fbpx
BSKY SKY
BSKY SKY

ଭାଇରାଲ୍ ହେଉଛି ଦିଶାଙ୍କ ରାଧେ ଫିଲ୍ମର ଗ୍ଲାମରସ୍ ଲୁକ୍, ଦେଖନ୍ତୁ ଭିଡିଓ

BSKY

ମୁମ୍ବାଇ, ୧୨ ।୪(ଓଡ଼ିଶା ଭାସ୍କର) : ବଲିଉଡ୍ ଅଭିନେତ୍ରୀ ଦିଶା ପଟାନୀ ଏବେ ସୋସିଆଲ ମିଡିଆରେ ଚର୍ଚ୍ଚାରେ ଅଛନ୍ତି । ନିକଟରେ ସେ ମାଲଦ୍ୱୀପରୁ ନିଜର ଭେକେସନ୍ ସାରି ଫେରିଛନ୍ତି । ମୁମ୍ବାଇ ଏୟାରପୋର୍ଟରେ ତାଙ୍କୁ ଦେଖିବାକୁ ମିଳିଥିଲା । ସୋସିଆଲ ମିଡିଆରେ ସବୁଠାରୁ ଅଧିକ ଆକ୍ଟିଭ୍ ରହୁଥିବା ଏହି ଅଭିନେତ୍ରୀ ସବୁବେଳେ ନିଜ ଲୁକ୍ କୁ ନେଇ ଚର୍ଚ୍ଚାରେ ଥାନ୍ତି । ତେବେ ତାଙ୍କ ଆଗାମୀ ଫିଲ୍ମ “ରାଧେ”କୁ ନେଇ ସେ ଏବେ ବେଶ୍ ଏକ୍ସାଇଟେଡ୍ ଅଛନ୍ତି । କିଛି ଦିନ ତଳେ ସଲମାନ୍ ଏବଂ ତାଙ୍କ ଫିଲ୍ମର ଗୀତ ରିଲିଜ୍ ହୋଇଥିଲା । ଯାହାର ନାଁ ହେଉଛି “ସିଟି ମାର୍” । ସେଥିରେ ଦିଶାଙ୍କ ସବୁ ଆଉଟ୍ ଫିଟ୍ ଖୁବ୍ ଗ୍ଲାମରସ୍ ହୋଇଥିଲା । ତେବେ ଏହିସବୁ ଆଉଟ୍ ଫିଟ୍ ସହିତ ସେ ନିଜ ଇନଷ୍ଟାଗ୍ରାମରେ ଏକ ସର୍ଟ ଭିଡିଓ ଅପଲୋଡ୍ କରିଛନ୍ତି । ଯାହାକୁ ଫ୍ୟାନ୍ସ ମାନେ ଖୁବ୍ ପସନ୍ଦ କରିଛନ୍ତି ।

 

View this post on Instagram

 

A post shared by disha patani (paatni) (@dishapatani)

ଭିଡିଓରେ ସେ ସବୁ ଲୁକ୍ ରେ ନଜର ଆସିଛନ୍ତି ଯାହା “ସିଟି ମାର୍” ଗୀତରେ ନଜର ଆସିଥିଲା । ପ୍ରଥମେ ବ୍ଲାକ୍ ଆଉଟ୍ ଫିଟ୍ ତାପରେ ଧଳା ରଙ୍ଗର ଟପସ୍ ଏବଂ ଜିନସ୍ ରେ ନଜର ଆସିଥିଲେ । ଏଥିସହିତ କର୍ଲି ହେୟାର ଏବଂ ସ୍ମୋକି ମେକଅପ୍ ତାଙ୍କ ଆଉଟ୍ ଫିଟ୍ କୁ ଆହୁରି ଗ୍ଲାମରସ୍ କରୁଥିଲା । ତେବେ ଦିଶା ଏବଂ ସଲମାନଙ୍କ ଏହି ଦମଦାର୍ ମୁଭି ମେ ୧୩ରେ ଓଟିଟି ପ୍ଲାଟଫର୍ମ ରେ ରିଲିଜ୍ ହେବାକୁ ଯାଉଛି ।

ଏଥିରେ ମସ୍ତିର ଫୁଲ୍ ଡୋଜ୍ ଆପଣ ମାନେ ପାଇବେ । ମୁଖ୍ୟ ଭୂମିକାରେ ଦିଶା ଏବଂ ସଲମାନଙ୍କ ବ୍ୟତୀତ ଜ୍ୟାକି ଶ୍ରଫ୍, ରଣଦୀପ ହୁଡାଙ୍କୁ ମଧ୍ୟ ଦର୍ଶକ ଦେଖିବାକୁ ପାଇବେ ।

 

Get real time updates directly on you device, subscribe now.