fbpx

ମାଗଣା ଦେବା ପ୍ରତିଶ୍ରୃତି ପାଇଁ କ୍ଷତି ସହୁଛି ଅର୍ଥବ୍ୟବସ୍ଥା; ରେବଡୀ କଲ୍ଚର ଉପରେ ପୁଣି ବର୍ଷିଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ରେବଡୀ କଲ୍ଚରକୁ ନେଇ ହେଉଥିବା ଚର୍ଚ୍ଚା ମଧ୍ୟରେ  ପୁଣି ଥରେ ସୁପ୍ରିମକୋର୍ଟ କଡ଼ା ଟିପ୍ପଣୀ କରିଛନ୍ତି । କୋର୍ଟ କହିଛନ୍ତି ରେବଡୀ କଲ୍ଚର ଅର୍ଥବ୍ୟବସ୍ଥା ଉପରେ ଗଭୀର ପ୍ରଭାବ ପକାଉଛି । ଅଦାଲତ ଗୁରୁବାର କହିଛନ୍ତି ଯେ ନିର୍ବାଚନ ସମୟରେ କରାଯାଉଥିବା ମାଗଣା ସୁବିଧାଜନକ ପ୍ରତିଶ୍ରୃୁତି ଏକ ଗମ୍ଭୀର ପ୍ରସଙ୍ଗ । କାରଣ ଏହା ଅର୍ଥବ୍ୟବସ୍ଥାକୁ କ୍ଷତି ପହଞ୍ଚାଉଛି ।

ସୁପ୍ରିମକୋର୍ଟ ଓକିଲ ଅଶ୍ୱିନୀ ଉପାଧ୍ୟାୟଙ୍କ ଦ୍ୱାରା ଦାୟର ହୋଇଥିବା ଏକ ଜନହିତ ମାମଲାରେ ଶୁଣାଣି କରି ଏହି ଟିପ୍ପଣୀ କରିଛନ୍ତି । ଯାଚିକାରେ ନିର୍ବାଚନ ସମୟରେ ମତଦାତାଙ୍କୁ ଆକର୍ଷିତ କରିବା ପାଇଁ ମାଗଣା ପ୍ରତିଶ୍ରୃତି କରୁଥିବା ରାଜନୀତିକ ଦଳ ଉପରେ ପ୍ରତିବନ୍ଧକ ଲଗାଇବା ପାଇଁ ଦାବି କରାଯାଇଥିଲା ।

ଏକ ରିପୋର୍ଟ ଅନୂଯାୟୀ ମୁଖ୍ୟ ବିଚାରପତି ଏନଭି ରମଣା କହିଛନ୍ତି ଯେ କେହି କହୁନାହାଁନ୍ତି ଯେ ଏହା ଏକ ଗମ୍ଭୀର ପ୍ର୍ରସଙ୍ଗ । କିନ୍ତୁ ପ୍ରକୃତରେ ଏହା ଏକ ଗମ୍ଭୀର ପ୍ରଭାବ । ଯାହାକୁ ମିଳୁଛି ସେମାନେ ଚାହୁଛନ୍ତି ମିଳୁଥାଉ । ମୁଖ୍ୟ ବିଚାରପତି କହିଛନ୍ତି ଭାରତ ଏକ ଏଭଳି ଦେଶ ଯେଉଁଠାରେ ଗରିବୀ ଏବେବି ରହିଛି ଏବଂ କେନ୍ଦ୍ର ସରକାର ଭୋକିଲାଙ୍କୁ ପେଟ ଭରିବା ପାଇଁ ଯୋଜନା ମଧ୍ୟ କରିଛନ୍ତି । ସେ କହିଛନ୍ତି ଯେ ଅର୍ଥବ୍ୟବସ୍ଥା ଟଙ୍କା ହରାଉଛି, ଏଥିପାଇଁ ଲୋକଙ୍କ କଲ୍ୟାଣକୁ ସନ୍ତୁଳିତ କରିବା ଆବଶ୍ୟକ ମଧ୍ୟ ରହିଛି ।

ସୂଚନାଯୋଗ୍ୟ, ମୁଖ୍ୟବିଚାରପତି ଏନଭି ରମଣା, ବିଚାରପତି କୁଷ୍ଣ ମୁରାରୀ ଏବଂ ବିଚାରପତି ହିମା କୋହଲୀଙ୍କ ଖଣ୍ଡପୀଠ ୩ ଅଗଷ୍ଟରେ କେନ୍ଦ୍ର, ନୀତି ଆୟୋଗ, ଅର୍ଥ ଆୟୋଗ, ଆରବିଆଇ ଆଦିଙ୍କୁ ମାଗଣା ଜିନିଷ ପ୍ରତିଶୃତି ବିଷୟରେ ମନ୍ଥନ କରିବା ଏବଂ ଏହା ସହ ମୁକାବିଲା କରିବା ପାଇଁ ସକରାତ୍ମକ ପରାମର୍ଶ ଦେବାକୁ କହିଥିଲେ ।

ନିକଟରେ ପ୍ରଧାନମନ୍ତ୍ରୀ ମଧ୍ୟ ରେବଡୀ କଲ୍ଚର କୁ ନେଇ ସତର୍କ କରାଇଥିଳେ । ପିଏମ ମୋଦୀ କହିଥିଲେ ଯେ ଏହା ଦେଶର ବିକାଶ ପାଇଁ ବିପଦପୂର୍ଣ୍ଣ ହୋଇପାରେ ।

Get real time updates directly on you device, subscribe now.