fbpx

ଜିଲ୍ଲା ପରିଷଦ ସଭ୍ୟଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର: ମୃତ୍ୟୁ ପୂର୍ବରୁ କରିଥିଲେ ଏପରି ପୋଷ୍ଟ

Advertisement

କୋଣାର୍କ: ପୁରୀ ଜିଲ୍ଲା ପରିଷଦ ସଭ୍ୟଙ୍କ ସନ୍ଦେହଜନକ ମୃତ୍ୟୁ । ପୁରୀ ଜିଲ୍ଲା ଗୋପ ୧୧ ନଂ ଜୋନର ଜିଲ୍ଲା ପରିଷଦ ସଭ୍ୟ ଧର୍ମେନ୍ଦ୍ର ସାହୁଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି । ଭୁବନେଶ୍ୱର ଶିଶୁପାଳଗଡ଼ ସ୍ଥିତ ଘର ବାଲକୋନିରୁ ତାଙ୍କର ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଥିବା ଜଣାପଡିଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ତେବେ ମୃତ୍ୟୁର ୪ ଘଣ୍ଟା ପୂର୍ବରୁ ଫେସବୁକରେ ଲେଖିଥିବା ତଥ୍ୟକୁ ନେଇ ସସପେନ୍ସ ବଢ଼ିବାରେ ଲାଗିଛି । ୨ଟି ଫୋନରେ ସମସ୍ତ ଭିଡିଓ ରହିଛି, ଯାହାକୁ ଲୋକଲୋଚନକୁ ଆଣିବାକୁ ପୋଷ୍ଟରେ ଲେଖିଛନ୍ତି ଧର୍ମେନ୍ଦ୍ର । ମୃତ୍ୟୁ ପୂର୍ବରୁ ଫେସବୁକରେ ଏପରି ଲେଖାକୁ ନେଇ ସନ୍ଦେହ ବଢ଼ିଛି । ମୃତ ଧର୍ମେନ୍ଦ୍ରଙ୍କ ଫୋନ୍ ପୋଲିସ ଜବତ କରିଛି କି ନାହିଁ, ତାହା ସ୍ପଷ୍ଟ ହୋଇନି । କିଛି ଦିନ ପୂର୍ବରୁ ଆତ୍ମହତ୍ୟା ଉଦ୍ୟମ କରିବା ପରେ ସେ ସୁସ୍ଥ ହୋଇଥିଲେ । ତେବେ ପାରିବାରକ କଳହରୁ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି ।

Get real time updates directly on you device, subscribe now.