fbpx

ଶିକ୍ଷକଙ୍କ ନଗ୍ନ ଭିଡିଓକୁ ନେଇ ବ୍ଲାକମେଲ୍ କରୁଥିଲେ ସୁନ୍ଦରୀ ଯୁବତୀ

ଭୁବନେଶ୍ୱର, ୧୨ ।୪(ଓଡ଼ିଶା ଭାସ୍କର) : ସୁନ୍ଦରୀ ତରୁଣୀଙ୍କ ଭୟଙ୍କର କଳା କାରନାମା । ଶିକ୍ଷକଙ୍କୁ ଜାଲରେ ଫସାଇ ଲୁଟିନେଲେ ପୁରା ୩୦ ହଜାର ଟଙ୍କା । ପ୍ରଥମେ ଫେସବୁକରେ ଫ୍ରେଣ୍ଡ ରିକ୍ୱେଷ୍ଟ, ତାପରେ ନମ୍ବର ଦିଆନିଆ ଆଉ ତାପରେ ବ୍ଲାକମେଲିଂ । ଭୁବନେଶ୍ୱର ଚନ୍ଦ୍ରଶେଖରପୁର ଅଞ୍ଚଳରେ ଘଟିଛି ଏହି ଭଳି ଏକ ଘଟଣା । ଶିକ୍ଷକ ଜଣକ ଏନେଇ ଭୁବନେଶ୍ୱର ଡିସିପି ଅଫିସ୍ ରେ ଏବଂ ପରେ କଟକ ସାଇବର୍ ଥାନାରେ ଅଭିଯୋଗ କରିଛନ୍ତି ।

ସୁଚନା ଅନୁସାରେ, ଚନ୍ଦ୍ରଶେଖରପୁର ଅଞ୍ଚଳରେ ରହୁଥିବା ଜଣେ ଶିକ୍ଷକ ସେଠାକାର ଏକ ଘରୋଇ ସ୍କୁଲରେ ପାଠ ପଢ଼ାନ୍ତି । କିଛି ଦିନ ତଳେ ଫେସବୁକ୍ ରେ ତାଙ୍କ ପାଖକୁ ଗୋଟିଏ ସୁନ୍ଦରୀ ଯୁବତୀର ଫ୍ରେଣ୍ଡ ରିକ୍ୱେଷ୍ଟ ଆସିଲା । ସେ ମଧ୍ୟ ତାକୁ ଦେଖି ରିକ୍ୱେଷ୍ଟକୁ ଗ୍ରହଣ କରିଥିଲେ । ଆଉ ତାପରେ ଉକ୍ତ ଯୁବତୀ ଜଣକ ଶିକ୍ଷକଙ୍କ ପାଖକୁ ମେସେଜ୍ କରିବାକୁ ଲାଗିଲେ । କିଛି ଦିନ ଦୁହେଁ କଥାବାର୍ତ୍ତା ହେବା ପରେ ହ୍ୱାଟସଆପ୍ ନମ୍ବର ଦିଆନିଆ ହୋଇଥିଲେ । ଏହାପରେ ଯୁବତୀଜଣକ କିଛି ଅଶ୍ଲୀଳ ଫଟୋ ପଠାଇଥିଲେ । ଆଉ ଶିକ୍ଷକଙ୍କୁ ଫଟୋ ଜରିଆରେ ନିଜ ପ୍ରତି ଆକର୍ଷିତ କରିବାକୁ ଚେଷ୍ଟା କରିଥିଲେ । ସେହିପରି ଶିକ୍ଷକ ମଧ୍ୟ ଆକର୍ଷିତ ହୋଇ ଅଶ୍ଳୀଳ ଚାଟିଂ କରିବାକୁ ଲାଗିଲେ । ଉକ୍ତ ଯୁବତୀ ମଧ୍ୟ ତାଙ୍କ ନଗ୍ନ ଭିଡିଓ ପଠାଇଥିଲେ ଶିକ୍ଷକଙ୍କ ପାଖକୁ । ଏହାକୁ ଦେଖି ଶିକ୍ଷକ ମଧ୍ୟ ନିଜର ଏକ ନଗ୍ନ ଭିଡିଓ ଉତ୍ତୋଳନ କରି ଯୁବତୀଙ୍କୁ ପଠାଇଥିଲେ ।

ହେଲେ ଯୁବତୀଜଣକ ସେହି ସବୁ ଭିଡିଓ ଏବଂ ଚାଟିଂ ସାହାଯ୍ୟରେ ଶିକ୍ଷକଙ୍କୁ ବ୍ଲାକମେଲ୍ କରି ତାଙ୍କ ଠାରୁ ୩୦ ହଜାର ଟଙ୍କା ମାଗିଥିଲେ । ସେ ମଧ୍ୟ ଲୋକଲଜ୍ୟା କୁ ଡରି ଯୁବତୀଙ୍କୁ ଟଙ୍କା ଦେଇଥିଲେ । କିନ୍ତୁ ପୁଣି ଯେତେବେଳେ ଟଙ୍କା ମାଗିଥିଲେ ଶିକ୍ଷକ କିଛି ବାଟ ନପାଇ ପୋଲିସ୍ ପାଖରେ ଅଭିଯୋଗ କରିଛନ୍ତି । ସେ ପ୍ରଥମେ ଡିସିପିଙ୍କ ପାଖରେ ଅଭିଯୋଗ କରିବା ପରେ ପରବର୍ତ୍ତୀ ସମୟରେ କଟକ ସାଇବର୍ ଥାନାରେ ଅଭିଯୋଗ କରିଛନ୍ତି । ବର୍ତ୍ତମାନ ପୋଲିସ୍ ଏହି ମାମଲାରେ ତଦନ୍ତ କରୁଛି ।

Get real time updates directly on you device, subscribe now.