fbpx

‘ପ୍ୟାର ତୁନେ କ୍ୟା କିୟା’ର ନିର୍ଦ୍ଦେଶକ ରଜତ ମୁଖାର୍ଜୀଙ୍କ ପରଲୋକ

ବଲିଉଡ ଫିଲ୍ମ ଇଣ୍ଡଷ୍ଟ୍ରିକୁ ପୁଣି ଏକ ଶକ୍ତ ଝଟକା ଲାଗିଛି । ‘ପ୍ୟାର ତୁନେ କ୍ୟା କିୟା’ ଭଳି ବଲିଉଡ ସିନେମା କରିଥିବା ଜଣାଶୁଣା ଫିଲ୍ମ ନିର୍ଦେଶକ ରଜତ ମୁଖାର୍ଜୀ ଆଜି ଦୁନିଆକୁ ଅଲବିଦା କହିଛନ୍ତି । ସେ ପ୍ୟାର ତୁନେ କ୍ୟା କିୟା, ରୋଡ଼, ଲଭ ଇନ ନେପାଳ ଭଳି ଅନେକ ଫିଲ୍ମ ନିର୍ଦେଶନା କରିଛନ୍ତି । ଖବର ମିଳିଛି କି, ସ୍ୱାସ୍ଥ୍ୟ ସହ ଜଡିତ କିଛି କାରଣ ଥିବାରୁ ରବିବାର ସକାଳେ ଜୟପୁରରେ ତାଙ୍କର ମୃତ୍ୟୁ ହୋଇଛି ।

ଏହି ଖବର ପରେ ବଲିଉଡରେ ଶୋକର ଛାୟା ଖେଳି ଯାଇଛି । ମନୋଜ ବାଜପେୟୀ ସହିତ ନିର୍ଦ୍ଦେଶକ ଅନୁଭବ ସିହ୍ନା, ହଂସଲ ମେହତା ଟ୍ୱିଟ କରି ଗଭୀର ଶୋକ ପ୍ରକାଶ କରିବା ସହ ରଜତଙ୍କୁ ଶ୍ରଦ୍ଧାଞ୍ଜଳୀ ଦେଇଛନ୍ତି । ଗତ ଏପ୍ରିଲ ମାସରୁ ତାଙ୍କର କିଡନୀ ସମ୍ବନ୍ଧୀୟ ସମସ୍ୟା ରହିଥିଲା । ସେଥିପାଇଁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । କିଡନୀ ସହ ତାଙ୍କର ଫୁସଫୁସରେ ମଧ୍ୟ ସଂକ୍ରମଣ ହୋଇଥିବା ଜଣାପଡିଛି ।

Get real time updates directly on you device, subscribe now.