fbpx

ସପ୍ତମ ବେତନ କମିଶନ: କେନ୍ଦ୍ରୀୟ କର୍ମଚାରୀଙ୍କ ଡିଏକୁ ନେଇ ଖୁବଶୀଘ୍ର ହୋଇପାରେ ଆଲୋଚନା

ନୂଆଦିଲ୍ଲୀ: କେନ୍ଦ୍ରୀୟ କର୍ମଚାରୀଙ୍କ ମହଙ୍ଗା ଭତ୍ତା(ଡିଏ)କୁ ନେଇ ଆସିଛି ଏକ ବଡ଼ ଖବର । ଖୁବ୍ ଶୀଘ୍ର ଲକ୍ଷ ଲକ୍ଷ କର୍ମଚାରୀ ସେମାନଙ୍କର ବର୍ଦ୍ଧିତ ଡିଏ ପାଇପାରିବେ । ଏହାକୁ ନେଇ ନ୍ୟାସନାଲ କାଉନସିଲ ଅଫ୍ ଜଏଣ୍ଟ କନସଲଟେଟିଭ ମସିନାରୀ(ଜେସିଏମ) ଚଳିତ ମାସର ଦ୍ୱିତୀୟ କିମ୍ବା ତୃତୀୟ ସପ୍ତାହରେ କେନ୍ଦ୍ର ସରକାରୀ କର୍ମଚାରୀଙ୍କ ସହ ଆଲୋଚନା କରିବାର ସମ୍ଭାବନା ରହିଛି । ଏହି ଆଲୋଚନାରେ ଅର୍ଥ ମନ୍ତ୍ରଣାଳୟ ସହ ପ୍ରଶିକ୍ଷଣ ବିଭାଗ ମଧ୍ୟ ସାମିଲ ରହିବେ ।

ସୂଚନାଯୋଗ୍ୟ କେନ୍ଦ୍ର ସରକାରଙ୍କ ସହ ଏହି ବୈଠକ ପୂର୍ବରୁ ମେ ମାସରେ ହେବାକୁ ଥିଲା, ମାତ୍ର ଦେଶରେ ବଢୁଥିବା କରୋନା ସଂକ୍ରମଣ ଯୋଗୁଁ ଏହି ଆଲୋଚନାକୁ ସ୍ଥଗିତ ରଖାଯାଇଛି । ତେବେ ଏହି ଆଲୋଚନା ଚଳିତ ମାସର ଦ୍ୱିତୀୟ କିମ୍ବା ତୃତୀୟ ସପ୍ତାହରେ ହୋଇପାରେ । ନ୍ୟାସନାଲ କାଉନସିଲ-ଜେସିଏମ ଅନୁଯାୟୀ ଏହି ମିଟିଂ ଜୁନ ମାସରେ ହେବାର ଆଶା ରହିଛି ।

କର୍ମଚାରୀମାନଙ୍କୁ ବର୍ତ୍ତମାନ ୧୭ ପ୍ରତିଶତ ହାରରେ ଡିଏ ଦିଆଯାଉଛି, ଯାହା ୧୧ ପ୍ରତିଶତରୁ ୨୮ ପ୍ରତିଶତକୁ ବୃଦ୍ଧି ପାଇବ ବୋଲି ଆଶା କରାଯାଉଛି  । ଏହାଦ୍ୱାରା ସେମାନଙ୍କ ଦରମା ବହୁତ ବୃଦ୍ଧି ପାଇବ  । ଏଥି ସହିତ, କର୍ମଚାରୀମାନେ ସିଧାସଳଖ ଦୁଇ ବର୍ଷ ପାଇଁ ଡିଏର ଲାଭ ପାଇବାକୁ ଯାଉଛନ୍ତି, କାରଣ ଜାନୁଆରୀ ୨୦୨୦ ରେ କେନ୍ଦ୍ରୀୟ କର୍ମଚାରୀଙ୍କ ମହଙ୍ଗା ଭତ୍ତା ୪ ପ୍ରତିଶତ ବୃଦ୍ଧି ପାଇଥିଲା, ତେବେ ଦ୍ୱିତୀୟାର୍ଦ୍ଧରେ ଅର୍ଥାତ୍ ଜୁନରେ ୩ ପ୍ରତିଶତ ବୃଦ୍ଧି ଘଟିଥିଲା  । ବର୍ତ୍ତମାନ ଜାନୁଆରୀ ୨୦୨୧ ରେ ମହଙ୍ଗା ଭତ୍ତା ପୁଣି ଥରେ ୪ ପ୍ରତିଶତ ବୃଦ୍ଧି ପାଇଛି ଅର୍ଥାତ୍ ସମୁଦାୟ ୨୮ ପ୍ରତିଶତକୁ ବୃଦ୍ଧି ପାଇଛି  । ଏହାଦ୍ୱାରା ୫୦ ଲକ୍ଷରୁ ଅଧିକ କର୍ମଚାରୀ ଏବଂ ୬୧ ଲକ୍ଷ ପେନସନଭୋଗୀ ଉପକୃତ ହେବେ।

Get real time updates directly on you device, subscribe now.