fbpx
BSKY
BJD MC SKY
BJD YOUTH SKY

ଚିକିତ୍ସା ବିଜ୍ଞାନର ବଡ଼ ସଫଳତା: ଦିବ୍ୟାଙ୍ଗ ଭାବେ ଜନ୍ମଗ୍ରହଣ କରିଥିଲା ନବଜାତ, ଦୁଇଟି ଯାକ ଗୋଡ଼କୁ ସିଧା କରିଦେଲେ ଡାକ୍ତର

ନୂଆଦିଲ୍ଲୀ: ସାଧାରଣ ଭାବେ ଡାକ୍ତରଙ୍କୁ ସମସ୍ତେ ଦ୍ୱିତୀୟ ଭଗବାନ ବୋଲି ମାନିଥାନ୍ତି । ମୃତ୍ୟୁ ସହିତ ସଂଘର୍ଷ କରୁଥିବା ଅନେକ ରୋଗୀଙ୍କୁ ଡାକ୍ତରମାନେ ଘଣ୍ଟା ଘଣ୍ଟା ଧରି ଅପରେସନ କରି ଜୀବିତ କରାଇବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥାନ୍ତି । ତେବେ ଏହା ମଧ୍ୟରେ ଚିକିତ୍ସା ବିଜ୍ଞାନର ଏକ ବଡ଼ ସଫଳତା ଦେଖିବାକୁ ମିଳିଛି । ଜନ୍ମରୁ ଦିବ୍ୟାଙ୍ଗ ହୋଇ ଜନ୍ମଗ୍ରହଣ କରିଥିବା ଏକ ଶିଶୁକୁ ଡାକ୍ତରମାନେ ଗୋଟିଏ ସୁସ୍ଥ ଜୀବନ ଦେବାରେ ସମର୍ଥ ହୋଇ ପାରିଛନ୍ତି ।

ସୂଚନା ମୁତାବକ, ବିହାରର ପାଟନରୁ ଏଭଳି ଏକ ଖବର ସାମ୍ନାକୁ ଆସିଛି । ଦୁଇଟି ଯାକ ଗୋଡ଼ ବଙ୍ଗା ଥିବା ଅବସ୍ଥାରେ ଗୋଟିଏ ଶିଶୁ ଜନ୍ମଲାଭ କରିଥିଲା । ଶିଶୁଟି ଜନ୍ମହେବା ପରେ ପିତାମାତା ଯେତିକି ଖୁସି ଅନୁଭବ କରିଥିଲେ, ତା’ର ଏହି ଅବସ୍ଥା ଦେଖି ଅଧିକ ଚିନ୍ତିତ ହୋଇ ପଡ଼ିଥିଲେ । ଏହାପରେ ଶିଶୁଟିକୁ ମେଡିକାଲକୁ ନିଆଯାଇଥିଲା । ତେବେ ଶିଶୁଟି ଜନ୍ମ ହେବାର ୭ ଦିନଠାରୁ ଡାକ୍ତର ତା’ର ଚିକିତ୍ସା ଆରମ୍ଭ କରିଥିଲେ ।

ଶିଶୁଟିର ଦୁଇଟି ଯାକ ଗୋଡ଼ ବଙ୍କା ଥିବାରୁ ସେ ଭବିଷ୍ୟତରେ କେବେ ବି ଚାଲିପାରି ନଥାନ୍ତା । ମାତ୍ର ଠିକ୍ ସମୟରେ ଡାକ୍ତରଙ୍କ ପାଖକୁ ତାକୁ ନିଆ ଯାଇଥିବାରୁ ଡାକ୍ତର ତା’ର ସଠିକ୍୍ ଚିକିତ୍ସା କରିବା ସହିତ ଦୁଇଟି ଯାକ ଗୋଡ଼କୁ ସିଧା କରିଦେଇଥିଲେ । ପ୍ରଥମେ ଦୁଇଟି ଯାକ ଗୋଡ଼କୁ ପ୍ଲାଷ୍ଟର କରାଯାଇଥିଲା ଓ ତା’ପରେ ଏକ ମାମୁଲି ଅପରେସନ କରାଯାଇଥିଲା । ଏହି ଅସ୍ତ୍ରୋପଚାର ପାଇଁ ଶିଶୁକୁ ୨୩ ଘଣ୍ଟା ଧରି ଏକ ସ୍ୱତନ୍ତ୍ର ଧରଣର ଜୋତା ପିନ୍ଧା ଯାଇଥିଲା । ଏହାପରେ ତା’ର ଦୁଇଟି ଯାକ ପାଦ ସମ୍ପୂର୍ଣ୍ଣ ଭାବେ ସିଧା ହୋଇଯାଇଥିଲା । ଏବେ ଶିଶୁଟିକୁ ଦେଢ଼ ବର୍ଷ ବୟସ ହୋଇଥିବା ବେଳେ ସେ ସମ୍ପୂର୍ଣ୍ଣ ସୁସ୍ଥ ଓ ଫିଟ୍ ରହିଥିବା ଜଣାପଡ଼ିଛି । ତେବେ ଶିଶୁଟିକୁ ଦିବ୍ୟାଙ୍ଗରୁ ସୁସ୍ଥ ମଣିଷ କରାଇବାରେ ଡାକ୍ତରଙ୍କ ଭୂମିକାକୁ ଯେତେ ପ୍ରଶଂସା କଲେ ବି କମ୍ ହେବ । ତେବେ ବୟସ ବଢ଼ିଲେ ପ୍ଲାଷ୍ଟର ଚିକିତ୍ସା କରାଇବାରେ ମୁସ୍କିଲ ଦେଖାଦେଇଥାଏ ବୋଲି ଡାକ୍ତର କହିଛନ୍ତି । ତେଣୁ ନବଜାତଙ୍କ ଠାରେ ଏଭଳି ସମସ୍ୟା ଦେଖାଦେଲେ ଯଥାସମ୍ଭବ ଡାକ୍ତରଙ୍କ ପରାମର୍ଶ କରିବା ଜରୁରୀ ବୋଲି କୁହାଯାଇଛି ।

Get real time updates directly on you device, subscribe now.