fbpx

ଏଣିକି ସ୍ପିଡପୋଷ୍ଟ ଦ୍ୱାରା ହେବ ଅସ୍ଥି ବିସର୍ଜନ, ଘରେ ବସି ଦେଖି ଲାଇଭ୍ ଦେଖି ପାରିବେ ସବୁ କ୍ରିୟା କ୍ରମ

ନୂଆଦିଲ୍ଲୀ : ଦେଶରେ କରୋନାର ଦ୍ୱିତୀୟ ଲହରରେ ମୃତ୍ୟୁ ସଂଖ୍ୟା ବଢ଼ିଛି । ହେଲେ ବର୍ତ୍ତମାନ ସମୟରେ ସଂକ୍ରମଣ କମୁଥିବା ବେଳେ ମୃତ୍ୟୁ ସଂଖ୍ୟା ପ୍ରତିଦିନ ୨ ହଜାର ପାର୍ କରୁଛି । ଏହାର ମଧ୍ୟରେ କୋଭିଡ୍ ରେ ଜୀବନ ହରାଉଥିବା ବ୍ୟକ୍ତିଙ୍କ ପରିଜନ ସଂକ୍ରମଣ କାରଣରୁ କିଛି କିଛି ସ୍ଥାନରେ ମୃତ ଦେହକୁ ଛୁଇଁବାକୁ ବି ଆସୁନାହାନ୍ତି । ଏଭଳି ସ୍ଥିତିରେ ଡାକ ବିଭାଗ କୋଭିଡ୍ ରେ ମୃତ୍ୟୁବରଣ କରୁଥିବା ବ୍ୟକ୍ତିଙ୍କ ସମ୍ପର୍କିୟଙ୍କ ପାଇଁ ଏକ ନୂତନ ଧରଣର ପଦକ୍ଷେପ ନେଇଛି । ଡାକ ବିଭାଗ ନେଇଥିବା ପଦକ୍ଷେପ ଅନୁଯାୟୀ, ଓମ୍ ଦିବ୍ୟ ଦର୍ଶନ ସଂସ୍ଥା ସହଯୋଗରେ ଏଣିକି ସମ୍ପର୍କୀୟମାନେ ମୃତକଙ୍କ ଅସ୍ଥିକୁ ସ୍ପିଡ ପୋଷ୍ଟ ମାଧ୍ୟମରେ ବାରାଣସୀ, ପ୍ରୟାଗରାଜ, ହରିଦ୍ବାର ଏବଂ ଗୟା ଭଳି ପବିତ୍ର ସ୍ଥାନକୁ ବିସର୍ଜନ ପାଇଁ ପଠାଇପାରିବେ । ସଂସ୍ଥା ପକ୍ଷରୁ ନିୟୋଜିତ ପ୍ରତିନିଧିମାନେ ବିଧି ମୁତାବକ ଅସ୍ଥି ବିସର୍ଜନ ଏବଂ ଶ୍ରାଦ୍ଧ କ୍ରିୟା ଆଦି କର୍ମକାଣ୍ଡ କରିବେ । ଏଥିପାଇଁ ସଂସ୍ଥା ପକ୍ଷରୁ ସମସ୍ତ ସୁବିଧା ଯୋଗାଇଦିଆଯିବ । ଖାଲି ସେତିକି ନୂହେଁ ଅସ୍ଥି ବିସର୍ଜନ ସମୟର ଲାଇଭ୍ ଟେଲିକାଷ୍ଟ ମଧ୍ୟ ସମ୍ପର୍କିୟ ମାନେ ଘରେ ବସି ଦେଖିପାରିବେ ।

ଘରେ ବସି ଅସ୍ଥି ବିସର୍ଜନ କରିବାକୁ ଚାହୁଁଥିବା ବ୍ୟକ୍ତିଙ୍କୁ ଓମ୍ ଦିବ୍ୟ ଦର୍ଶନ ସଂସ୍ଥାର ପୋର୍ଟାଲ କ୍ଟଜ୍ଞୟସଙ୍ଖଚ୍ଚବୟବକ୍ସଗ୍ଦଷବଦ୍ଭ.କ୍ଟକ୍ସଶ ରେ ପଞ୍ଜିକରଣ କରିବାକୁ ହେବ । ନିମୟମାନୁସାରେ, ଅସ୍ଥି ପ୍ୟାକେଟ୍ ଉକ୍ତ ବ୍ୟକ୍ତିଙ୍କ ତରଫରୁ ଡାକଘର ମାଧ୍ୟମରେ ସ୍ପିଡ୍ ପୋଷ୍ଟ ଦ୍ୱାରା ପଠାଯିବ । ଏହା ସହିତ ଅସ୍ଥି ପାତ୍ର ଉପରେ ‘ଓମ୍ ଦିବ୍ୟା ଦର୍ଶନ ବୋଲି ଲେଖିବାକୁ ପଡିବ ଯଦ୍ୱାରା ଏହାକୁ ପୃଥକ ଭାବେ ରଖାଯାଇପାରିବ । ଅସ୍ଥି ପଠାଉଥିବା ବ୍ୟକ୍ତିଙ୍କ ନାମ, ଠିକଣା, ମୋବାଇଲ୍ ନମ୍ବର ମଧ୍ୟ ପ୍ୟାକେଟରେ ଲେଖିବାକୁ ପଡିବ । ଏଥିପାଇଁ ଫି ନିଆଯିବ । ସମସ୍ତ କ୍ରିୟା କର୍ମ ଶେଷ ହେବା ପରେ ସଂସ୍ଥା ପକ୍ଷରୁ ପରିଜନଙ୍କ ଘରକୁ ଏକ ବୋତଲ ଗଙ୍ଗାଜଳ ମଧ୍ୟ ପଠାଯିବାର ମଧ୍ୟ ବ୍ୟବସ୍ଥା ରହିଛି ।

 

Get real time updates directly on you device, subscribe now.