fbpx
BJD
BJD SKY
BJD SKY

୧୭ ଡିସେମ୍ବର ପର୍ଯ୍ୟନ୍ତ ସରକାରଙ୍କୁ ମିଳିଛି ୨୧% ରୁ ଅଧିକ ଟ୍ୟାକ୍ସ, ୨.୨୫ ଲକ୍ଷ କୋଟି ଜାରି ହେଲା ରିଫଣ୍ଡ

ନୂଆଦିଲ୍ଲୀ: ୨୦୨୩-୨୪ ଆର୍ଥିକ ବର୍ଷର ୨୦୨୩ ଡିସେମ୍ବର ୧୭ ପର୍ଯ୍ୟନ୍ତ ପ୍ରତ୍ୟକ୍ଷ ଟିକସ ସଂଗ୍ରହରେ ୨୦.୬୬ ପ୍ରତିଶତ ବୃଦ୍ଧି ଘଟିଛି। ଡାଇରେକ୍ଟ ଟ୍ୟାକ୍ସ କଲେକ୍ସନ ୧୩,୭୦,୩୮୮ କୋଟି ଟଙ୍କା ହୋଇଛି ଯାହା ଗତ ବର୍ଷ ସମାନ ସମୟରେ ୧୧,୩୫,୭୫୪ କୋଟି ଟଙ୍କା ଥିଲା। ଏହାର ଅର୍ଥ ହେଉଛି ଗତ ବର୍ଷ ତୁଳନାରେ ଏପର୍ଯ୍ୟନ୍ତ ପ୍ରତ୍ୟକ୍ଷ ଟିକସ ସଂଗ୍ରହରେ ୨.୩୫ ଲକ୍ଷ କୋଟି ଟଙ୍କା ବୃଦ୍ଧି ଘଟିଛି।

ପ୍ରତ୍ୟକ୍ଷ ଟିକସ ସଂଗ୍ରହ ସମ୍ବନ୍ଧରେ ଅର୍ଥ ମନ୍ତ୍ରଣାଳୟ ତଥ୍ୟ ପ୍ରକାଶ କରିଛି। ଏହି ତଥ୍ୟ ଅନୁଯାୟୀ, ନେଟ ଡାଇରେକ୍ଟ ଟ୍ୟାକ୍ସ କଲେକ୍ସନ ୧୩,୭୦,୩୮୮ କୋଟି ଟଙ୍କା ହୋଇଛି, ଯେଉଁଥିରେ କର୍ପୋରେଟ୍ ଟ୍ୟାକ୍ସ (CIT) ୬,୯୪,୭୯୮ କୋଟି ଟଙ୍କା ଏବଂ ସିକ୍ୟୁରିଟି ଟ୍ରାନଜାକସନ୍ ଟ୍ୟାକ୍ସ (STT) ସହିତ ବ୍ୟକ୍ତିଗତ ଆୟକର (PIT) ୬,୭୨,୯୬୨ କୋଟି ଟଙ୍କା ରହିଛି। ଟିକସଦାତାମାନଙ୍କୁ ଦିଆଯାଇଥିବା ଫେରସ୍ତ ପରେ ଏହି ତଥ୍ୟ ମିଳିଛି ।

ଫେରସ୍ତ ସହିତ, ୨୦୨୩-୨୪ ଆର୍ଥିକ ବର୍ଷରେ ଡାଇରେକ୍ଟ ଟ୍ୟାକ୍ସର ମୋଟ ସଂଗ୍ରହ ୧୫,୯୫,୬୩୯ କୋଟି ଟଙ୍କା ହୋଇଛି, ଯାହାକି ଗତ ଆର୍ଥିକ ବର୍ଷର ସମାନ ଅବଧିରେ ୧୩,୬୩,୬୪୯ କୋଟି ଟଙ୍କା ଥିଲା। ୨୦୨୨-୨୩ ଆର୍ଥିକ ବର୍ଷ ତୁଳନାରେ ୨୦୨୩-୨୪ ରେ ମୋଟ ପ୍ରତ୍ୟକ୍ଷ ଟିକସ ସଂଗ୍ରହରେ ୧୭.୦୧ ପ୍ରତିଶତ ବୃଦ୍ଧି ଘଟିଛି। ୧୫,୯୫,୬୩୯ କୋଟି ଟଙ୍କାର ପ୍ରତ୍ୟକ୍ଷ ଟିକସ ସଂଗ୍ରହରେ ୭,୯୦,୦୪୯ କୋଟି କର୍ପୋରେଟ୍ ଟ୍ୟାକ୍ସ ଏବଂ STT ସମେତ ୮,୦୨,୯୦୨ କୋଟି ବ୍ୟକ୍ତିଗତ ଆୟକର ଅନ୍ତର୍ଭୁକ୍ତ।

Get real time updates directly on you device, subscribe now.