର ଆଗରେ ଧାରଣାରେ ବସି ରହିଛନ୍ତି ।

Get real time updates directly on you device, subscribe now.