fbpx

ମ୍ୟାଟ୍ରିକ, ଯୁକ୍ତଦୁଇ ଓ ଗ୍ରାଜୁଏଟ ଛାତ୍ରଛାତ୍ରୀଙ୍କୁ ମିଳିବ ମାସିକ ୨୪ ହଜାର: ମେଧାବୀ ନ୍ୟାସନାଲ ସ୍କଲାରସିପ ପାଇଁ କରନ୍ତୁ ଆବେଦନ

ନୂଆଦିଲ୍ଲୀ: ଛାତ୍ରଛାତ୍ରୀଙ୍କୁ ପ୍ରତ୍ୟେକ ମାସରେ ୨୪ ହଜାର ଟଙ୍କା ମିଳିବ । ଏଥିପାଇଁ ସେମାନଙ୍କୁ ଏକ ଅନଲାଇନ ପରୀକ୍ଷାରେ ପାସ୍ କରିବାକୁ ପଡ଼ିବ । ମେଧାବୀ ନ୍ୟାସନାଲ ସ୍କଲାରସିପ୍ ଯୋଜନା ମାଧ୍ୟମରେ ସକ୍ଷମ କ୍ୟାସ ରିୱାର୍ଡ ୨୦୨୨ରେ କୃତକାର୍ଯ୍ୟ ହେଲେ ଛାତ୍ରଛାତ୍ରୀଙ୍କୁ ଏହି ସୁବିଧା ମିଳିବ । ଏନେଇ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି ।

ଯେଉଁ ଛାତ୍ରଛାତ୍ରୀମାନେ ଏହି ସ୍କଲାରସିପର ଫାଇଦା ଉଠାଇବାକୁ ଚାହିଁବେ ସେମାନେ ଏହାର ଅଫିସିଆଲ ୱେବସାଇଟ medhavionline.orgକୁ ଯାଇ ଅନଲାଇନରେ ଆପ୍ଲାଏ କରିପାରିବେ । ମାନବ ସମ୍ବଳ ଓ ବିକାଶ ମିଶନ ଅଧିନରେ ଏହି ସ୍କଲାରସିପ ସ୍କିମ ଆୟୋଜିତ କରାଯାଉଛି । ଡିଜିଟାଲ ଇଣ୍ଡିଆର ପ୍ରଥମ ପର୍ଯ୍ୟାୟ ଭାବେ ମେଧାବୀ ନ୍ୟାସନାଲ ସ୍କଲାରସିପ୍ ଯୋଜନା କାର୍ଯ୍ୟ କରୁଛି ।

ଏଥିପାଇଁ ମ୍ୟାଟ୍ରିକ, ଯୁକ୍ତଦୁଇ, ଗ୍ରାଜୁଏଟ ସ୍ତରର ଛାତ୍ରଛାତ୍ରୀମାନେ ଆବେଦନ କରିପାରିବେ । ଏହି ଯୋଜନା ସମସ୍ତ ବର୍ଗ ଓ ଲିଙ୍ଗର ଭାରତୀୟ ନାଗରିକଙ୍କ ପାଇଁ ଉନ୍ମୁକ୍ତ ରହିଛି । ଅଗଷ୍ଟ ୧ରୁ ରେଜିଷ୍ଟ୍ରେସନ ପ୍ରକ୍ରିୟା ଆରମ୍ଭ ହୋଇଥିବା ବେଳେ ସେପ୍ଟେମ୍ବର ୩୦ ହେଉଛି ଅନ୍ତିମ ତାରିଖ । ଅକ୍ଟୋବର ୯ ତାରିଖରେ ପରୀକ୍ଷା କରାଯିବ ଓ ଅକ୍ଟୋବର ୧୨ରେ ପରୀକ୍ଷା ରେଜଲ୍ଟ ଘୋଷଣା କରାଯିବ ।

ଏହାପରେ ୧୪ରୁ ୧୬ ତାରିଖ ମଧ୍ୟରେ ଛାତ୍ରଛାତ୍ରୀଙ୍କୁ ସ୍କଲାରସିପ୍ ବିତରଣ କରାଯିବ । ପରୀକ୍ଷାରେ ମଲ୍ଟିପୁଲ ଟାଇପର ୪୦ଟି ପ୍ରଶ୍ନ ଆସିବ । ଏଥିପାଇଁ ୧୮ ମିନିଟ୍ ସମୟ ମିଳିବ । ଅଧିକ ଜାଣିବା ପାଇଁ ଆପଣମାନେ ମେଧାବୀ ନ୍ୟାସନାଲ ସ୍କଲାରସିପ ଆପ୍ ଡାଉନଲୋଡ୍ କରିପାରିବେ ।

Get real time updates directly on you device, subscribe now.