fbpx

ICU ଭିତରେ ପଦ୍ମଶ୍ରୀ କମଳା ପୂଜାରୀଙ୍କ ରିଲ୍: ଭିଡିଓ ଭାଇରାଲ ପରେ ବଢୁଛି ଅସନ୍ତୋଷ

କୋରାପୁଟ: ଅବିଭକ୍ତ କୋରାପୁଟ ଜିଲ୍ଲାର ଗର୍ବ ଓ ଗୌରବ ପଦ୍ମଶ୍ରୀ କମଳା ପୂଜାରୀ । କିନ୍ତୁ କିଛି ଦିନରୁ ଅସୁସ୍ଥ ହୋଇ କଟକର ଏସସିବି ମେଡିକାଲରେ ସେ ଚିକିତ୍ସାରତ ଅଛନ୍ତି । ଏବେ ସେ ଆଇସିୟୁରେ ରହିଥିବା ବେଳେ ତାଙ୍କର ଏକ ରିଲ୍ ଭିଡିଓ ଭାଇରାଲ ହେଉଛି । ଏହି ଭିଡିଓକୁ ନେଇ ଏବେ ସମଗ୍ର ଜିଲ୍ଲାରେ ତୀବ୍ର ଅସନ୍ତୋଷ ଦେକିବାକୁ ମିଳିଛି । ଏ ନେଇ ମେଡିକାଲ କର୍ତ୍ତୃପକ୍ଷଙ୍କ ଉପରେ ଆଭ୍ଗୁଠି ଉଠିବା ସହ ଏହା ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଦାବି ହୋଇଛି ।

ସୂଚନା ଅନୁସାରେ, ଗତ ୨୪ ତାରିଖରେ ପଦ୍ମଶ୍ରୀ କମଳା ପୂଜାରୀଙ୍କ ସ୍ୱାସ୍ଥ୍ୟ ଗୁରୁତର ହେବାରୁ ତାଙ୍କୁ କଟକ ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଥିଲା । ଗୁରୁତର ଅବସ୍ଥା ଯୋଗୁଁ କମଳା ପୁଜାରୀଙ୍କୁ ଡାକ୍ତରୀ ଟିମ୍ ଆଇସିୟୁରେ ଭର୍ତ୍ତି କରିଥିଲେ । କିନ୍ତୁ ଚିକିତ୍ସିତ ଅବସ୍ଥାରେ ତାଙ୍କର ଏକ ରିଲ ଭିଡିଓ ଭାଇରାଲ ହେବାରେ ଲାଗିଛି । ଜଣେ ମହିଳା ତାଙ୍କୁ ନାଚ କରାଇବାର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି ।

ତେବେ ଏହି ଘଟଣାକୁ ତୀବ୍ର ବିରୋଧ କରିଛି ପରଜା ସଂଘ । ଚିକିତ୍ସା ସମୟରେ ଏପରି କରିବା ଦ୍ୱାରା କିଛି ଅଘଟଣ ଘଟିଲେ କିଏ ଦାୟୀ ରହିଥାନ୍ତେ ବୋଲି ସଂଘ ପ୍ରଶ୍ନ କରିଛି । ଏହା ସହିତ ଆଇସିୟୁ ଭିତରକୁ କ୍ୟାମେରା ନେବା ଏବଂ ଭିଡିଓ କରିବା ଭଳି ଘଟଣା କେମିତି ଘଟିଲା ବୋଲି ମଧ୍ୟ ପ୍ରଶ୍ନ ଉଠିଛି । ତେବେ ଏହି ସମୟରେ କର୍ତ୍ତୃପକ୍ଷ କ’ଣ କରୁଥିଲେ ପଚାରି ସେମାନଙ୍କ ଉପରେ ମଧ୍ୟ ଆଭ୍ଗୁଠି ଉଠିଛି । ସେପଟେ ଏହି ଘଟଣାର ତଦନ୍ତ କରିବାକୁ କୋରାପୁଟ ଜିଲ୍ଲାର ବହୁ ସଂଗଠନ ପକ୍ଷରୁ ଦାବି ହୋଇଥିଲା ।

ଆଜି ଏ ସମସ୍ତ ଘଟଣାକୁ ନେଇ ନିଜେ କମଳା ପୂଜାରୀ ମୁହଁ ଖୋଲିଛନ୍ତି । ମହିଳା ଜଣକ ତାଙ୍କୁ ତାଙ୍କୁ ଜୋର ଜବରଦସ୍ତ ନାଚ କରାଇଥିବା କଥା କହିଛନ୍ତି ପଦ୍ମଶ୍ରୀ କମଳା ପୂଜାରୀ । ତେଣୁ ସମ୍ପୃକ୍ତ ମହିଳାଙ୍କ ବିରୋଧରେ ଦୃଢ଼ କାର୍ୟ୍ୟାନୁଷ୍ଠାନ ନେବା ପାଇଁ ଦାବି କରିଛନ୍ତି ଅଭିଭକ୍ତ କୋରାପୁଟ ଆଦିବାସୀ ସମାଜ ।

Get real time updates directly on you device, subscribe now.